ଏହି ୫ ଜଣ କଳାକାରଙ୍କ ଯୋଗୁଁ ଚିନ୍ତିତ ରୁହନ୍ତି ତାଙ୍କ ପଡ଼ୋଶୀ, ୪ ନମ୍ବର ବଗିଚାରେ ପୋଷକ ନପିନ୍ଧି ବୁଲୁଥିଲେ!

ବଲିଉଡ଼ କଳାକାର ଏକ ସମୟରେ ନିଜ ଚଳଚ୍ଚିତ୍ର ଜରିଆରେ ଖବରରେ ରହି ଆସନ୍ତି ଆଉ କିଛି ଅନ୍ୟ କାରଣରୁ ଚର୍ଚ୍ଚାରେ ରୁହନ୍ତି । ସିନେମା ଜଗତର ଏପରି କିଛି କଳାକାର ଆଜି ବଲିଉଡ଼ରେ ରାଜ୍ କରନ୍ତି, ଆଉ କିଛି ନିଜ ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟାରତ କିନ୍ତୁ ଏହି କଳାକାର ମାନଙ୍କ କିଛି ଅଭ୍ୟାସ ତାଙ୍କ ପଡ଼ୋଶୀରେ ରହୁଥିବା ଲୋକଙ୍କୁ ଚିନ୍ତିତ କରିଦିଏ ।

ଆଜି ଆମେ କହିବାକୁ ଯାଉଛୁ ସେହି କଳାକାରଙ୍କ ବିଷୟରେ ଯେଉଁମାନଙ୍କ ଅଭ୍ୟାସ ଯୋଗୁଁ ତାଙ୍କ ଆଖପାଖରେ ରହୁଥିବା ଲୋକଙ୍କୁ ସମସ୍ୟା ହୋଇଯାଏ । ତେବେ ଆଜି ଆମେ ସେହି କଳାକାରଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ସେହି କଳାକାରଙ୍କ ବିଷୟରେ ।

କରିନା କପୂର

ବଲିଉଡ଼ର ବେବୋ, ଅର୍ଥାତ କରିନା କପୂର ୩୮ ବର୍ଷୀୟ ହୋଇ ସାରିଛନ୍ତି, କରିନା ଆଜି ମଧ୍ୟ ଖୁବ୍ ସୁନ୍ଦରୀ ଦେଖାଯାଆନ୍ତି ଲୋକମାନେ ତାଙ୍କୁ ତାଙ୍କ ଅଭିନୟ ପାଇଁ ପସନ୍ଦ କରନ୍ତି କିନ୍ତୁ କରିନାଙ୍କ ପଡ଼ୋଶୀ ତାଙ୍କୁ ନେଇ ଖୁବ୍ ଚିନ୍ତିତ ରୁହନ୍ତି । ଗତ କିଛି ଦିନ ଆଗରୁ ନିଜ ଘରେ ପାର୍ଟି ଦେଇଥିଲେ, ଏହି ପାର୍ଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । କରିନାଙ୍କ ପଡ଼ୋଶୀ ମାନେ ଏହି ପାର୍ଟି ଯୋଗୁଁ ପୋଲିସଙ୍କ ନିକଟରେ ଅଭିଯୋଗ କରିଥିଲେ । ତା’ପରେ ଯାଇ ଏହି ପାର୍ଟି ଉପରେ ରୋକ୍ ଲାଗିଲା ।

ପ୍ରୀତି ଜିଣ୍ଟା

୨୦୧୫ ମସିହାରେ ପ୍ରୀତି ଜିଣ୍ଟାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା କାହିଁକି । ପ୍ରୀତି ପାର୍ଟି, ପାର୍କ ଓ କୁଆଡ଼େ ବାହାରେକୁ ଯାଆନ୍ତି ନାହିଁ । ଏହିଅପରି ପ୍ରୀତି ଯେଉଁ ଆଡ଼କୁ ଯାଆନ୍ତି ତାଙ୍କ ବାଉନ୍ସର ତାଙ୍କ ସହିତ ଚାଲେ । ଯେତେବେଳେ ଯାଏ ପ୍ରୀତି ବଗିଚାରେ ଥାଆନ୍ତି ସେତେବେଳେ ଯାଏ ଛୁଆ ମାନଙ୍କୁ ମଧ୍ୟ ସେଠାରେ ଖେଳିବାକୁ ଦିଆଯାଏ ନାହିଁ । ଯାହା ଫଳରେ ଲୋକଙ୍କୁ ଏଥିରୁ ସମସ୍ୟା ହୋଇଥାଏ ।

ଶାହୀଦ କପୂର

କବୀର ସିଂହ ଅର୍ଥାତ ଶାହୀଦ କପୂର, ଆଜିକାଲି ଶାହୀଦଙ୍କ ଘରର ମରାମତି କରାଯାଉଛି । ଏଥିପାଇଁ ତାଙ୍କ ପଡ଼ୋଶୀ ମାନେ ଚିନ୍ତିତ ଅଛନ୍ତି । ଆଖପାଖର ଲୋକମାନେ ମିଳିମିଶି ଅଭିନେତାଙ୍କ ବିରୁଦ୍ଧରେ ମାମଲା ଦାଖଲ କରାଇଥିଲେ, ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ପଡ଼ୋଶୀ ମାନଙ୍କ କାନ୍ଥରେ ପରିସ୍ରା କରିଦିଅନ୍ତି ।

ଶକ୍ତି କପୂର

କଳାକାର ଶକ୍ତି କପୂରଙ୍କ ବିରୁଦ୍ଧରେ ତାଙ୍କ ପଡ଼ୋଶୀ ମାନେ ପୋଲିସ୍ ନିକଟରେ ମାମଲା ଦାଖଲ କରାଇଥିଲେ ଯେ ସେ ଲିଫ୍ଟରେ ପରିସ୍ରା କରିଦେଲେ ଓ ଆହୁରି କି ସେ କରିଡରରେ ପୋଷକ ନପିନ୍ଧି ବୁଲୁଥିଲେ । ଏଥିପାଇଁ ତାଙ୍କ ପଡ଼ୋଶୀ ମାନେ ତାଙ୍କ ବିରୁଦ୍ଧରେ ମାମଲା ଦାଖଲ କରିଥିଲେ । ପରେ ଶକ୍ତି ସମସ୍ତଙ୍କୁ କ୍ଷମା ମାଗିଥିଲେ ।

ଐଶ୍ଚର୍ଯ୍ୟା ରାୟ

ଯେତେବେଳେ ଐଶ୍ଚର୍ଯ୍ୟା ରାୟ ଓ ସଲମାନ ଖାନଙ୍କ ଅଫେୟାର ଚାଲୁଥିଲା ସେତେବେଳେ ଐଶ୍ଚର୍ଯ୍ୟାଙ୍କ ପଡ଼ୋଶୀ ମାନେ ତାଙ୍କ ପ୍ରତି ବହୁତ ବିରକ୍ତ ହେଉଥିଲେ । ସେହି ସମୟରେ ସଲମାନଙ୍କ କାରଣରୁ ଐଶ୍ଚର୍ଯ୍ୟାଙ୍କୁ ପଡୋଶୀମାନଙ୍କ ଅଭିଯୋଗର ଶିକାର ହେବାକୁ ପଡିଥିଲା ଏବଂ ସଲମାନଙ୍କ ପାଇଁ ଐଶ୍ଚର୍ଯ୍ୟାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ଦାଖଲ ହୋଇଥିଲା ।

Be the first to comment

Leave a Reply

Your email address will not be published.


*