ମୁକେଶ ଅମ୍ବାନୀ ନିଜର ତିନୋଟି ସନ୍ତାନ ଇଶା, ଆକାଶ ଓ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ କିପରି ଭାବରେ ବାଣ୍ଟିଲେ ବ୍ୟବସାୟର ଦାୟିତ୍ୱ, ଜାଣନ୍ତୁ !

ବନ୍ଧୁଗଣ ଯେପରିକି ଆପଣ ସମସ୍ତେ ଜାଣନ୍ତି ଯେ ମୁକେଶ ଅମ୍ବାନୀ ଭାରତର ସବୁଠାରୁ ବଡ଼ ବ୍ୟବସାୟୀ ରୂପେ ଜଣାଶୁଣା ଓ ମୁକେଶ ଅମ୍ବାନୀ ଯେପରି ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏହା ସହଜ ନୁହେଁ କିନ୍ତୁ ମୁକେଶ ଅମ୍ବାନୀ ନିଜ ମସ୍ତିଷ୍କ ଓ ପରିଶ୍ରମ ବଳରେ ଯେଉଁ ସ୍ଥାନରେ ପହଞ୍ଚି ପାରିଛନ୍ତି ଏହା ସମସ୍ତଙ୍କୁ ଜଣା । ସେପକ୍ଷରେ ଆପଣଙ୍କୁ ସୁଚାଇଦେଉକି ମୁକେଶ ଅମ୍ବାନୀଙ୍କ ତିନୋଟି ସନ୍ତାନ ଅଛନ୍ତି ନିଜର ଏହି ବଡ଼ ବ୍ୟବସାୟ ଦାୟିତ୍ୱକୁ ତିନୋଟି ସନ୍ତାନ ମଧ୍ୟରେ ସମାନ ଭାବେ ବଣ୍ଟନ କରିଛନ୍ତି ଏବଂ ମୁକେଶ ଅମ୍ବାନୀଙ୍କ ଅନୁସାରେ ଭବିଷ୍ୟତକୁ ଉଜ୍ଜ୍ବଳ କରିବା ପାଇଁ ଆଜିଠାରୁ ପରିଶ୍ରମ କରିବାକୁ ପଡ଼ିବ ଏଥିପାଇଁ ସେ ନିଜ ତିନୋଟି ସନ୍ତାନକୁ ବ୍ୟବସାୟରେ ଛିଡ଼ା ହେଉଥିବାର ଦେଖିବାକୁ ଚାହଁନ୍ତି ।

ସୁଚାଇଦେଉଛୁ ଯେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଅଧିକାଂଶ ସମୟରେ ନିଜ ବ୍ୟବସାୟ ମିଟିଙ୍ଗ ସମୟରେ ନିଜ ସନ୍ତାନ ମାନଙ୍କୁ ସାଥିରେ କିମ୍ବା ତାଙ୍କ ସ୍ତ୍ରୀ ନିତା ଅମ୍ବାନୀଙ୍କ ସହିତ ନଜର ଆସନ୍ତି ଏବଂ ଅଧିକାଂଶ ସମୟରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ କିମ୍ବା ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ବ୍ୟବସାୟ ସହ ଜଡ଼ିତ କଥା ଗୁଡିକୁ ଘୋଷଣା କରୁଥିବାର ଦେଖାଯାଏ । ଜଣାଇଦେଉଛୁ ଯେ ମୁକେଶ ଅମ୍ବାନୀ ନିଜ ବ୍ୟବସାୟର କିଛି କିଛି କାମକୁ ନିଜ ସନ୍ତାନ ମାନଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ସୁଚାଇବୁ ।

ଇଶା ଅମ୍ବାନୀ

ଆପଣଙ୍କୁ ସୁଚାଇଦେଉଛୁ ଯେ ମୁକେଶ ଅମ୍ବାନୀଙ୍କ ପ୍ରିୟ ଝିଅ ଇଶା ଅମ୍ବାନୀ ଜିଓ ଟେଲିକମ୍ ଓ ରିଟେଲର ସମ୍ପୂର୍ଣ୍ଣ ବ୍ୟବସାୟ ସମ୍ଭାଳନ୍ତି ଓ ଇଶା ଏହି କାମରେ ୨୦୧୪ ମସିହା ଠାରୁ ଲାଗିଛନ୍ତି ଏବଂ ନିକଟରେ ଖବର ଆସିଥିଲା ଯେ ଫେସବୁକ୍ ଜିଓର ୯.୯୯ ଅଂଶ ବିକ୍ରି କରିବା ପାଇଁ ମଧ୍ୟ ଇଶା ନିଜର ସମ୍ପୂର୍ଣ୍ଣ ଯୋଗଦାନ କରିଥିଲେ । ଏହା ସହିତ ଇଶା ଜିଓ ମାର୍ଟର ମଧ୍ୟ ସମସ୍ତ କାର୍ଯ୍ୟର ଦେଖାଶୁଣା କରନ୍ତି ଓ ରିଏଲାନ୍ସ ଇଣ୍ଡଷ୍ଟ୍ରିର ମାର୍କେଟିଙ୍ଗରୁ ଆରମ୍ଭ କରି ବ୍ରାଣ୍ଡିଙ୍ଗ ପର୍ଯ୍ୟନ୍ତ ସବୁକିଛି ବହୁତ ଭଲ ଭାବରେ ସମ୍ଭାଳି ନିଅନ୍ତି ଏବଂ ପିତା ମୁକେଶ ଅମ୍ବାନୀଙ୍କ ବ୍ୟବସାୟରେ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରନ୍ତି । କୁହାଯାଏ ଯେ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଜିଓର ଉପାୟ ଇଶାଙ୍କ ହିଁ ଥିଲା । ତେବେ ଯାହା ଆଜି ମୁକେଶ ଅମ୍ବାନୀଙ୍କ ଏକ ବହୁତ ବଡ଼ ଓ ସଫଳ ବ୍ୟବସାୟୀ ହୋଇପାରିଛନ୍ତି ।

