ନିକିତା ହତ୍ୟା ମାମଲାରେ କ୍ରୋଧ ପ୍ରକାଶ କଲେ କଙ୍ଗନା, କହିଲେ:- ଇସଲାମ୍ ଧର୍ମ ଗ୍ରହଣ କରିନଥିବାରୁ ଗୋଟିଏ ହିନ୍ଦୁ ଝିଅକୁ ଗୁଳି କରିଦିଆଗଲା !

ବଲ୍ଲଭଗଡର ବି.କମ ଛାତ୍ର ନିକିତା ତୋମରଙ୍କ ହତ୍ୟାକାଣ୍ଡ ପୁରା ଦେଶକୁ ଦୋହଲାଇ ଦେଇଛି । ” ଜଷ୍ଟିସ ଫର ନିକିତା ” ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।ସମଗ୍ର ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିବା ପରେ ନିକିତାଙ୍କୁ ନ୍ୟାୟ ଦେବାପାଇଁ ସମସ୍ତେ ଲାଗିଛନ୍ତି । ଏହି ଅଭିଯାନ ସହିତ ବଲିଉଡର ” ପଙ୍ଗା କୁଇନ ” କଙ୍ଗନା ରାଣାୱତ ମଧ୍ୟ ସାମିଲ ହୋଇଯାଇଛନ୍ତି । କଙ୍ଗନା ଏହି ହତ୍ୟାକୁ ଲଭ ଜିହାଦ ବୋଲି କହିଛନ୍ତି ଏବଂ ନିକିତାଙ୍କ ହତ୍ୟାକାରୀଙ୍କ ଫାଶୀ ପାଇଁ ଦାବି କରିଛନ୍ତି ।

ପୂର୍ବ ଦିନ ତୌସିଫ ନାମକ ଜଣେ ଯୁବକ ଲଭ ଜିହାଦ ପାଇଁ ଫରିଦାବାଦର ବଲ୍ଲଭଗଡରେ ବି.କମ ଛାତ୍ରୀ ନିକିତା ତୋମାରଙ୍କୁ ହତ୍ୟା କରିଛନ୍ତି ।ଏହି ପରିପ୍ରେକ୍ଷୀରେ , କଙ୍ଗନାଙ୍କ କ୍ରୋଧିତ ହୋଇଯାଇଛନ୍ତି ଏବଂ ଏହି ଲଭ ଜିହାଦୀମାନଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି , ” ଫ୍ରାନ୍ସରେ ଘଟିଥିବା ଘଟଣାକୁ ନେଇ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି ତଥାପି ଏହି ଜିହାଦୀମାନଙ୍କର ଲଜ୍ଜା କିମ୍ବା ଆଇନ ଶୃଙ୍ଖଳାକୁ ଭୟ ନାହିଁ । ଜଣେ ହିନ୍ଦୁ ବାଳିକାକୁ କଲେଜ ବାହାରେ ସମସ୍ତଙ୍କ ସାମ୍ନାରେ ଗୁଳି ଚଲାଯାଇଛି କାରଣ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିଦେଲା । ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ । ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ଉଚିତ । ”

ନିକଟରେ କଙ୍ଗନା ନିଜ ଟ୍ୱିଟରେ ନିକିତାଙ୍କ ପାଇଁ ଏକ ସାହାସିକତା ପୁରସ୍କାର ଦାବି କରିଛନ୍ତି । କଙ୍ଗନା ଟ୍ୱିଟରେ ଲେଖିଛନ୍ତି ଦେବୀ ନିକିତା ଯାହା କରିଛନ୍ତି ତାହା ଜୋହର ତୁଳନାରେ କମ ନୁହେଁ , ସେ ଦୁନିଆ ଛାଡି ଚାଲିଯାଇଛନ୍ତି ହେଲେ ସେ ଅମର , ନିକିତାଙ୍କ ଏହି ବଳିଦାନକୁ ଆମେ କେବେ ଭୁଲିବା ନାହିଁ , ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ଦେବୀ ନିରଜା ପରି ଦେବୀ ନିକିତା ମଧ୍ୟ ସାହସିକତା ପୁରସ୍କାର ଦ୍ୱାରା ସମ୍ମାନିତ ହୁଅନ୍ତୁ ।

ଉଲ୍ଲେଖନୀୟ କଥା ହେଉଛି , ନିକିତା ଜଣେ ଯୁବକଙ୍କୁ ବିବାହ କରିବାକୁ ମନା କରିଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି । ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିଦେବାରୁ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ହରିୟାଣା ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Be the first to comment

Leave a Reply

Your email address will not be published.


*