କ୍ୟାଟ୍ରିନା କୈଫ ଓ ଦୀପିକା ପାଦୁକୋନ ପରସ୍ପରର ମୁହଁ ଚାହିଁବାକୁ ପସନ୍ଦ କରୁନଥିଲେ, ଜାଣନ୍ତୁ କଣ ଥିଲା ବିବାଦର କାରଣ !

ବଲିଉଡ଼ରେ ଯେଉଁଠି ଗୋଟିଏ ପକ୍ଷରେ ପାର୍ଟି ସମୟରେ ସମସ୍ତ କଳାକାରଙ୍କୁ ଏକାଠି ମଜା ମସ୍ତି କରୁଥିବାର ଦେଖାଯାଏ । ସେପକ୍ଷରେ ବ୍ୟକ୍ତିଗତ ଜୀବନରେ କିଛି କଳାକାର ପରସ୍ପର ସହ କଥା ହେବାକୁ ପସନ୍ଦ କରନ୍ତି ନାହିଁ । କିଛି ଅଭିନେତ୍ରୀ ପ୍ରଫେସନାଲ କାରଣରୁ ପରସ୍ପର ସହିତ କଥା ହୁଅନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ବଲିଉଡ଼ର ଦୁଇଟି ସଫଳ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫ । ଉଭୟ ଅଭିନେତ୍ରୀ ନିଜ କ୍ୟାରିୟରରେ ସଫଳ ଅଟନ୍ତି । ଗୋଟିଏ ପକ୍ଷରେ କ୍ୟାଟ୍ରିନା କୈଫଙ୍କୁ ବଲିଉଡ଼ର ବେବି ଡ଼ଲ୍ କୁହାଯାଏ । ସେପକ୍ଷରେ ଦୀପିକା ପାଦୁକୋନ ମଧ୍ୟ ନିଜ ଅଭିନୟ ଯୋଗୁଁ ବାରମ୍ବାର କିଛି ବର୍ଷ ପର୍ଯ୍ୟନ୍ତ ବଲିଉଡ଼ର ୧ ନମ୍ବର ଅଭିନେତ୍ରୀ ରହି ଆସିଛନ୍ତି । କିନ୍ତୁ ଦୁହେଁ ପରସ୍ପର ସହ ଖୁବ୍ ଦୂରେଇ ରୁହନ୍ତି । ଯଦିଓ ଦୁହିଁଙ୍କ ମଧ୍ୟରେ ଦୂରତା କୌଣସି ପ୍ରଫେସନାଲ କାରଣରୁ ନୁହେଁ ବରଂ ବ୍ୟକ୍ତିଗତ କାରଣରୁ ଅଟେ । ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ଏହି ଅଭିନେତ୍ରୀ ମାନେ ପରସ୍ପର ମୁହଁକୁ ଚାହିଁବା ପାଇଁ ପସନ୍ଦ କରନ୍ତି ନାହିଁ ।

କ୍ୟାଟ୍ରିନା ଯୋଗୁଁ ହୋଇଥିଲା ଦୀପିକାଙ୍କ ବ୍ରେକପ୍

ଦୀପିକା ପାଦୁକୋନ ରଣବିର ସିଂହଙ୍କୁ ବିବାହ କରିଛନ୍ତି ଏବଂ ଦୁହେଁ ଖୁସିରେ ଜୀବନଯାପନ କରୁଛନ୍ତି । କିନ୍ତୁ ଏକ ସମୟ ଥିଲା ଯେତେବେଳେ ଦୀପିକା ରଣବିର କପୂରଙ୍କ ସହିତ ସମ୍ପର୍କରେ ଥିଲେ । ଦୁହିଁଙ୍କ ଅଫେୟାରର ଚର୍ଚ୍ଚା ସେହି ସମୟରେ ଖବରରେ ଥିଲା । ଏହା ମଧ୍ୟ ଖବର ଆସୁଥିଲା ଯେ ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯେତେବେଳେ ତାଙ୍କ ଦେଖା କ୍ୟାଟ୍ରିନାଙ୍କ ସହିତ ହେଲା ସେତେବେଳେ ତାଙ୍କୁ ଗୋଟିଏ ନଜରରେ ହିଁ କ୍ୟାଟ୍ରିନା ପସନ୍ଦ ଆସିଗଲେ । ଧୀରେ ଧୀରେ ଦୁହେଁ ପରସ୍ପରର ଖୁବ୍ ନିକଟକୁ ଆସିଗଲେ ।

