କନ୍ୟା ହୋଇ ଆସିଥିବା ବୋହୂ ଶଶୁରକୁ ମାନିବାକୁ ଲାଗିଲା ସ୍ୱାମୀ, ଅବୈଧ ସମ୍ପର୍କ ଗଢି ଗର୍ଭବତୀ ହୋଇଗଲା, ତା’ପରେ ଶାଶୁକୁ…

ଗୁଜୁରାଟ ଠାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ କଳିଯୁଗର ବୋହୂ ନିଜ ଶାଶୁକୁ ନିର୍ମମ ଭାବରେ ହତ୍ୟା କରିଦେଇଛି । କେବଳ ଏତିକି ନୁହେଁ, ହତ୍ୟା କରିବା ପରେ ସେ ଶବକୁ ଘରେ ଲୁଚିକରି ଜଳାଇବାକୁ ଯାଉଥିଲା । କିନ୍ତୁ ଏହା ପୂର୍ବରୁ ପଡୋଶୀ ମାନଙ୍କୁ ଏହି କଥାର ସଂକେତ ମିଳିଗଲା ଏବଂ ସମସ୍ତ ଗୁମର ଖୋଲିଗଲା । ସଠିକ୍ ସମୟରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିନେଲା କିନ୍ତୁ ବର୍ତ୍ତମାନ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୋଲାସା ହୋଇଛି । ଯେଉଁଥିରୁ ଜଣାପଡିଛି ଯେ ବୋହୂ ଏଭଳି ଘଟଣା ଏଥିପାଇଁ ଘଟାଇଛି, କାରଣ ଶଶୁରଙ୍କ ସହିତ ତାହାର ଶାରୀରିକ ସମ୍ପର୍କ ଥିଲା । ଏଥିପାଇଁ ରାସ୍ତାରେ ବାଧା ସୃଷ୍ଟି କରୁଥିବା ଶାଶୁକୁ ସେ ହତ୍ୟା କରିଦେଇଛି ।

ବାସ୍ତବରେ ଏହି ମାମଲା ଅହମଦାବାଦର ଗୋତା ଅଞ୍ଚଳର ଅଟେ । ଯେଉଁଠାରେ ରୋୟାଲ ହୋମ୍ସ କଲୋନୀରେ ରହୁଥିବା ବୋହୂ ନିକିତା ନିଜ ଶାଶୁ ରେଖା ଅଗ୍ରୱାଲଙ୍କ ମୁଣ୍ଡକୁ ଲୁହା ରଡ଼ରେ ପିଟି ହତ୍ୟା କରିଦେଇଛନ୍ତି । କହୁରଖୁଛୁ ଯେ ରେଖା ଅଗ୍ରୱାଲଙ୍କ ପୁଅ ଦୀପକଙ୍କ ବିବାହ ଚଳିତବର୍ଷ ଜାନୁଆରୀ ମାସରେ ନିକିତା ଅର୍ଥାତ ନ୍ୟାରାଙ୍କ ସହିତ ହୋଇଥିଲା କିନ୍ତୁ ବିବାହର କିଛିଦିନ ପରେ ହିଁ ଶାଶୁ ଓ ବୋହୂଙ୍କ ମଧ୍ୟରେ ବିବାଦ ହେବା ଆରମ୍ଭ ହୋଇ ଯାଇଥିଲା ।

କହିରଖୁଛୁ ଯେ ବିବାହର କିଛିଦିନ ପରେ ହିଁ ବୋହୂ ନିକିତାଙ୍କର ନିଜ ଶଶୁରଙ୍କ ସହ ଅବୈଧ ସମ୍ପର୍କ ସ୍ଥାପନ ହୋଇଥିଲା । ସେମାନେ ଦୁହେଁ ଲୁଚି ଲୁଚି ଶାରୀରିକ ସମ୍ପର୍କ ରଖିଥିଲେ । କେବଳ ଏତିକି ନୁହେଁ, ଘର ବାହାରେ ସହରର ଥିବା ହୋଟେଲ ଗୁଡିକୁ ମଧ୍ୟ ଯିବାକୁ ଲାଗିଥିଲେ କିନ୍ତୁ କଳଙ୍କିତ ବୋହୂର ଏହି କାମ ଅଧିକ ଦିନ ପର୍ଯ୍ୟନ୍ତ ଶାଶୁର ନଜରରୁ ଲୁଚି ରହିପାରିଲା ନାହିଁ ଏବଂ ଶାଶୁକୁ ସନ୍ଦେହ ହୋଇଗଲା ।

