ପ୍ରଥମ ଝିଅର ବିବାହରେ ଖର୍ଚ୍ଚ କରିଥିଲେ ୪୮୫ କୋଟି ଟଙ୍କାର ବଡ଼ ମୁଲ୍ୟ, ବର୍ତ୍ତମାନ ଦେବଳିଆ ହୋଇଯାଇଛନ୍ତି !

କୁହାଯାଏ ସମୟକୁ କୌଣସି ଭରସା କରାଯାଇପାରିବ ନାହିଁ । ଆଜି ଯଦି କୌଣସି ବ୍ୟକ୍ତିଙ୍କର ଖରାପ ସମୟ ଚାଲୁଅଛି, ହୋଇପାରେ କାଲି ତାଙ୍କର ସମୟ ସବୁଠାରୁ ଭଲ ହୋଇଯିବ । ଭଗବାନ ଯେତେବେଳେ କାହା ଉପରେ ଦୟାଳୁ ହୁଅନ୍ତି, ତାକୁ ଛପର ଫାଡ଼ି ଦିଅନ୍ତି । ତେବେ ଏଭଳି ଭଲ ସମୟରେ ଯେଉଁ ମଣିଷ ଟଙ୍କାର ଚିନ୍ତା କରିଥାଏ, ସେ ସଫଳ ହୋଇଯାଏ ଏବଂ ଯିଏ ଏହାର ଚିନ୍ତା କରେନାହିଁ, ସେ ଧୀରେ ଧୀରେ ସବୁକିଛି ହରାଇ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଜଣାଶୁଣା ଭାରତୀୟ ବ୍ୟବସାୟ ଟାଇକୁନଙ୍କ ସତ୍ୟ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ପାଖରେ ଗୋଟିଏ ସମୟରେ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି ଥିଲା, କିନ୍ତୁ ବର୍ତ୍ତମାନ ସମୟ ଏଭଳି ପରିବର୍ତ୍ତନ ହୋଇଯାଇଛି ଯେ ସେ ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଛନ୍ତି । କେବଳ ଏତିକି ନୁହେଁ, ତାଙ୍କର ସମୃଦ୍ଧତାର ଅଂଶ ମଧ୍ୟ ଏକଦା ସମଗ୍ର ଦେଶରେ ପ୍ରସିଦ୍ଧ ରହିଛି । ଆସନ୍ତୁ ଜାଣିବା ସେ କିଏ ଏବଂ ତାଙ୍କ ସମ୍ପୂର୍ଣ୍ଣ କାହାଣୀ ବିଷୟରେ

ଝିଅର ବିବାହରେ ଅତ୍ୟନ୍ତ ଟଙ୍କା ଖର୍ଚ୍ଚ କରିଥିଲେ:-

କହିରଖୁଛୁ ଯେ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରୁଛୁ, ସେ ଆଉ କେହି ନୁହେଁ ବରଂ ଷ୍ଟିଲ୍ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ଅଟନ୍ତି । ସେ ସେହି ପ୍ରମୋଦ ଅଟନ୍ତି, ଯିଏ ଆଜିକୁ କିଛି ବର୍ଷ ପୂର୍ବରୁ ନିଜ ଝିଅର ବିବାହରେ ୪୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏବଂ ଦେଶର ସବୁଠାରୁ ପ୍ରତିଷ୍ଠିତ ବିବାହ ମଧ୍ୟରେ ନିଜର ନାମ ଅନ୍ତର୍ଭୁକ୍ତ କରାଇଥିଲେ । କିନ୍ତୁ ବର୍ତ୍ତମାନ ସମୟ ତାଙ୍କ ସହିତ ଏଭଳି କିଛି ମୋଡ଼ ନେଇଛି, ଯାହା ତାଙ୍କୁ ଦେବାଳିଆ କରିଦେଇଛି । ଏଥିସହିତ ପ୍ରମୋଦ ନିଜେ ମଧ୍ୟ ଏହି କଥାକୁ ସ୍ୱୀକାର କରିସାରିଛନ୍ତି ଯେ ୨୫୪ କୋଟି ପାଉଣ୍ଡର ଋଣ ନେଇଛନ୍ତି । ବର୍ତ୍ତମାନ ତାଙ୍କ ଘରର ଖର୍ଚ୍ଚ ମଧ୍ୟ ତାଙ୍କ ପତ୍ନୀଙ୍କ ରୋଜଗାରରେ ଚଳିଥାଏ ।