ଆକାଶ ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ବିଷୟରେ ଆଲୋଚନା କରିବା ତେବେ ଆକାଶ ଅମ୍ବାନୀ ରିଏଲାନ୍ସ ଜିଓର ଡ଼ାଇରେକ୍ଟର ଅଟନ୍ତି ଓ ସେ ରିଏଲାନ୍ସ ଜିଓର ସମଗ୍ର ବ୍ୟବସାୟ ସମ୍ଭାଳନ୍ତି । ଆକାଶ ଜିଓର ଡ଼ାଇରେକ୍ଟର ହେବା ସଙ୍ଗେ ସଙ୍ଗେ ଜିଓର ଏକଯ୍ୟୁକେଟିଭ କମିଟି ସଦସ୍ୟ ମଧ୍ୟ ଅଟନ୍ତି । ଆକାଶ ଅମ୍ବାନୀ ଜିଓର ଗଭର୍ନିଙ୍ଗ ଓ ଅପେରେଟିଂ ବଡ଼ିର ମଧ୍ୟ ମୁଖ୍ୟ ଅଟନ୍ତି । ସୁଚାଇଦେଉଛୁ ଯେ ଆକାଶ ଅମ୍ବାନୀ ମୁକେଶ ଅମ୍ବାନୀଙ୍କ ବ୍ୟବସାୟର ଏକ ବଡ଼ ଅଂଶ ଏକୁଟିଆ ସମ୍ଭାଳି ନିଅନ୍ତି ଓ ନିଜ ଭଉଣୀ ଇଶା ଅମ୍ବାନୀଙ୍କ ସହିତ ୨୦୧୪ ମସିହାରେ କମ୍ପାନୀର ଡ଼ାଇରେକ୍ଟର ଭାବେ ଜଡ଼ିତ ହୋଇଯାଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେ ଏହି ପଦବୀରେ ନିଯୁକ୍ତ ଅଛନ୍ତି ଏବଂ ଶ୍ରୀଯୁକ୍ତ ଅମ୍ବାନୀ ମହାଶୟଙ୍କ ବ୍ୟବସାୟକୁ ଆଗକୁ ବଢାଇବାରେ ମଧ୍ୟ ତାଙ୍କର ଅଧିକ ଯୋଗଦାନ ରହିଛି । ଅଧିକାଂଶ ସମୟରେ ମୁକେଶ ଅମ୍ବାନୀଙ୍କ ସହିତ ଆକାଶ ଅମ୍ବାନୀ ବ୍ୟବସାୟ ମିଟିଙ୍ଗ ଗୁଡ଼ିକରେ ନଜର ଆସନ୍ତି । ଜିଓର ଡ଼ାଇରେକ୍ଟର ହେବା ସଙ୍ଗେ ସଙ୍ଗେ ଜଣାଇଦେଉଛୁ ଯେ ଆକାଶ ଅମ୍ବାନୀ ଆଇପିଏଲର ରିଏଲାନ୍ସ ଗ୍ରୁପର ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର କାମ ମଧ୍ୟ ଦେଖାଶୁଣା କରନ୍ତି ।

ଅନନ୍ତ ଅମ୍ବାନୀ

ସୁଚାଇଦେଉଛୁ ଯେ ମୁକେଶ ଅମ୍ବାନୀଙ୍କ ସବୁଠାରୁ ଛୋଟ ପୁଅ ଅନନ୍ତ ଅମ୍ବାନୀ ଜିଓର ଏଡିସନାଲ ଡ଼ାଇରେକ୍ଟର ପଦରେ କାର୍ଯ୍ୟରତ ଓ ଏଥିସହ ଅନନ୍ତ ଅମ୍ବାନୀ ଜାମନଗର ସ୍ଥିତ ରିଫାଇନାରୀର ସାମାଜିକ କାର୍ଯ୍ୟରେ ମଧ୍ୟ ଖୁବ୍ ସକ୍ରିୟ ରୁହନ୍ତି ଓ ସେ ସେଠାକାର କାର୍ଯ୍ୟଭାର ସମ୍ଭାଳନ୍ତି । ଏଥି ସହିତ ଅନନ୍ତ ଅମ୍ବାନୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ସଦସ୍ୟ ମଧ୍ୟ ଅଟନ୍ତି । ଅନନ୍ତ ସାମାଜିକ କାର୍ଯ୍ୟ କଳାପରେ ସର୍ବଦା ଜଡ଼ିତ ରୁହନ୍ତି ଓ ନିକଟରେ ଅନନ୍ତ ମହାରାଷ୍ଟ୍ର ବନ୍ୟା ପରିସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କୁ ୫ କୋଟି ଟଙ୍କା ପାଣ୍ଠିରେ ଦାନ କରିଛନ୍ତି ।

Be the first to comment

Leave a Reply

Your email address will not be published.


*