ଆଜି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି “ମହାରଣା ପ୍ରତାପ” ଧାରାବାହିକର ଏହି ବାଳ କଳାକାର !

ଧାରାବାହିକରେ ହେଉ ବା ଚଳଚିତ୍ରରେ ବାଳ କଳାକାରଙ୍କ ଅଭିନୟ ଓ ଭୂମିକା ଅତ୍ୟନ୍ତ ହୃଦୟ ସ୍ଵର୍ଶୀ ହୋଇଥାଏ । ଏହି ବାଳ କଳାକାରଙ୍କ ଭୂମିକା ଓ ଅଭିନୟରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଯାଇଥାନ୍ତି । କେତେକ ଚରିତ୍ରରେ ବାଳ କଳାକାର ଏଭଳି ଅଭିନୟ କରିଥାନ୍ତି ଯେ, ଯାହା ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିଥାଏ ଓ ସେହି ବାଳ କଳାକାରଙ୍କ ଅଭିନୟକୁ ଦର୍ଶକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୁଲି ପାରିନଥାନ୍ତି । ଚଳଚିତ୍ରରେ ଅଭିନେତାମାନେ ଯେଉଁଭଳି ଲୋକପ୍ରିୟ ହାସଲ କରିଥାନ୍ତି, ସେହିଭଳି ଛୋଟ ପରଦାରେ ମଧ୍ୟ ଅନେକ ବାଳ କଳାକାର ନିଜ ଦମଦାର୍ ଅଭିନୟ ଦ୍ୱାରା ଅନେକ ଲୋକଙ୍କ ହୃଦୟକୁ ଜିତିଛନ୍ତି ଓ ଲୋକପ୍ରିୟ ହାସଲ କରିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ଏହି ବାଳ କଳାକାରମାନେ ରାଜ୍ କରନ୍ତି ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ବାଳ-କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ସୋନି ଚ୍ୟାନେଲର ଧାରାବାହିକ ଭାରତର ବୀରପୁତ୍ର “ମହାରଣା ପ୍ରତାପ୍”ରେ ଅଭିନୟ କରିଥିବା ଦୃଶ୍ୟ ଦେଖିବାକୁ ପାଇଥିଲୁ । ଯେଉଁଥିରେ ବାଳ କଳାକାର ଅଭିନେତ୍ରୀ ରୂପେ ରାଣୀ ଅଜବଦେଗିଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ରାଣୀ ଅଜବଦେଗିଙ୍କ ଚରିତ୍ରରେ ଅଭିନୟ କରିଥିବା ବାଳ କଳାକାରଙ୍କ ଅସଲି ନାମ ରସିନୀ ୱାଳିଆ ଅଟେ । ଏହି ଧାରାବାହିକ ପରେ ରସିନୀ ୱାଳିଆ ବହୁତ ଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ଧାରାବାହିକରେ ମଧ୍ୟ ଦେଖାଯାଇ ନଥିଲେ । ସେ ପାଠ ପଢ଼ିବା ସହିତ ଅଭିନୟ ମଧ୍ୟ କରୁଥିଲେ ।

ରସିନୀ ୱାଳିଆ ଏବେ ବହୁତ ବଡ଼ ହୋଇଯାଇଛନ୍ତି ଓ ଦେଖିବାକୁ ଖୁବ୍ ସୁନ୍ଦର ମଧ୍ୟ ଅଟନ୍ତି । ସେ ବର୍ତ୍ତମାନ ସମୟରେ ଚଳଚିତ୍ର ଦୁନିଆରେ କ୍ୟାରିଅର କରିବାକୁ ପ୍ରୟାସ କରୁଛନ୍ତି । ସେ ୨୦ ଡ଼ିସେମ୍ବର ୨୦୦୧ରେ ଉତ୍ତରପ୍ରଦେଶର ଇଲ୍ଲାହାବାଦରେ ଜନ୍ମ ହୋଇଥିଲେ । ସେ ବର୍ତ୍ତମାନ ୨୦ ବର୍ଷର ହୋଇଗଲେ । ଚଳଚିତ୍ର ଦୁନିଆରେ ନିଜ କ୍ୟାରିଅର କରିବା ପାଇଁ ସେ ମୁମ୍ବାଇରେ ନିଜ ମାଆ ଓ ଭଉଣୀଙ୍କ ସହିତ ରହୁଛନ୍ତି । ସେ ଅନେକ ଧାରାବାହିକ, ଚଳଚିତ୍ର ଓ ବିଜ୍ଞାପନରେ ମଧ୍ୟ କାମ କରିସାରିଛନ୍ତି ।

Be the first to comment

Leave a Reply

Your email address will not be published.


*