ଆଜି କାଜଲ ହେବେ ଗୌତମଙ୍କ ବୋଧୂ, ଦେଖନ୍ତୁ ହଳଦୀ ଉତ୍ସବର ୧୦ଟି ଫଟୋ !

ଦକ୍ଷିଣ ଚଳଚ୍ଚିତ୍ର ଜଗତରୁ ଆରମ୍ଭ କରି ବଲିଉଡ଼ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବ୍ୟବସାୟୀ ଗୌତମ୍ କୀଚଲୁଙ୍କ ସହିତ ଆଜି କାଜଲ ସପ୍ତପଦୀ ନେବେ । କାଜଲ ଓ ଗୌତମଙ୍କ ବିବାହ ମୁମ୍ବାଇର 5 ଷ୍ଟାର୍ ବିଶିଷ୍ଟ ହୋଟେଲରେ ହେବାକୁ ଯାଉଛି । କୋଭିଡ -୧୯ ସଂକ୍ରମଣ ସମୟରେ ବିବାହରେ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇ ନାହିଁ । କେବଳ କିଛି ବିଶେଷ ଲୋକ ହିଁ ତାଙ୍କ ବିବାହରେ ଯୋଗ ଦେବେ । ବିବାହର ଏକ ଦିନ ଆଗରୁ ଅର୍ଥାତ ୨୯ ଅକ୍ଟୋବରକୁ କାଜଲଙ୍କ ହଳଦୀ, ମେହେନ୍ଦୀ ଓ ସଙ୍ଗୀତର ଉତ୍ସବ ଅନୁଷ୍ଠିତ କରାଗଲା ।

କାଜଲଙ୍କ ହଳଦୀର ଫଟୋଗୁଡିକ ଗଣମାଧ୍ୟମରେ ଭାଇରାଲ ହେଉଛି । ବର୍ତ୍ତମାନ ତାଙ୍କର ଏକ ସୁନ୍ଦର ଫଟୋ ଗଣମାଧ୍ୟମରେ ଭାଇରାଲ ହେଉଛି । ବର୍ତ୍ତମାନ ନିଜର ଏକ ସୁନ୍ଦର ଫଟୋ ସେ ନିଜେ ସେୟାର କରିଛନ୍ତି ।

ଯେଉଁଥିରେ ତାଙ୍କ କ୍ୟୁଟନେସ୍ ସମସ୍ତଙ୍କ ହୃଦୟ ଜିଣି ନେଇଛି । ହଳଦିଆ ରଙ୍ଗର ସୁଟ୍ ପିନ୍ଧି କାଜଲ ଫୁଲର ଗହଣା ପିନ୍ଧିଛନ୍ତି । ତାଙ୍କ ଚେହେରାରେ ହଳଦୀ ଲାଗି ରହିଛି । ଏହା ସହିତ ସେ ନିଜ ଆଖିକୁ ବନ୍ଦ କରି ପାଉଟ କରୁଛନ୍ତି । ଚେହେରାରେ ଟିକିଏ ହସ ମଧ୍ୟ ରହିଛି । ଏହି ଫଟୋରେ କାଜଲ ଖୁବ୍ କ୍ୟୁଟ୍ ଦେଖାଯାଉଛନ୍ତି ।

ଗଣମାଧ୍ୟମରେ କାଜଲଙ୍କ ହଳଦୀ ଉତ୍ସବର ଫଟୋ ଗୁଡ଼ିକ ସାମ୍ନାକୁ ଆସିଛି । ନିଜ ହଳଦୀ ସମାରୋହରେ କାଜଲ ନୃତ୍ୟ ମଧ୍ୟ କରୁଛନ୍ତି । ଏହି ଫଟୋ ଗୁଡ଼ିକରେ କାଜଲ ନିଜ ଭାବି ସ୍ୱାମୀ ଗୌତମ୍ କିଚଲୁଙ୍କ ସହ ନଜର ଆସୁଛନ୍ତି ।

ଫଟୋରେ ଆପଣ ଲକ୍ଷ୍ୟ କରି ପାରୁଥିବେ ଯେ, କାଜଲ ନିଜ ପରିବାର ଲୋକଙ୍କ ସହିତ ମଜା କରୁଥିବାର ନଜର ଆସୁଛନ୍ତି ।

କାଜଲ ଓ ଗୌତମ୍ ମଧ୍ୟ କଲେ ଖୁବ୍ ଡ୍ୟାନ୍ସ ।

କାଜଲଙ୍କ ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଆଖିରେ ଚଷମା ପିନ୍ଧି ନୃତ୍ୟ କରୁଥିବାର ନଜର ଆସୁଛନ୍ତି ।

କାଜଲଙ୍କ ଉପରେ କାହାର ଧ୍ୟାନ ନାହିଁ, ସମସ୍ତେ ନିଜ ମସ୍ତିରେ ନୃତ୍ୟ କରୁଛନ୍ତି । ସେପକ୍ଷରେ କାଜଲ ମଧ୍ୟ କାହାକୁ ଖାତିର ନକରି ନିଜ ବିବାହ ଉତ୍ସବରେ ନୃତ୍ୟ କରିବାରେ ଲାଗିଛନ୍ତି ।

ଏହା ପୂର୍ବରୁ ସେ ଇଂଷ୍ଟାଗ୍ରାମରେ ନିଜ ମେହେନ୍ଦୀର ଫଟୋ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ହାତରେ ସ୍ୱାମୀ ନାମର ମେହେନ୍ଦୀ ଲଗାଇ ଥିବାର ନଜର ଆସୁଛନ୍ତି ।

ବର୍ତ୍ତମାନ କାଜଲଙ୍କ ଫ୍ୟାନ୍ସମାନେ ତାଙ୍କୁ ବୋଧୂ ବେଶରେ ସଜ୍ଜିତ ଦେଖିବା ପାଇଁ ଚାହଁନ୍ତି । ଯେତେବେଳେ ଷୋହଳ ଶୃଙ୍ଗାର କରି କାଜଲ ଗୌତମଙ୍କ ବୋଧୂ ହେବେ ।

ସୁଚାଇଦେଉଛୁ ଯେ, କାଜଲ ଓ ଗୌତମ୍ ପରସ୍ପରକୁ ଗତ ଦୁଇ ବର୍ଷରୁ ଡେଟ୍ କରୁଛନ୍ତି । କାଜଲଙ୍କ ବିବାହ ଉତ୍ସବ ସମାରୋହ ପାଇଁ ମୁମ୍ବାଇର ଚର୍ଚ୍ଚଗେଟ୍ ସ୍ଥାନରେ ଏକ 5 ଷ୍ଟାର୍ ହୋଟେଲରେ ବୁକିଂ କରାଯାଇଛି ।

Be the first to comment

Leave a Reply

Your email address will not be published.


*