କରୀନା ଖୋଲିଲେ ନିଜ ସଉତୁଣୀଙ୍କ ରହସ୍ୟ, କହିଲେ ମୋର ସୈଫ ଅଲି ଖାନଙ୍କ ସହିତ ବିବାହ ପରେ ଅମୃତା ସିଂହଙ୍କ ସହିତ….

କରୀନା ଖୋଲିଲେ ନିଜ ସଉତୁଣୀଙ୍କ ରହସ୍ୟ, କହିଲେ ମୋର ସୈଫ ଅଲି ଖାନଙ୍କ ସହିତ ବିବାହ ପରେ ଅମୃତା ସିଂହଙ୍କ ସହିତ….

ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମାଁ ହେବାକୁ ଯାଉଛନ୍ତି, ଏହା ସହିତ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଲାଲ୍ ସିଂହ ଚଡାର ସୁଟିଂରେ ମଧ୍ୟ ବହୁତ ବ୍ୟସ୍ତ ଅଛନ୍ତି । ଏସବୁ ସହିତ ଆଉ ଏକ କାରଣ ଅଛି, ଯେଉଁଥିପାଇଁ କରୀନା ଅନେକ ଚର୍ଚ୍ଚାରେ ରହିଛନ୍ତି । କହିରଖୁଛୁ ଯେ ନିକଟରେ କରୀନା ଏକ ସାକ୍ଷାତକାର ଦେଇଥିଲେ, ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ସ୍ୱାମୀ ସୈଫଙ୍କ ପ୍ରଥମ ପତ୍ନୀ ଅମୃତାଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଏହି ସାକ୍ଷାତକାରରେ କରୀନା ଅମୃତା ସିଂହଙ୍କୁ ବହୁ ମାତ୍ରାରେ ପ୍ରଶଂସା କରିଛନ୍ତି । କରୀନା କଫି ୱିଥ କରନକୁ ଆସିଥିବା ସମୟରେ, କରନ୍ କଥାବାର୍ତ୍ତା ମଧ୍ୟରେ କରୀନାଙ୍କୁ ତାଙ୍କର ଏବଂ ଅମୃତା ସିଂହଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ପଚାରିଥିଲେ, ଯେଉଁଥିରେ କରୀନା କହିଛନ୍ତି ସୈଫଙ୍କ ସହ ବିବାହ ପରେ ମୁଁ ଅମୃତାଙ୍କ ସହିତ ଏପର୍ଯ୍ୟନ୍ତ ଭେଟି ନାହିଁ, କିନ୍ତୁ ମୁଁ ତାଙ୍କୁ ବହୁତ ସମ୍ମାନ କରେ ।

କରୀନା କହିଛନ୍ତି ଯେ ‘କଭି ଖୁସି କଭି ଗମ୍’ ଚଳଚ୍ଚିତ୍ର ସମୟରେ ସେ ଅମୃତାଙ୍କ ସହିତ ସାକ୍ଷାତ କରିଥିଲେ, ଏବଂ ସେହି ସମୟ ମଧ୍ୟରେ ସାରାଙ୍କ ସହିତ ମଧ୍ୟ ପରିଚିତ ହୋଇଥିଲେ । ତେବେ କହିରଖୁଛୁ ଯେ କରୀନା ଏବଂ ସାରା ବହୁତ ଭଲ ମିଶିଥାନ୍ତି, କେବଳ ଏତିକି ନୁହେଁ ସାରା କରୀନାଙ୍କୁ ନିଜ ଆଦର୍ଶ କହିଛନ୍ତି । ଏବଂ ଦୁହିଁଙ୍କର ଫୋଟ ପ୍ରାୟତଃ ଏକାସହିତ ଭାଇରାଲ ହୋଇଥାଏ ।

କରୀନାଙ୍କ କହିବା ଅନୁଯାୟୀ, ସୈଫଙ୍କ ସହ ତାଙ୍କର ସାକ୍ଷାତ ହେବା ବେଳକୁ ସୈଫ ଅମୃତାଙ୍କ ଠାରୁ ଅଲଗା ହୋଇ ସାରିଥିଲେ, କିନ୍ତୁ ସୈଫଙ୍କ ସହ ସାକ୍ଷାତ ପରେ ସେ କେବେ ମଧ୍ୟ ଅମୃତାଙ୍କୁ ଭେଟି ନାହାଁନ୍ତି । କରୀନା କହିଛନ୍ତି ଯେ ମୋ ସ୍ୱାମୀ ଏବଂ ଅମୃତାଙ୍କ ଦୁଇ ସନ୍ତାନଙ୍କର ଲାଳନପାଳନ ଅମୃତା ଏକାକୀ କରିଛନ୍ତି । ଏହାର ସମସ୍ତ ଶ୍ରେୟ ଅମୃତାଙ୍କୁ ହିଁ ଯାଉଅଛି କିନ୍ତୁ ସୈଫ ମଧ୍ୟ ସାରା ଏବଂ ଇବ୍ରାହିମଙ୍କୁ ବହୁତ ଭଲ ପାଆନ୍ତି । ପିଲାମାନଙ୍କ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ସୈଫ ମୋତେ କହିଥିଲେ ତାଙ୍କର ଦୁଇ ସନ୍ତାନ ତାଙ୍କ ଜୀବନର ଅଂଶ ଅଟନ୍ତି, ସେ ଦୁହେଁ ତାଙ୍କର ବହୁତ ନିକଟତର ଅଟନ୍ତି ।

Leave a Reply

Your email address will not be published. Required fields are marked *