‘ରୋଟି ବାଲି ଅମ୍ମା’ଙ୍କ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆସିଲେ ସାମ୍ନାକୁ, କେହି ଉପହାର ଦେଲେ ତ ଆଉ କିଏ ଦେଲେ ୧୦ ହଜାର

ସୋସିଆଲ ମିଡ଼ିଆରେ ବର୍ତ୍ତମାନ ‘ରୋଟି ବାଲି ଅମ୍ମା’ ଭାଇରାଲ ହେଉଛନ୍ତି । ଏହି ଅମ୍ମା ଆଗ୍ରା ସଡ଼କରେ ଖାଦ୍ୟ ବିକ୍ରି କରନ୍ତି ଏବଂ ମାତ୍ର ୨୦ ଟଙ୍କାରେ ଲୋକଙ୍କୁ ଭରପୂର ଭୋଜନ ଦିଅନ୍ତି । ଯଦିଓ କରୋନା ଭାଇରସ୍ କାରଣରୁ ତାଙ୍କ ନିକଟକୁ ଲୋକେ ଖାଦ୍ୟ ଖାଇବାକୁ ଆସନ୍ତି ନାହିଁ । ଯେଉଁଥିରୁ କି ଅମ୍ମାଙ୍କ ରୋଜଗାର ହୋଇପାରୁନାହିଁ । ଅମ୍ମାଙ୍କ ସାହାଯ୍ୟ ପାଇଁ ନିକଟରେ ଏମାନଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି । ଏହା ପରେ ଅନେକଗୁଡ଼ିଏ ଲୋକ ଅମ୍ମାଙ୍କୁ ସାହାଯ୍ୟ କରିବା ପାଇଁ ସାମ୍ନାକୁ ଆସୁଛନ୍ତି ।

ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କ ଦୋକାନରେ ବହୁତ ଭିଡ଼ ଲାଗିଯାଇଛି ଏବଂ ଲୋକେ ତାଙ୍କ ଠାରୁ ଖାଦ୍ୟ କିଣୁଛନ୍ତି । ଏତିକିନୁହେଁ ଜିଲ୍ଲା ନଗରୀୟ ବିକାଶ ଅଭିକରଣ ମଧ୍ୟ ଅମ୍ମାଙ୍କ ସାହାଯ୍ୟ କଲେ ଓ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅନୁଯାୟୀ ତାଙ୍କୁ ୧୦ ହଜାର ଟଙ୍କା ଦେଇଛନ୍ତି । କୁହାଯାଉଛି ଯେ କିଛି ଅଧିକାରୀ ଅମ୍ମା ନିକଟକୁ ଆସିଲେ ଓ ସେମାନେ ଅମ୍ମାଙ୍କୁ ତୁରନ୍ତ ବ୍ୟାଙ୍କ ଖାତା ଖୋଲି ତୁରନ୍ତ ସେଥିରେ ଏହି ଟଙ୍କା ପଠାଇଦେଲେ ।

ଅମ୍ମାଙ୍କୁ ଦେଲେ ସ୍ମାର୍ଟ ଫୋନ୍

ଡୁଡ଼ା ପରେ ୟୁରୋ ସେଫଟି ଗ୍ରୁପ ଅଫ କମ୍ପାନୀ ମାନେ ଶୁକ୍ରବାରକୁ ରୋଜର ଫାଉଣ୍ଡେସନ ସାହାଯ୍ୟରେ ଅମ୍ମାଙ୍କ ସାହାଯ୍ୟ କଲେ ଓ ଏମାନେ ଷ୍ଟୋଭ, ସିଲିଣ୍ଡର ଓ ଡିସ୍ପୋଜେବଲ ବାସନକୁସନ ସମେତ ଆଧୁନିକ ବାହାନ ସବୁ ଦିଆଗଲା । କାରଣ ସେ ଆରାମରେ ନିଜ ବ୍ୟବସାୟ ଚଳାଇପାରିବେ । ଏତିକିନୁହେଁ କମ୍ପାନୀ ତରଫରୁ ଅମ୍ମାଙ୍କୁ ଏକ ଫୋନ୍ ଦିଆଯାଇଛି । ସେହି ଫୋନ୍ ଜରିଆରେ ସେ ଜରୁରୀ ଖାଦ୍ୟର ଅର୍ଡର ନେଇପାରିବେ ।

୮୦ ବର୍ଷୀୟ ଅମ୍ମାଙ୍କ ନାମ ଭଗବାନ ଦେବୀ ଅଟେ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟି ସାରିଛି । ତାଙ୍କ ଗୋଟିଏ ପୁଅ ଅଛନ୍ତି କିନ୍ତୁ ସେ ତାଙ୍କ ଘରୁ ବାହାର କରିଦେଇଥିଲେ । ଏହାପରେ ଭଗବାନ ଦେବୀ ଖାଦ୍ୟ ବିକ୍ରୟ କରିବା ଆରମ୍ଭ କରିଦେଲେ କିନ୍ତୁ ଲକଡାଉନ ଯୋଗୁଁ ତାଙ୍କ ନିକଟରେ କୌଣସି ଗ୍ରାହକ ଆସୁନଥିଲେ । ଯାହା ଫଳରେ ସେ ଖୁବ୍ ଦୁଃଖିତ ଥିଲେ । ଭଗବାନ ଦେବୀଙ୍କ ଅନୁଯାୟୀ ଯେତେବେଳେ ଯାଏ ଗୋଡ଼ ହାତ ଠିକ୍ ଚାଲିବ, ସେ କାମ କରିବା ଜାରି ରଖିବେ । ସେ ୧୫ ବର୍ଷରୁ ସଡ଼କରେ ଖାଦ୍ୟ ବିକ୍ରୟ କରୁଛନ୍ତି ।

ନିକଟରେ ସୋସିଆଲ ମିଡ଼ିଆରେ ବାବାଙ୍କ ଢ଼ାବା ପ୍ରସିଦ୍ଧ ହୋଇଥିଲା । ଏହାପର ଠାରୁ ଲୋକମାନେ ଏପରି ଲୋକଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ଯେଉଁମାନଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି । ଖୁସିର କଥା ଏହିକିଯେ ଲୋକମାନେ ଏହି ଭିଡ଼ିଓକୁ ଦେଖି ତାଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*