୪୫ ବର୍ଷ ବୟସରେ ମଧ୍ୟ ଏପର୍ଯ୍ୟନ୍ତ ଅବିବାହିତା ଅଛନ୍ତି ଏକ୍ତା କପୁର, ଜାଣନ୍ତୁ କାହିଁକି କରିନାହାନ୍ତି ବିବାହ !

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ କ୍ୟାରିଅରରେ ସଫଳ ହେବାକୁ ଚାହୁଁଛନ୍ତି । ଏଥିପାଇଁ ଅନେକଥର ବହୁତ ଜିନିଷ ପଛରେ ରହିଯାଏ । ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଅଭିନେତା ଏବଂ ଅଭିନେତ୍ରୀ ନିଜ କ୍ୟାରିଅରକୁ ଏକ ଭଲ ସ୍ଥାନକୁ ଆଣିବା ପାଇଁ ଅଧିକ ବୟସ ପର୍ଯ୍ୟନ୍ତ ମଧ୍ୟ ବିବାହ କରନ୍ତି ନାହିଁ । ସୁପରଷ୍ଟାର ଜିତେନ୍ଦ୍ରଙ୍କ ଝିଅ ଏବଂ ବଲିଉଡ ତଥା ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ମାତା ଏକ୍ତା କପୁର ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ଏକ୍ତା କପୁରଙ୍କୁ ୪୫ ବର୍ଷ ବୟସ ହେଲାଣି । ସେ ନିଜ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ନିଜ ସାମର୍ଥ୍ୟରେ ସେ ନିଜର ଏତେ ବଡ ନାମ କମାଇଛନ୍ତି । କିନ୍ତୁ ଏସବୁ ମଧ୍ୟରେ, ଗୋଟିଏ ଜିନିଷ ଯାହା ତାଙ୍କୁ ଅଲଗା କରେ, ତାହା ହେଉଛି ସେ ଏପର୍ଯ୍ୟନ୍ତ ବିବାହିତ କରି ନାହାଁନ୍ତି । ଏକ ସାକ୍ଷାତକାର ସମୟରେ ନିଜ ବିବାହ ନ କରିବାର କାରଣ ବିଷୟରେ ଏକତା କହିଥିଲେ । ଆସନ୍ତୁ ଜାଣିବା କେଉଁ କାରଣରୁ ଏକ୍ତା କପୁର ଏପର୍ଯ୍ୟନ୍ତ ଅବିବାହିତା ଅଛନ୍ତି ।

ପିତା କହିଥିଲେ କାମ କର କିମ୍ବା ବିବାହ:-

ଏକ୍ତା କପୁର ଏକ ସାକ୍ଷାତକାର ସମୟରେ କହିଥିଲେ ଯେ ଯେତେବେଳେ ସେ ଛୋଟ ଥିଲେ, ପ୍ରତ୍ୟେକ ଝିଅଙ୍କ ପରି ସେ ମଧ୍ୟ ତାଙ୍କ ବିବାହ ଶୀଘ୍ର ହୋଇଯାଉ ବୋଲି ଚାହୁଁଥିଲେ । ସେ ୨୨ ବର୍ଷ ବୟସରେ ବିବାହ କରିବାକୁ ଚିନ୍ତା କରୁଥିଲେ କିନ୍ତୁ ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା, ତାଙ୍କ ପିତା ତାଙ୍କୁ ଏଭଳି କଥା କହିଥିଲେ, ଯାହାଦ୍ୱାରା ତାଙ୍କର ଚିନ୍ତାଧାରା ପରିବର୍ତ୍ତନ ହୋଇ ଯାଇଥିଲା । ତାଙ୍କ ପିତା କହିଥିଲେ ଯେ ସେ କାମ କରନ୍ତୁ କିମ୍ବା ବିବାହ କରନ୍ତୁ । ଏବଂ ସେ ଚାହିଁଲେ ଯେ ସେ ବର୍ତ୍ତମାନ କାମ କରନ୍ତୁ ।

