ହଇରାଣର ବିରୋଧ କରିବା ପରେ ମହିଳାଙ୍କ ଉପର କଲେ ଏସିଡ୍ ଆକ୍ରମଣ, CCTVରେ କଏଦ ହେଲା ସମଗ୍ର ଘଟଣା !

ହରିୟାଣାର ପାନିପତରେ ଜଣେ ମହିଳାଙ୍କୁ ଏସିଡଡ୍ ଦ୍ୱାରା ଆକ୍ରମଣ କରାଯାଇଛି । ମହିଳା ଜଣକ କାମ ସାରି ଯେତେବେଳେ କାରଖାନାରୁ ନିଜ ଘରକୁ ଫେରୁଥିଲେ, ସେତେବେଳେ ଏହି ଆକ୍ରମଣ କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭିରେ ଏସିଡ୍ ଫିଙ୍ଗିଥିବା ଅଭିଯୁକ୍ତ ମଧ୍ୟ କଏଦ ହୋଇଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଫୁଟେଜ୍ ଅନୁଯାୟୀ, ଏହି ଅଭିଯୁକ୍ତମାନେ କାରଖାନା ବାହାରେ ମହିଳାଙ୍କ ଆସିବାକୁ ଅପେକ୍ଷା କରିଥିଲେ । ଏଥିସହିତ ମହିଳା ବାହାରକୁ ଆସିବା ମାତ୍ରେ ହିଁ ସେମାନେ ତାଙ୍କୁ ଏସିଡ୍ ମାଧ୍ୟମରେ ଆକ୍ରମଣ କରିଥିଲେ ।

ଏହି ଉଭୟ ଅଭିଯୁକ୍ତ ସକାଳ ୬ ଘଣ୍ଟା ୮ ମିନିଟରେ କାରଖାନା ବାହାରେ ପହଞ୍ଚି ଥିଲେ ଏବଂ ସେଠାରେ ତିଆରି ହୋଇଥିବା ସିଡ଼ିରେ ବସି ଯାଇଥିଲେ । ଏହା ପରେ ସେମାନେ ନିଜର ହେଲମେଟ୍ ବାହାର କରି ଚିପ୍ସ ଖାଇଥିଲେ । ସିସିଟିଭିକୁ ଦେଖି ସେମାନେ କପଡା ଦ୍ୱାରା ମୁହଁକୁ ଲୁଚାଇ ଦେଇଥିଲେ । ଏଥିସହିତ ମହିଳା ଜଣକ କାରଖାନାରୁ ବାହାରିବା ପରେ ଏହି ଅଭିଯୁକ୍ତମାନେ ବାଇକରେ ମହିଳାଙ୍କୁ ପିଛା କରିଥିଲେ ଏବଂ ତାଙ୍କ ଉପରେ ଏସିଡ୍ ପକାଇ ଫେରାର ହୋଇ ଯାଇଥିଲେ । ମହିଳା ଜଣକ ତାଙ୍କ ମୁହଁକୁ ଧରି ରାସ୍ତା ପାର କରି ଆରପାଖରେ ନାଳରେ ପଡ଼ିଯାଇଥିଲେ ।

ଲୋକମାନେ ମହିଳାଙ୍କୁ ସାହାଯ୍ୟ କରିଥିଲେ ଏବଂ କାରଖାନାର ଠିକାଦାର କାସିମଙ୍କୁ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ । ଯାହା ପରେ କାସିମ୍ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ୍ କରିଥିଲେ । ୩୫ ବର୍ଷୀୟା ମହିଳାଙ୍କ ପରିଚୟ ପୁନମ୍ ଭାବରେ କରାଯାଇଛି ଏବଂ ସେ ବିବାହିତା ଅଟନ୍ତି । ପୁନମଙ୍କର ମଧ୍ୟ ଏକ ପୁଅ ଅଛି ।

ପୁନମ୍ ଦେଶରାଜ କଲୋନୀ ସ୍ଥିତ ଏକ କାରଖାନାରେ କାମ କରନ୍ତି ଏବଂ ଏହି କାରଖାନାର ଠିକାଦାର କାସିମଙ୍କ କହିବା ଅନୁଯାୟୀ, ଘଟଣା ସମୟରେ ସେ କାରଖାନାରେ ହିଁ ଥିଲେ । ସେତେବେଳେ ଅନିଲ ମାଷ୍ଟର ଦୌଡ଼ି ଆସି କହିଥିଲେ ଯେ ଜଣେ ମହିଳାଙ୍କ ଉପରକୁ ଏସିଡ୍ ଫିଙ୍ଗି ଦିଆଯାଇଛି । ଯାହା ପରେ ସେ ପୀଡିତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ ।

ମହିଳାଙ୍କ ଚିକିତ୍ସା ରୋହତକ ପିଜିଆଇରେ କରାଯାଉଛି ଏବଂ ତାଙ୍କର ସମ୍ପୂର୍ଣ୍ଣ ମୁଁହ ଏସିଡ୍ ଦ୍ୱାରା ଜଳି ଯାଇଛି । ଡାକ୍ତର ପୱନ କୁମାରଙ୍କ କହିବା ଅନୁଯାୟୀ, ପ୍ରାଥମିକ ପରୀକ୍ଷାରେ ଏସିଡ୍ କମ୍ ଗତିରେ ଦେଖାଯାଉଛି । ଯେଉଁଥିପାଇଁ କିଛି ପରିମାଣରେ ବଞ୍ଚାଇବାର ସମ୍ଭାବନା ରହିପାରେ ।

ଏହି କାରଣରୁ କଲେ ଆକ୍ରମଣ:-

ପୁନମଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ୩ ମାସ ପୂର୍ବରୁ ପୁନମ୍ ୩ ଜଣ ପିଲାଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ । କାରଣ ସେମାନେ ତାଙ୍କୁ ହଇରାଣ କରୁଥିଲେ । ତେବେ ପରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇ ଯାଇଥିଲା । ପୁନମଙ୍କ ସ୍ୱାମୀ ଏହି ୩ ଜଣଙ୍କ ଉପରେ ଏସିଡ୍ ଆକ୍ରମଣ କରିବା ନେଇ ସନ୍ଦେହ କରିଛନ୍ତି । ଏଥି ସହିତ ପୋଲିସ୍ ଏହି ମାମଲାରେ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ୩୨୬ଏ ଏବଂ ୩୪ ଅନୁଯାୟୀ ଏକ ମାମଲା ଦାଖଲ କରିଛି । ଦୁହିଁଙ୍କ ଅନୁସନ୍ଧାନ ଜାରି ରହିଛି ।

Be the first to comment

Leave a Reply

Your email address will not be published.


*