ଏମାନେ ଦକ୍ଷିଣ ଭାରତର ସବୁଠାରୁ ଧନୀ ଅଭିନେତା, ଜାଣନ୍ତୁ ତାଙ୍କର ମୋଟ ସମ୍ପତ୍ତି କେତେ

ବଲିଉଡ ଅଭିନେତାମାନଙ୍କ ବିଷୟରେ ଆପଣ ଜାଣନ୍ତି, ସେମାନେ କଣ କରନ୍ତି, କେଉଁଠାରେ ରୁହନ୍ତି ଏବଂ କେତେ ଧନୀ, କିନ୍ତୁ ଆଜି ଆମେ ଆପଣଙ୍କୁ ଦକ୍ଷିଣ ଭାରତର କିଛି ପ୍ରସିଦ୍ଧ ତଥା ଧନୀ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ତାଙ୍କର ସର୍ବୋତ୍ତମ ଅଭିନୟ ସହିତ ଦକ୍ଷିଣ ଭାରତ ଫିଲ୍ମ ଦୁନିଆରେ ଆତଙ୍କ ସୃଷ୍ଟି କରିଛନ୍ତି ଏବଂ ରୋଜଗାରରେ ମଧ୍ୟ ସେମାନେ ବହୁ ଆଗରେ ଅଛିନ୍ତି । ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା ।

ନାଗାର୍ଜୁନ

ତେଲୁଗୁ ଚଳଚ୍ଚିତ୍ରର ସୁପରଷ୍ଟାର ନାଗାର୍ଜୁନଙ୍କୁ ଆପଣମାନେ ଅନେକ ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ କରୁଥିବା ଦେଖିଥିବେ । ନାଗାର୍ଜୁନଙ୍କ ଅଧିକାଂଶ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ହିଟ୍ ହୁଏ । ଏହା ବ୍ୟତୀତ ନାଗାର୍ଜୁନ ମଧ୍ୟ ଜଣେ ବ୍ୟବସାୟୀ । ନାଗାର୍ଜୁନ ମଧ୍ୟ ହାଇଦ୍ରାବାଦସ୍ଥିତ ବ୍ଲୁ କ୍ରସ୍ ଏନଜିଓର ସହ ପ୍ରତିଷ୍ଠାତା ଓ ଅନ୍ନପୂର୍ଣ୍ଣା ଷ୍ଟୁଡିଓ ପ୍ରଡକ୍ସନ ହାଉସର ମାଲିକ ଅଟନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନାଗାର୍ଜୁନ ସମଗ୍ର ଦକ୍ଷିଣ ଭାରତର ସବୁଠାରୁ ଧନୀ ଅଭିନେତା । ତାଙ୍କ ପାଖରେ ପ୍ରାୟ ୩୦୦୦କୋଟି ଟଙ୍କାର ସମ୍ପତ୍ତି ରହିଛି ।

ରାମ ଚରଣ

ତେଲୁଗୁ ଚଳଚ୍ଚିତ୍ରରେ ନିଜର ଆକର୍ଷଣୀୟ ଅଭିନୟ ପାଇଁ ଜଣାଶୁଣା ରାମ ଚରଣ, ‘ ଚିରୁଥା ‘, ‘ମାଗାଧିରା ‘, ‘ ନାୟକ ‘ ଏବଂ ‘ ୟେଭୁଡୁ ‘ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ପାଇଁ ସେ ବେଶ ଜଣାଶୁଣା । ଏହା ବ୍ୟତୀତ ରାମ କନିଡେଲା ପ୍ରଡକ୍ସନ କମ୍ପାନୀ, ରାମ ଚରଣ ପୋଲୋ ଟିମ୍ ଏବଂ ହାଇଦ୍ରାବାଦ ଭିତ୍ତିକ ବିମାନ ଟ୍ରୁଜେଟର ମାଲିକ ଅଟନ୍ତି । ଏହି କାରଣରୁ ରାମ ଚରଣଙ୍କର ଅର୍ଥର ଅଭାବ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏତେ କମ୍ ବୟସରେ ତାଙ୍କର ସମ୍ପତ୍ତି ପ୍ରାୟ ୨୮୦୦କୋଟି ଟଙ୍କା ରହିଛି ।

ଚିରଞ୍ଜବୀ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଏବଂ ତେଲୁଗୁ ସିନେମାର ମେଗାଷ୍ଟାର ଚିରଞ୍ଜବୀ ତାଙ୍କର ଉତ୍କୃଷ୍ଟ ଅଭିନୟ ତଥା ମହାନ ନୃତ୍ୟ ପାଇଁ ବେଶ୍ ଜଣାଶୁଣା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିରଞ୍ଜବୀ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଏବଂ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସଫଳ ମଧ୍ୟ ହୋଇଛି । ଚିରଞ୍ଜବୀଙ୍କର ପାଖାପାଖି ୧୫୦୦କୋଟିର ସମ୍ପତ୍ତି ରହିଛି ।

ବାଲକ୍ରିଷ୍ଣା

‘ୟମାଡଙ୍ଗା’, ‘ କ୍ରାନ୍ତି ‘, ‘ ଆନ୍ଧ୍ରବାଲା ‘ ଏବଂ ‘ ନ ଅଲଲୁଡୁ’ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ର ପାଇଁ ଏଣ୍ଟିଆର ଜଣାଶୁଣା । ଏହା ବ୍ୟତୀତ ସେ ଅନ୍ୟ ଅନେକ ସୁପରହିଟ୍ ଏବଂ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତେଣୁ ତାଙ୍କର ମଧ୍ୟ ବହୁତ ଟଙ୍କା ର ସମ୍ପତି ଅଛି । ସୂଚନାଯୋଗ୍ୟ ଯେ ଏଣ୍ଟିଆରଙ୍କର ପ୍ରାୟ ୧୦୦୦କୋଟି ଟଙ୍କାର ସମ୍ପତ୍ତି ଅଛି । ନନ୍ଦାମୁରୀ ବାଲକ୍ରିଷ୍ଣା ଉତ୍ତର ଭାରତରେ ପ୍ରସିଦ୍ଧ ନୁହଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କର ଦକ୍ଷିଣ ଭାରତରେ ଅଭାବ ନାହିଁ । ‘ ଆପୋରଭା ‘, ‘ ସାହୋଦାରୁଲୁ ‘, ‘ ଭୈରବା ଦ୍ୱୀପମ୍ ‘, ‘ ବିଜୟେନ୍ଦ୍ର ଭର୍ମା ‘,’ ବୀରଭଦ୍ର ‘, ଆଲାରୀ ପିଡୁଗୁ’, ‘ ଓକ୍କା ମାଗାଦୁ ‘ ଏବଂ ‘ ମହାରାଡି ‘ ପାଇଁ ସେ ଖୁବ୍ ଜଣାଶୁଣା । ଦକ୍ଷିଣ ଭାରତର ଧନୀ ଅଭିନେତା ମାନଙ୍କ ମଧ୍ୟରେ ବାଲକ୍ରିଷ୍ଣାଙ୍କୁ ମଧ୍ୟ ଗଣାଯାଏ । ତାଙ୍କର ମୁଖ୍ୟ ଆୟର ଉତ୍ସ ହେଉଛି ଚଳଚ୍ଚିତ୍ର ଏବଂ ତାଙ୍କର ପ୍ରାୟ ୮୦୦କୋଟି ଟଙ୍କାର ସମ୍ପତ୍ତି ଅଛି ।

Be the first to comment

Leave a Reply

Your email address will not be published.


*