ଦୀପିକାଙ୍କ ପରେ କ୍ୟାଟ୍ରିନାଙ୍କୁ କଲେ ଡେଟ୍

ଯେତେବେଳେ ଦୀପିକା ପାଦୁକୋନ ରଣବିର ଓ କ୍ୟାଟ୍ରିନାଙ୍କ ସମ୍ପର୍କ ବିଷୟରେ ଜାଣିପାରିଲେ ସେତେବେଳେ ସେ ରଣବିର କପୂରଙ୍କ ସହିତ ବ୍ରେକପ୍ କରିନେଲେ । ଦୀପିକା ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ ଯେ ରଣବିର କପୂର ତାଙ୍କ ସହିତ ଛଳନା କଲେ । ଦୀପିକାଙ୍କ ସହ ବ୍ରେକ ଅପ ପରେ ରଣବିର କପୂର ଖୋଲାଖୋଲି ଭାବେ କ୍ୟାଟ୍ରିନାଙ୍କୁ ଡେଟ୍ କରିବାକୁ ଲାଗିଲେ । ରଣବିର କପୂର କ୍ୟାଟ୍ରିନା ପାଇଁ ଏତେ ଗମ୍ଭୀର ହୋଇଯାଇଥିଲେ ନିଜ ଏକ ଭିନ୍ନ ଫ୍ଲେଟ ନେଲେ । ଯାହାର ଟଙ୍କା ସେ ହିଁ ଜମା କଲେ । କିନ୍ତୁ ରଣବିର କପୂର ଏହି ସମ୍ପର୍କରେ ମଧ୍ୟ ଅଧିକ ଦିନ ଧରି ରହି ପାରିନଥିଲେ ଏବଂ ସେ କ୍ୟାଟ୍ରିନାଙ୍କ ସହିତ ବ୍ରେକପ୍ କରିନେଲେ । କ୍ୟାଟ୍ରିନା ଏହାପରେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକୁଟିଆ ରହିଲେ । ଯଦିଓ ବର୍ତ୍ତମାନ ଖବର ଆସୁଛି ଯେ ସେ ବିକ୍କୀ କୌଶଳଙ୍କୁ ଡେଟ୍ କରୁଛନ୍ତି । ବର୍ତ୍ତମାନ ଦୁହେଁ ଅଫିସିଆଲି ଏହି କଥାକୁ ସ୍ୱୀକାର କରି ନାହାଁନ୍ତି ।

ବର୍ତ୍ତମାନ ଆଲିୟା ଭଟ୍ଟଙ୍କ ଉପରେ ଆସିଛି ହୃଦୟ

କ୍ୟାଟ୍ରିନାଙ୍କ ସହିତ ଅଲଗା ହେବା ପରେ ରଣବିର କପୂରଙ୍କ ହୃଦୟ ଆଲିୟା ଭଟ୍ଟଙ୍କ ଉପରେ ଆସିଗଲା । ଆଲିୟା ଭଟ୍ଟ ମଧ୍ୟ ରଣବିର କପୂରଙ୍କ ପ୍ରେମରେ ନପଡ଼ି ରହିପାରିଲେ ନାହିଁ । ଖବର ଆସୁଛି ଯେ ରଣବିର ଓ ଆଲିୟା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଲିୟା ଭଟ୍ଟଙ୍କୁ ଅଧିକାଂଶ ସମୟରେ ରଣବିର କପୂରଙ୍କ ସହିତ ଦେଖାଯାଏ । ଆଲିୟା ରଣବିର କପୂରଙ୍କ ସମସ୍ତ ପାରିବାରିକ ଉତ୍ସବରେ ଯୋଗ ଦିଅନ୍ତି । ରିଷି କପୂରଙ୍କ ମୃତ୍ୟୁ ପରେ ଆଲିୟା ତାଙ୍କ ପରିବାର ସହ ମଧ୍ୟ ଠିଆ ହୋଇଥିବାର ନଜର ଆସିଲେ । ବର୍ତ୍ତମାନ ଫ୍ୟାନ୍ସ ମାନେ ତାଙ୍କ ବିବାହକୁ ଅପେକ୍ଷା କରିଛନ୍ତି ।

Be the first to comment

Leave a Reply

Your email address will not be published.


*