ଅଭିଯୁକ୍ତ ନିକିତା ଦୁଇମାସ ଧରି ଗର୍ଭବତୀ ଅଛନ୍ତି, ଏହି ମାସରେ ହିଁ ଶାଶୁକୁ ସନ୍ଦେହ ହୋଇଥିଲା ଯେ ବୋହୂଙ୍କ ପେଟରେ ବଢୁଥିବା ଏହି ପିଲା ଶଶୁରଙ୍କର ଅର୍ଥାତ ତାଙ୍କ ସ୍ୱାମୀଙ୍କର ଅଟେ । ସେଥିପାଇଁ ନିକିତାଙ୍କ ସହ ବିବାଦ ସହିତ ସେ ତାଙ୍କୁ ସମାଲୋଚନା କରୁଥିଲେ । ମଙ୍ଗଳବାର ରାତିରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଏହି କଥାକୁ ନେଇ ଝଗଡା ହୋଇଥିଲା କିନ୍ତୁ ଝଗଡା ଏତେ ବଢ଼ିଗଲା ଯେ ବୋହୂ ଶାଶୁଙ୍କୁ ହତ୍ୟା କରିଦେଲେ ।

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ନିକିତାଙ୍କ ମୋବାଇଲରୁ ପୋଲିସକୁ ଏକ ମ୍ୟାସେଜ୍ ମିଳିଛି, ଯାହା ତାଙ୍କ ଶଶୁର ପଠାଇଥିଲେ । ଯେଉଁଥିରେ ଲେଖାଥିଲା ଯେ ସେ ବର୍ତ୍ତମାନ ଦୀପକ ଅର୍ଥାତ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହି ମ୍ୟାସେଜ୍ ଶଶୁରଙ୍କ ମୋବାଇଲରୁ ଅକ୍ଟୋବର ୨୪ ତାରିଖ ଦିନ ପଠାଯାଇଛି । କହିରଖୁଛୁ ଯେ ଶଶୁର ପ୍ରାୟତଃ କରୋନା ଯୋଗୁଁ ହସ୍ପିଟାଲରେ ଅଛନ୍ତି । ଠିକ୍ ହେବା ପରେ ପୋଲିସ୍ ତାଙ୍କୁ ପଚରାଉଚରା କରିବ ।

କହିରଖୁଛୁ ଯେ ଯେଉଁ ସମୟରେ ନିକିତା ଶାଶୁ ରେଖାଙ୍କ ହତ୍ୟା କରିଥିଲେ, ସେହି ସମୟରେ ସ୍ବାମୀ ଦୀପକ ନିକଟସ୍ଥ ଏକ ମନ୍ଦିରକୁ ଯାଇଥିଲେ । ଏହି ସମୟ ମଧ୍ୟରେ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏହି ବିବାଦ କେତେବେଳେ ହତ୍ୟାରେ ପରିଣତ ହୋଇଗଲା, ଜଣାପଡିଲା ନାହିଁ । ଯେତେବେଳେ ଦୀପକ ଘରକୁ ପହଞ୍ଚିଲେ, ସେତେବେଳେ ନିକିତା କବାଟ ଖୋଲିଲେ ନାହିଁ । ତା’ପରେ ଦୀପକଙ୍କୁ ସନ୍ଦେହ ହେଲା ଏବଂ ସେ ବାଲକୋନୀ ମଧ୍ୟ ଦେଇ ଘର ଭିତରକୁ ପ୍ରବେଶ କଲେ । ଯେଉଁଠାରେ ତାଙ୍କୁ କଠୋରୀରେ କେବଳ ରକ୍ତ ହିଁ ଦେଖାଗଲା ଓ ସାମ୍ନାରେ ମାଆଙ୍କର ଅଧା ଜଳା ଶବ ପଡି ରହିଥିଲା । ଏହାପରେ ଘଟଣାସ୍ଥଳକୁ ପୋଲିସକୁ ଡକା ଯାଇଥିଲା ।

କହିରଖୁଛୁ ଯେ ରୋୟାଲ ହୋମ୍ସ କଲୋନୀର ଏକ ଫ୍ଲାଟରେ ଅଗ୍ରୱାଲ ପରିବାର ବାସ କରନ୍ତି ।

Be the first to comment

Leave a Reply

Your email address will not be published.


*