ଟଙ୍କା ଅଭାବରୁ ନିଜର ପାଠପଢା ପୁରା କରିପାରିନଥିଲେ ଏହି ଅଭିନେତ୍ରୀ, କିନ୍ତୁ ଆଜି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭାଇକୁ କରୁଛନ୍ତି ଶିକ୍ଷିତ !

ଟିଭି ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଅଟନ୍ତି ଏବଂ ସିରିଏଲ ୟେ ରିସ୍ତା କ୍ୟା କେହଲତା ହେ ରେ ସେ ନାୟରା ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ନାମରେ ସେ ଘରେ ଘରେ ପରିଚିତ ହୋଇଛନ୍ତି । କହିରଖୁଛୁ ଯେ ୟେ ରିସ୍ତା କ୍ୟା କେହଲତା ହେ ରେ ପ୍ରଥମେ ହିନା ଖାନଙ୍କୁ ଦେଖିବାକୁ ମିଳିଥିଲା ଏବଂ ତା’ପରେ ହିନାଙ୍କ ଶୋ ଛାଡିବା ପରେ ଶିବାଙ୍ଗୀ ଯୋଶୀ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲେ । ଏହି ଶୋ’ରେ ଶିବଙ୍ଗୀଙ୍କ ଅଭିନୟକୁ ଲୋକମାନେ ବହୁ ମାତ୍ରାରେ ପସନ୍ଦ କରନ୍ତି ଏବଂ ଶିବାଙ୍ଗୀ ଯୋଶୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହନ୍ତି । ଏବଂ ପ୍ରାୟତଃ ନିଜର ସୁନ୍ଦର ସୁନ୍ଦର ଫୋଟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଶିବାଙ୍ଗୀ ଯୋଶୀଙ୍କ ସହ ଜଡିତ କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ହୁଏତ ଜାଣି ନଥିବେ । ଆପଣଙ୍କୁ କହିରଖୁଛୁ ଯେ ଶିବାଙ୍ଗୀ ଯୋଶୀ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିବା ସମୟରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ଏବଂ ଏହି କାରଣରୁ ଶିବାଙ୍ଗୀ ଯୋଶୀ ଖୁବ୍ କମ୍ ବୟସରେ ଅଭିନୟ ଜଗତରେ ପାଦ ରଖିଥିଲେ, କାରଣ ତାଙ୍କ ଉପରେ ତାଙ୍କର ସମଗ୍ର ପରିବାରର ଦାୟିତ୍ୱ ରହିଥିଲା, ଯାହାକୁ ତାଙ୍କୁ ହିଁ ପୂରଣ କରିବାର ଥିଲା ।

ଆପଣଙ୍କୁ କହିରଖୁଛୁ ଯେ ଶିବାଙ୍ଗୀ ନିଜ ପରିବାରର ଦାୟିତ୍ୱ ତୁଲାଇବା ପାଇଁ ନିଜର ପାଠପଢାକୁ ପିଲାଦିନେ ହିଁ ଛାଡି ଦେଇଥିଲେ ଏବଂ ଘର ପାଇଁ କାମ କରିବା ଆରମ୍ଭ କରି ଦେଇଥିଲେ ଏବଂ ଶିବାଙ୍ଗୀ ଅଭିନୟ ଜଗତରେ ଏତେ ଆଗକୁ ବଢ଼ିସାରିଥିଲେ ଯେ ପାଠପଢ଼ିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ସେ ଦିନସାରା ଅଭିନୟ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ, ଯେଉଁ କାରଣରୁ ତାଙ୍କର ପାଠପଢା ପୁରା ହୋଇପାରିଲା ନାହିଁ ଏବଂ ଘରର ଦାୟିତ୍ୱ ପାଇଁ ଅଭିନୟ ଜଗତରେ ଆଗକୁ ବଢୁଥିବା ଶିବାଙ୍ଗୀଙ୍କ ପାଠପଢାରେ ଏହାର ଅତ୍ୟନ୍ତ ଖରାପ ପ୍ରଭାବ ପଡିଥିଲା ।

