ସିରମ ଇନଷ୍ଟିଚ୍ୟୁଟର CEO କହିଲେ – ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଆସିପାରେ ପ୍ରତିଷେଧକ ଟୀକା, କିନ୍ତୁ ବ୍ରିଟେନର ପ୍ରୟୋଗ ଉପରେ ଅନେକ କଥା ନିର୍ଭର !

କରୋନା ଭାଇରସ୍ ପ୍ରତିଷେଧକ ଟୀକା : ଭାରତରେ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ବିକଶିତ ସମ୍ଭାବିତ କୋଭିଡ-୧୯ ଟୀକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଶରେ ହେଉଛି ।

ସିରମ ଇନଷ୍ଟିଚ୍ୟୁଟର CEO କହିଛନ୍ତି ଯେ – ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଆସିପରେ କରୋନା ପ୍ରତିଷେଧକ ଟୀକା, କିନ୍ତୁ ବ୍ରିଟେନ୍ ପ୍ରୟୋଗ ଉପରେ କଥା ନିର୍ଭର

କରୋନା ଭାଇରସ୍ ବିରୁଦ୍ଧରେ ପ୍ରତିଷେଧକ ଟୀକା ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର CEO ଅଦାର ପୁନାବାଲା କହିଛନ୍ତି ଯେ କୋଭିଡ-୧୯ ପ୍ରତିଷେଧକ ଟୀକା ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ଯଦିଓ, ପୁନାବାଲା କହିଛନ୍ତି ଯେ ଅନେକ କିଛି ବ୍ରିଟେନର ପରୀକ୍ଷଣ ଓ ଡ଼ିସିଜିଆଇ ଦ୍ୱାରା ରେଗୟୁଲେଟରୀ ଅପରୁଭାଲ ଉପରେ ନିର୍ଭର କରେ ।

ଭାରତରେ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ବିକଶିତ ସମ୍ଭାବିତ କୋଭିଡ-୧୯ ଟୀକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ଦେଶରେ କରାଯିବ । ସେପଟେ ୟୁକେ ପ୍ରତିଷେଧକ ଟାସ୍କଫୋର୍ସ ଅଧ୍ୟକ୍ଷ କେଟ ବିଙ୍ଘମ ମଙ୍ଗଳବାର ଦିନ କହିଛନ୍ତି ଯେ କୋଭିଡ-୧୯ ପ୍ରତିଷେଧକ ଟୀକାର ପ୍ରଥମ ଜେନେରେସନ ର “ଅପୂର୍ଣ୍ଣ ହେବାର ସମ୍ଭାବନା ରହିଛି” ଏବଂ ସେ “ସମସ୍ତଙ୍କ ପାଇଁ କାମ ନକରିବା ଭଳି ହୋଇପାରେ ।”

ଲଣ୍ଡନର ଏକ ବଡ଼ ହସ୍ପିଟାଲ କରିଥିଲା ଘୋଷଣା

ଏହା ପୂର୍ବରୁ ଲଣ୍ଡନର ଏକ ବଡ଼ ହସ୍ପିଟାଲର ପ୍ରବନ୍ଧନକୁ ଆଗାମୀ ମାସ ଆରମ୍ଭରେ କୋଭିଡ-୧୯ ଟୀକାର ପ୍ରଥମ ବ୍ୟାଚକୁ ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ଯାହାର ପରୀକ୍ଷଣ ଅକ୍ସଫୋର୍ଡ ୟୁନିଭରସିଟି ଓ ଆଷ୍ଟ୍ରାଜେନେକା କମ୍ପାନୀ ମିଳିମିଶି କରୁଛନ୍ତି । ବ୍ରିଟେନର ଏକ ଖବର କାଗଜ ଏହା ଦାବି କରିଛନ୍ତି । “ଦ ସନ” ଖବର କାଗଜରେ କୁହାଯାଇଛି ଯେ ଦେଶର ସାର୍ବଜନୀକ କ୍ଷେତ୍ରର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ) ଦୁଇ ନଭେମ୍ବର ଠାରୁ ଆରମ୍ଭ ହେବାକୁ ଯାଉଥିବା ସପ୍ତାହରୁ ଟୀକାକୁ ଜାରି କରିବା ସମ୍ବନ୍ଧୀୟ ପ୍ରସ୍ତୁତି କରାଯାଉଛି ।

ଖବର ଅନୁଯାୟୀ, “ଟୀକାକୁ ବର୍ତ୍ତମାନ ପରୀକ୍ଷଣ କରାଯାଉଛି, କିନ୍ତୁ ଲଣ୍ଡନର ଏକ ଅଗ୍ରଣୀ ହସ୍ପିଟାଲର ଟୀକାକୁ ଅନୁମତି ଦେବା ମାତ୍ରେ ଏହାକୁ ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।”

ଗତ ସପ୍ତାହରେ ଏହି କଥାଟି ସାମ୍ନାକୁ ଆସିଥିଲା ଯେ ଅକ୍ସଫୋର୍ଡର କୋଭିଡ ଟୀକାର ପରୀକ୍ଷଣର ସ୍ୱତନ୍ତ୍ର ବିଶ୍ଳେଷଣରେ ସାମ୍ନାକୁ ଆସିଅଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ଅପେକ୍ଷିତ ପରିଣାମ ଦେଉଛି ଏହା ପରେ ଏଥିରୁ ଘାତକ ଭାଇରସର ମୁକାବିଲା କରିବା ପାଇଁ ଆଶା ବଢିଯାଇଛି ।

Be the first to comment

Leave a Reply

Your email address will not be published.


*