‘ଇଚ୍ଛାଧାରୀ ନାଗୁଣି’ ହେବାକୁ ଯାଉଛନ୍ତି ଶ୍ରଦ୍ଧା କପୁର, ସୋସିଆଲ ମିଡିଆରେ ମଜାଳିଆ “ମେମେ” ହେଲା ଭାଇରାଲ !

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ନିଜର ଆଗାମୀ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ଖୁବଶୀଘ୍ର ବର୍ତ୍ତମାନ ବଲିଉଡର ଇଚ୍ଛାଧାରୀ ନାଗୁଣି ହେବାକୁ ଯାଉଛନ୍ତି । ଶ୍ରଦ୍ଧା କପୁର ମଧ୍ୟ ପରଦାରେ ନାଗୁଣିର ଚରିତ୍ରରେ ଅଭିନୟ କରିବେ । ଶ୍ରଦ୍ଧାଙ୍କ ଆଗାମୀ ଫିଲ୍ମର ଟାଇଟଲ ‘ନାଗିନ୍’ ହେବ ଏବଂ ଏହା ୩ଟି ଫିଲ୍ମର ସିରିଜ୍ ହେବ । ଏହି ସିରିଜକୁ ଵିଶାଲ ଫୁରିଆ ନିର୍ଦ୍ଦେଶନା ଦେବେ ଏବଂ ନିଖିଲ ଦ୍ୱିବେଦୀ ଏହାର ନିର୍ମାତା ଅଟନ୍ତି । ‘ସ୍ତ୍ରୀ’ ଏବଂ ‘ଛିଛୋରେ’ରେ ଧମାକାଦାର ଅଭିନୟ କରିବା ପରେ ଶ୍ରଦ୍ଧା କପୁର ବର୍ତ୍ତମାନ ବଲିଉଡରେ ଏକ ନୂଆ ଚରିତ୍ର କରିବାକୁ ଯାଉଛନ୍ତି । ଫିଲ୍ମକୁ ନେଇ ଶ୍ରଦ୍ଧା କପୁର ବହୁତ ଉତ୍ସାହିତ ଅଛନ୍ତି ।

ଶ୍ରଦ୍ଧା କପୁର ନିଜ ଟ୍ୱିଟରେ ଲେଖିଛନ୍ତି, ‘ପରଦାରେ ନାଗୁଣିର ଚରିତ୍ର ଅଭିନୟ କରିବା ମୋ ପାଇଁ ବହୁତ ଖୁସିର କଥା ଅଟେ । ମୁଁ ଶ୍ରୀଦେବୀ ମ୍ୟାମ୍’ଙ୍କ ‘ନାଗିନ୍’ ଏବଂ ‘ନିଗାହେଁ’ର ବହୁତ ବଡ଼ ପ୍ରଶଂସକ ଅଟେ ଏବଂ ଏହାକୁ ଦେଖିକି ବଡ଼ ହୋଇଛି । ମୁଁ ସବୁବେଳେ ଏହିଭଳି ଚରିତ୍ର ଅଭିନୟ କରିବାକୁ ଚାହୁଁଥିଲି । ଯାହାର ମୂଳ ଭାରତୀୟ ଲୋକକଥା ସହିତ ଜଡିତ ଥିବ । ଏହିଭଳି ବଡ଼ ପରଦାରେ ଫୁଣିଥରେ ଇଛାଧାରୀ ନାଗୁଣିର ଯାଦୁ ଫେରିବାକୁ ଯାଉଛି । ବର୍ତ୍ତମାନ ଏହା ଦେଖିବା ମଜାଦାର ହେବ କି ଏଥିରେ ଶ୍ରଦ୍ଧାଙ୍କ ବିପକ୍ଷରେ କାହାକୁ କାଷ୍ଟ କରାଯାଉଛି । ଶ୍ରଦ୍ଧାଙ୍କ ନାଗୁଣି ହେବାର ଘୋଷଣା ହୋଇଛି କି ନାହିଁ ସୋସିଆଲ ମିଡିଆରେ ତାଙ୍କ ଉପରେ ମେମ୍ସ ତିଆରି ହେବାକୁ ଲାଗିଲାଣି ।

Here's my pro editing skill😂#ShraddhaKapoor #Naagin pic.twitter.com/AkNJFo2gng
— Ayush Vaishnav (@AyushVa21516182) October 28, 2020

ପ୍ରଶଂସକମାନେ ଗୋଟିଏ ପରେ ଗୋଟିଏ ତାଙ୍କ ଉପରେ ମେମେ ତିଆରି କରି ମଜା ନେଉଛନ୍ତି

ଆପଣଙ୍କୁ କହିରଖୁଛୁ, ବଲିଉଡରେ ଏହା ପୂର୍ବରୁ ବୈଜନ୍ତି ମାଳା, ରୀନା ରଏ, ରେଖା ଏବଂ ଶ୍ରୀଦେବୀ ମଧ୍ୟ ଫିଲ୍ମରେ ନାଗୁଣିର ଚରିତ୍ର କରିସାରିଛନ୍ତି । ଶ୍ରଦ୍ଧା କପୁରଙ୍କ ପୂର୍ବରୁ ଶ୍ରୀଦେବୀ ଇଛାଧାରୀ ନାଗୁଣିର ଚରିତ୍ର ଭଳି ୨ଟି ଫିଲ୍ମର ସିରିଜ୍ ‘ନାଗିନ୍’ ଏବଂ ‘ନିଗାହେଁ’ କରିଥିଲେ । ଯେଉଁଥିରେ ତାଙ୍କର ନାଗୁଣିର ଚରିତ୍ରକୁ ଆଜି ମଧ୍ୟ ମନେପକାଯାଏ । ଏଭଳି ପରିସ୍ଥିତିରେ ଶ୍ରଦ୍ଧା କପୁରଙ୍କ ପାଇଁ ଶ୍ରୀଦେବୀଙ୍କ ସିଦ୍ଧତା ପଯ୍ୟନ୍ତ ପହଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ ।

Be the first to comment

Leave a Reply

Your email address will not be published.