ପ୍ରମୋଦଙ୍କ ମୁଣ୍ଡ ଉପରେ ଏତେ ଋଣ ଅଛି:-

କହିରଖୁଛୁ ଯେ ପ୍ରମୋଦ ମିତ୍ତଲଙ୍କୁ ପ୍ରାୟତଃ ୬୪ ବର୍ଷ ବୟସ ହୋଇଗଲାଣି । ଏହି ବର୍ଷ ଲଣ୍ଡନର ଇନ୍ସଲଭେନ୍ସି ଏବଂ କମ୍ପାନୀଜ କୋର୍ଟ ତାଙ୍କୁ ଦେବାଳିଆ ଘୋଷିତ କରିଦେଇଛି । ପ୍ରମୋଦଙ୍କ ଅନୁଯାୟୀ, ତାଙ୍କ ଉପରେ ୨୫ ହଜାର କୋଟି ଟଙ୍କାର ଋଣ ରହିଛି । ଏଥି ମଧ୍ୟରୁ ୧୭ କୋଟି ସେ ତାଙ୍କ ପିତାଙ୍କଠାରୁ ନେଇଥିଲେ । ପତ୍ନୀ ସଂଗୀତାଙ୍କ ଠାରୁ ୧୧ ଲକ୍ଷ ପାଉଣ୍ଡ ଏବଂ ପୁଅ ଦିବ୍ୟେଶଙ୍କ ଠାରୁ ୨୪ ଲକ୍ଷ ପାଉଣ୍ଡ ଋଣ ନେଇଥିଲେ । କେବଳ ଏତିକି ନୁହେଁ, ସେ କିଛି ସମ୍ପର୍କୀୟଙ୍କ ମାନଙ୍କଠାରୁ ମଧ୍ୟ ୧୧ ଲକ୍ଷ ପାଉଣ୍ଡ ଋଣ ନେଇଛନ୍ତି । ଯେତେବେଳେ କି ତାଙ୍କ ସମ୍ପତ୍ତିରେ ମାତ୍ର ୧ ଲକ୍ଷ ୧୦ ପାଉଣ୍ଡ ବାକି ଅଛି । ତାଙ୍କର କହିବା ଅନୁଯାୟୀ, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଛନ୍ତି ଏବଂ ତାଙ୍କ ପାଖରେ ଋଣ ପରିଶୋଧ କରିବାକୁ ସେଭଳି କିଛି ନାହିଁ । ଏଭଳି ପରିସ୍ଥିତିରେ ଋଣ ନେଇଥିବା ବ୍ୟକ୍ତିଙ୍କୁ ଅଂଶ ଦେବା ପାଇଁ ସେ ଦେବାଳିଆ ହୋଇ ସାମ୍ନାକୁ ଆସିଛନ୍ତି । ଏଥିରୁ ନିଶ୍ଚିତ ଭାବରେ କୌଣସି ନା କୌଣସି ସମାଧାନ ବାହାରି ଆସିବ ବୋଲି ସେ ଆଶା ରଖିଛନ୍ତି ।

ଦୁଇ ଝିଅଙ୍କର ଧୁମଧାମରେ ବିବାହ କରାଇଥିଲେ:-

କହିରଖୁଛୁ ଯେ ପ୍ରମୋଦଙ୍କର ଦୁହିଁ ଝିଅଙ୍କର ବିବାହ ହୋଇସାରିଛି । ସେ ନିଜ ବଡ଼ ଝିଅ ଭନିଶାଙ୍କ ବିବାହ ଠାରୁ ମଧ୍ୟ ଅଧିକ ଛୋଟ ଝିଅ ସୃଷ୍ଟିଙ୍କ ବିବାହରେ ଖର୍ଚ୍ଚ କରିଥିଲେ । ଏହି ବିବାହ ୨୦୧୩ ମସିହାର ସର୍ବୋତ୍ତମ ବିବାହ ମଧ୍ୟରେ ରହିଅଛି । ଏଥିରେ ସେ ପାଣି ଆକାରରେ ଟଙ୍କା ଖର୍ଚ୍ଚ କରିଥିଲେ । ବର୍ତ୍ତମାନ ତାଙ୍କ ପତ୍ନୀ ତାଙ୍କ ଘରର ଖର୍ଚ୍ଚ ବହନ କରୁଛନ୍ତି । ପ୍ରମୋଦଙ୍କ ଅନୁଯାୟୀ, ତାଙ୍କ ଦେବାଳିଆ ପ୍ରକ୍ରିୟାରେ ମଧ୍ୟ ଖର୍ଚ୍ଚ ହୋଇଥିବା ଟଙ୍କା, ତାଙ୍କ ପରିବାର ବହନ କରୁଛନ୍ତି । କହିରଖୁଛୁ ଯେ ୨୦୦୬ ମସିହାରେ, ତାଙ୍କ କମ୍ପାନୀ ୧୬.୬ କୋଟି ଡ଼ଲାର ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଥିଲା । ଏହି କାରଣରୁ ତାଙ୍କୁ ଗତ ବର୍ଷ ଦୁଇଜଣ କର୍ମଚାରୀଙ୍କ ସହ ଗିରଫ ମଧ୍ୟ କରାଯାଇଥିଲା ।

Be the first to comment

Leave a Reply

Your email address will not be published.


*