ଏହା ପରେ ଏକ୍ତା କପୁର କାମ କରିବା ଆରମ୍ଭ କରିଥିଲେ । ସେ ସର୍ବଦା ନିଜ କାମକୁ ନେଇ ବହୁତ ଗମ୍ଭୀର ରହୁଥିଲେ ଏବଂ କାମ ପ୍ରତି ବହୁତ ଧ୍ୟାନ ଦେଉଥିଲେ । ଏହି କାରଣରୁ କାମର ବ୍ୟସ୍ତତା ଯୋଗୁଁ ସେ ବିବାହ କରିପାରିଲେ ନାହିଁ । ଏକ୍ତା କପୁରଙ୍କୁ ତାଙ୍କ ବିବାହ ବିଷୟରେ ଅନେକ ସମୟରେ ପ୍ରଶ୍ନ କରାଯାଏ । କିନ୍ତୁ ସେ ସବୁବେଳେ କୌଣସି ମଜାଳିଆ ଉତ୍ତର ଦେଇ ତାକୁ ଏଡାଇ ଦିଅନ୍ତି । ଥରେ ସେ କହିଥିଲେ ଯେ ସଲମାନଙ୍କ ବିବାହର ୨ ବର୍ଷ ପରେ ତାଙ୍କ ବିବାହ ହେବ । ତାଙ୍କ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ଥିଲା ଯେ ତାଙ୍କର ବିବାହ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ।

ଏକ ପୁତ୍ରର ମାଁ ଅଟନ୍ତି ଏକ୍ତା:-

ଏକ୍ତା କପୁର ବିବାହ କରିବାକୁ ଚାହାଁନ୍ତି ନାହିଁ, ଏହା ଏହି କଥାରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ ସେ ସରୋଗେସି ମାଧ୍ୟମରେ ମାଁ ହୋଇଛନ୍ତି । ଏକ୍ତାଙ୍କ ପୁଅର ନାମ ରବି କପୁର ଅଟେ । ନିଜ ମାଁ ହେବା ବିଷୟରେ କଥାବାର୍ତ୍ତା କରି ସେ କହିଥିଲେ ଯେ ୩୬ ବର୍ଷ ବୟସରେ ସେ ନିଜ ଡିମ୍ବାଣୁକୁ ଫ୍ରିଜ୍ କରି ଦେଇଥିଲେ । ସେ ଦୀର୍ଘ ସମୟ ଧରି ପିଲା ବିଷୟରେ ଚିନ୍ତା କରୁଥିଲେ କିନ୍ତୁ ସେ ସମୟରେ ସେ ବିବାହ କରିବେ କି ନାହିଁ ଦ୍ୱନ୍ଦ୍ୱରେ ଥିଲେ । କିମ୍ବା କେତେ ବିଳମ୍ବ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକାକି ମାଁ ହେବା ପରେ ତାଙ୍କର ସମଗ୍ର ଜୀବନ ପରିବର୍ତ୍ତନ ହୋଇ ଯାଇଛି । ବର୍ତ୍ତମାନ ପିଲା ପାଇଁ ତାଙ୍କୁ ପରିବାରକୁ ମଧ୍ୟ ବହୁତ ସମୟ ଦେବାକୁ ପଡିଥାଏ । ଏହା ସହିତ ତାଙ୍କର ଏକୁଟିଆପଣ ମଧ୍ୟ ଦୂର ହୋଇଯାଇଛି । କହିରଖୁଛୁ ଯେ ଏକତାଙ୍କ ଭାଇ ତୁଷାର କପୁର ମଧ୍ୟ ବିବାହ କରିନାହାଁନ୍ତି । ତୁଷାର ମଧ୍ୟ ଏକ ସନ୍ତାନର ପିତା ଅଟନ୍ତି ।

Be the first to comment

Leave a Reply

Your email address will not be published.


*