ପ୍ରଧାନମନ୍ତ୍ରୀ ମୋଦି କହିଲେ, “ଦେଶର ସମସ୍ତ ନାଗରିକଙ୍କୁ ଦିଆଯିବ କରୋନା ଟୀକା କେହି ମଧ୍ୟ ବଂଚିତ ରହିବେ ନାହିଁ ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯେପରି ହିଁ କରୋନା ପ୍ରତିଷେଧକ ଟୀକା ଭାରତରେ ଉପଲବ୍ଧ ହେବ, ତାକୁ ସମସ୍ତ ନାଗରିକଙ୍କୁ ଦିଆଯିବ । କୌଣସି ଭାରତୀୟ ଏହାର ଟୀକାକରଣରୁ ବଂଚିତ ରହିବେ ନାହିଁ । ଏକ ଇଂରାଜୀ ଖବର କାଗଜ ସହିତ କଥାବାର୍ତ୍ତା ସମୟରେ ମୋଦି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯେପରି ହିଁ ଦେଶରେ ପ୍ରତିଷେଧକ ଟୀକା ଉପଲବ୍ଧ ହେବ, ସମସ୍ତ ନାଗରିକଙ୍କୁ ପ୍ରତିଷେଧକ ଟୀକା ଦିଆଯିବ । କାହାକୁ ମଧ୍ୟ ଛଡ଼ା ଯିବ ନାହିଁ । କୋଭିଡ-୧୯ ପ୍ରତିଷେଧକ ଟୀକାର ସଂରକ୍ଷଣ ପାଇଁ କୋଲଡ଼ ଚ୍ୟାନ ଉପରେ କାମ ଚାଲୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ସଠିକ ସମୟରେ ନିଷ୍ପତ୍ତି ନେଲେ ଓ ଲୋକଙ୍କ ସାହାଯ୍ୟରେ ଅଧିକ ସଂଖ୍ୟାରେ ଜୀବନ ବଞ୍ଚି ପାରିଛି । ଲକଡାଉନ ଲଗାଇବା ଓ ପରେ ଅନଲକ ପ୍ରକ୍ରିୟା ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା । କରୋନା ଭାଇରସ୍ ବିପଦ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ଏବଂ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ ଆବଶ୍ୟକତା ରହିଛି । ପର୍ବପର୍ବାଣି ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ଓ କୌଣସି ପ୍ରକାର ଛୁଟ୍ ଦିଆଯିବ ନାହିଁ ।

କରୋନା ପ୍ରତିଷେଧକ ଟୀକା ବିଷୟରେ ମୋଦି କହିଛନ୍ତି ଯେ ମୁଁ ସମଗ୍ର ଦେଶକୁ ଆଶ୍ୱସ୍ତ କରିବା ପାଇଁ ଚାହେଁ ଯେ କରୋନା ପ୍ରତିଷେଧକ ଟୀକା ଯେବେ ମଧ୍ୟ ପ୍ରସ୍ତୁତ ହେବ ସମସ୍ତ ନାଗରିକଙ୍କୁ ପ୍ରଦାନ କରାଯିବ । କୌଣସି ନାଗରିକ ଏଥିରୁ ବଂଚିତ ରହିବେ ନାହିଁ । ଏହି ଟୀକାକରଣ ଅଭିଯାନ ଆରମ୍ଭରେ କରୋନା ବିପଦ ର ସବୁଠାରୁ ନିକଟରେ ଉପସ୍ଥିତ ଲୋକଙ୍କୁ ସାମିଲ କରାଯିବ । ଏଥିରେ କରୋନା ସହ ଲଢେ଼ଇ କରୁଥିବା ଆଗୁଆ ଧାଡ଼ିର କର୍ମଚାରୀ ମାନେ ମଧ୍ୟ ସାମିଲ ରହିବେ । ।

ବର୍ତ୍ତମାନ ପ୍ରତିଷେଧକ ଟୀକାର ପ୍ରୟୋଗ ଚାଲୁଛି

କରୋନା ଭାଇରସରୁ ଦେଶର ୮୦ ଲକ୍ଷରୁ ଅଧିକ ଜନସଂଖ୍ୟା ଗ୍ରସ୍ତ ହୋଇ ସାରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ପ୍ରତିଦିନ ଅନେକ ମାମଲା ସାମ୍ନାକୁ ଆସୁଅଛି । କରୋନା ଭାଇରସ୍ ପ୍ରତିଷେଧକ ଟୀକା ପ୍ରସ୍ତୁତ କାର୍ଯ୍ୟ ଖୁବ୍ ଶୀଘ୍ରତାର ସହିତ କରାଯାଉଛି ଏବଂ ଆଶା କରାଯାଉଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ କରୋନାର ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇଯିବ । ବିଶ୍ୱର ଅନେକଗୁଡ଼ିଏ ଦେଶ ଏହାର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ଏବଂ ଭାରତରେ ମଧ୍ୟ କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ଚାଲୁଛି ।

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ହେବା ପରେ ସବୁଠାରୁ ଜରୁରୀ କାର୍ଯ୍ୟ ହେଉଛି ଏହା ସମସ୍ତଙ୍କ ନିକଟରେ ପହଞ୍ଚିବା । ଏକ ଅନୁମାନ ଅନୁଯାୟୀ ସରକାର ଦେଶବାସୀଙ୍କୁ ପ୍ରତିଷେଧକ ଟୀକା ଉପଲବ୍ଧ କରାଇବା ପାଇଁ ଆରମ୍ଭରେ ୫୦ ହଜାର କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଭାରତରେ ଉଚ୍ଚ ସ୍ତରରେ ଏହି ପ୍ରତିଷେଧକ ଟୀକା ପ୍ରସ୍ତୁତ କରାଯିବ ଏବଂ ଏହି ପ୍ରତିଷେଧକକୁ ଅନ୍ୟ ଦେଶକୁ ମଧ୍ୟ ପଠାଯିବ ।

Be the first to comment

Leave a Reply

Your email address will not be published.


*