ଆପଣଙ୍କୁ କହିରଖୁଛୁ ଯେ ଯଦିଓ ଶିବାଙ୍ଗୀଙ୍କୁ ନିଜ ପାଠପଢା ମଝିରେ ଛାଡିବାକୁ ପଡିଥିଲା, କିନ୍ତୁ ଆଜି ଶିବାଙ୍ଗୀ ନିଜ ଭାଇ ସମର୍ଥ ଯୋଶୀଙ୍କ ପାଠପଢ଼ାର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି । କହିରଖୁଛୁ ଯେ ସେ ତାଙ୍କ ଭାଇ ସମର୍ଥ ଯୋଶୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଭାଇଙ୍କୁ ତାଙ୍କର ଆବଶ୍ୟକୀୟ ସମସ୍ତ ସୁଖ ସୁବିଧା ଦେବାକୁ ଚାହୁଁଛନ୍ତି । ସେ ନିଜ ଭାଇକୁ ନିଜ ପରି ପାଠପଢାରୁ ବଞ୍ଚିତ କରିବାକୁ ଚାହାଁନ୍ତି ନାହିଁ ଏବଂ ଏଥିପାଇଁ ସେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ।

କହୁରଖୁଛୁ ଯେ ଶିବାଙ୍ଗୀ ନିଜ ପାଠପଢାକୁ ମଝିରେ ଛାଡି ଦେଇଥିଲେ ମଧ୍ୟ ସେ ପାଠପଢ଼ାର ମହତ୍ତ୍ୱକୁ ବହୁତ ଭଲ ଭାବରେ ଜାଣିଛନ୍ତି ଏବଂ ସେଥିପାଇଁ ସେ ତାଙ୍କ ଭାଇଙ୍କୁ ସଫଳ କରିବା ପାଇଁ ତାଙ୍କ ଶିକ୍ଷାରେ କୌଣସି ଅଭାବ କିମ୍ବା ଦାୟିତ୍ୱହୀନତା କରନ୍ତି ନାହିଁ । ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ଶିବାଙ୍ଗୀ ନିଜ ଭାଇଙ୍କ ଭଲ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ତାଙ୍କୁ ଭଲଭାବରେ ଗାଇଡ଼ ମଧ୍ୟ କରୁଛନ୍ତି । ଶିବାଙ୍ଗୀଙ୍କ ଭାଇ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଭାଇଭଉଣୀଙ୍କ ମଧ୍ୟରେ ବନ୍ଧନ ଅତ୍ୟନ୍ତ ସୁନ୍ଦର ଅଟେ ।

=

ଆପଣଙ୍କୁ କହିରଖୁଛୁ ଯେ, ଶିବାଙ୍ଗୀ ଯୋଶୀଙ୍କୁ ଷ୍ଟାର ପ୍ଲସର ଶୋ ୟେ ରିସ୍ତା କ୍ୟା କେହେଲତା ହେ ଠାରୁ ପରିଚୟ ମିଳିଛି ଏବଂ ଆଜି ଏହି ଶୋ କାରଣରୁ ଶିବାଙ୍ଗୀଙ୍କୁ ଘରେ ଘରେ ନାୟରା ନାମରେ ଜଣା ଯାଉଅଛି ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ନାୟରା ଏହି ଶୋ ର ଗୋଟିଏ ଏପିସୋଡ ପାଇଁ ୫୦ ହଜାର ଟଙ୍କା ନେଉଛନ୍ତି । ଏଥିସହିତ ନାୟରାଙ୍କ ପ୍ରଶଂସକ ସଂଖ୍ୟା ମଧ୍ୟ କମ୍ ନୁହେଁ । ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି, ଯେଉଁମାନେ ଶିବଙ୍ଗୀଙ୍କୁ ବହୁତ ପସନ୍ଦ କରନ୍ତି ।

Be the first to comment

Leave a Reply

Your email address will not be published.


*