ଝାଡୁର ଏହି ଗୋଟିଏ ଭୁଲ ଯୋଗୁଁ ସମଗ୍ର ଘରେ ଦାରିଦ୍ର୍ୟତାରେ ପରିପୂର୍ଣ୍ଣ ହୋଇଯାଇଥାଏ ! ମାଆ ଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ବିବେଚନା କରାଯାଏ…

ଝାଡୁ ଏଭଳି ଏକ ଜିନିଷ ଅଟେ, ଯାହା ଆପଣଙ୍କୁ ପ୍ରତ୍ୟେକ ଘରେ ଦେଖିବକୂ ମିଳିବ । ସାଧାରଣତଃ ଆମେ ଝାଡୁକୁ ଏତେ ଗୁରୁତ୍ୱ ଦେଇନଥାଉ । ପ୍ରାୟତଃ ଅଧିକାଂଶ ଲୋକେ ଏହାକୁ ଯେକୌଣସି ସ୍ଥାନରେ ରଖି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତୁଶାସ୍ତ୍ରରେ ଝାଡୁକୁ ଅନେକ ଗୁରୁତ୍ୱ ଦିଆଯାଇଛି । ଏହାକୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ଭାବରେ ମଧ୍ୟ ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ଘର ଭିତରେ ଝାଡୁକୁ ନେଇ କିଛି ନିୟମ ଏବଂ ଲାଭକୁ ଧ୍ୟାନ ରଖିବା ଉଚିତ, ନଚେତ ମାଆ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ ।

ଝାଡୁର ବାସ୍ତୁ ନିୟମ :-

୧) ସନ୍ଧ୍ୟା ସମୟରେ ଝାଡୁ କରିବା ଠାରୁ ଦୂରେଇ ରହିବା ଉଚିତ । ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟାସ୍ତ ପରେ ଘରକୁ ଝାଡୁ କରିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି । ଯଦି ଜରୁରୀ ହୁଏ, ତେବେ ସନ୍ଧ୍ୟା ସମୟରେ ଝାଡୁ କରିନ୍ତୁ କିନ୍ତୁ ଅଳିଆକୁ ଘର ବାହାରକୁ ଫିଙ୍ଗିବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଦାରିଦ୍ର୍ୟତାର ମୁଁହ ଦେଖିବାକୁ ପଡ଼ିଥାଏ ।

୨) ଝାଡୁ କିଣିବା ପୂର୍ବରୁ ମୁହୂର୍ତ୍ତ ଦେଖିବା ଭଲ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ କୃଷ୍ଣପକ୍ଷରେ ଝାଡୁ କିଣିବା ଶୁଭ ହୋଇଥାଏ । ଏହାର ବିପରୀତ ଶୁକ୍ଳପକ୍ଷରେ ଝାଡୁ କିଣିବାକୁ ଅଶୁଭ ଭାବରେ ବିବେଚନା କରାଯାଏ ।

୩) ଅନେକ ଲୋକ ଝାଡୁକୁ ଛିଡା କରି କାନ୍ଥ ସହିତ ଲଗାଇ ରଖିଦିଅନ୍ତି । ଏଭଳି କରିବା ଉଚିତ ନୁହେଁ । ଝାଡୁକୁ ସର୍ବଦା ଶୁଆଇ ରଖିବା ଉଚିତ । ଏହା ବ୍ୟତୀତ ଝାଡୁକୁ ଖୋଲାରେ ମଧ୍ୟ ରଖିବା ଉଚିତ ନୁହେଁ । ଆପଣ ଏହାକୁ ଘରେ ଏଭଳି ସ୍ଥାନରେ ରଖନ୍ତୁ, ଯେଉଁଠାରେ ଅନ୍ୟମାନଙ୍କର ନଜର ପଡୁନଥିବା । ଏହାକୁ ସର୍ବଦା ଲୁଚାଇ ରଖାଯାଏ ।

୪) ଝାଡୁକୁ ଆପଣ କେଉଁ ଦିଗରେ ରଖୁଛନ୍ତି, ଏହି କଥା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ବାସ୍ତୁଶାସ୍ତ୍ର ଅନୁଯାୟୀ ଝାଡୁକୁ ଦକ୍ଷିଣ-ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ହିଁ ରଖିବା ଉଚିତ । ଏଭଳି କରିବା ଦ୍ୱାରା ଘରେ ସର୍ବଦା ସକାରତ୍ମକ ଶକ୍ତି ବଜାୟ ରହିଥାଏ । ଏଥିସହିତ ଝାଡୁକୁ କେବେ ମଧ୍ୟ ଐଶାନ୍ୟ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଘରେ ନକାରତ୍ମକ ଶକ୍ତି ବଢିବାକୁ ଲାଗିଥାଏ ଏବଂ ଘରର ଲାଭ କମିବାକୁ ଲାଗିଥାଏ ।

୫) ଝାଡୁ ଯଦି ଭାଙ୍ଗିଯାଏ କିମ୍ବା ଅଧିକ ପୁରୁଣା ହୋଇଯାଏ, ତେବେ ଏହାକୁ ତୁରନ୍ତ ପରିବର୍ତ୍ତନ କରିଦେବା ଉଚିତ । ପୁରୁଣା କିମ୍ବା ଭଙ୍ଗା ଝାଡୁକୁ ଘରେ ରଖିବା କିମ୍ବା ଲଗାଇବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ । ଏହାବ୍ୟତୀତ ଘରର ଅନେକ ସମସ୍ୟା ମଧ୍ୟ ଉପୁଜିଥାଏ । ଏହିପରି ଭାବରେ ଝାଡୁ ଦ୍ୱାରା ଘରରୁ ନକାରତ୍ମକ ଶକ୍ତି ଅଧିକ ବ୍ୟାପିଥାଏ ।

୬) ବାସ୍ତୁଶାସ୍ତ୍ରରେ ଝାଡୁକୁ ମାତା ଲକ୍ଷ୍ମୀଙ୍କର ଆଖ୍ୟା ଦିଆଯାଇଛି । ଏଥିପାଇଁ ଆପଣଙ୍କୁ ଝାଡୁର ସମ୍ମାନ କରିବା ଉଚିତ । ଏହାକୁ ଗୋଡ଼ ମାରିବା ଉଚିତ ନୁହେଁ । ଏହା ଭୁଲରେ ଗୋଡ଼ରେ ଲାଗିଗଲେ, ଆଣ୍ଠେଇ କ୍ଷମା ମାଗିବା ଉଚିତ । ଅନ୍ୟଥା ଏହାକୁ ମାତା ଲକ୍ଷ୍ମୀଙ୍କର ଅପମାନ ଭାବରେ ବିବେଚନା କରାଯାଏ ।

Be the first to comment

Leave a Reply

Your email address will not be published.


*