ଝିଅ ବନ୍ଧୁତ୍ୱ ସମ୍ପର୍କ ଗ୍ରହଣ ନ କରିବା ଯୋଗୁଁ ପ୍ରେମିକ ମାଆ ଓ ଭାଇଙ୍କ ସମ୍ମୁଖରେ କରିଲା ଝିଅର ହତ୍ୟା !

ବଲ୍ଲଭଗଡ ସ୍ଥିତ ମିଲ୍କ ପ୍ଲାଣ୍ଟ ରୋଡରେ ଅବସ୍ଥିତ ଅଗ୍ରୱାଲ କଲେଜ ବାହାରେ ଏକପାଖିଆ ପ୍ରେମରେ ଯୁବକ ଜଣକ B.COM ଦ୍ଵିତୀୟ ବର୍ଷର ଛାତ୍ରୀକୁ ଦିନ ଦ୍ୱିପ୍ରହରରେ କାରରେ ଆସି ଗୁଳି ମାରିଦେଇଛନ୍ତି । କଲେଜରୁ ପରୀକ୍ଷା ଦେଇ ବାହାରକୁ ଆସୁଥିବା ଛାତ୍ରୀକୁ ଗୁଳି ବାଜିବା ଦ୍ୱାରା ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଆକ୍ରମଣକାରୀ ନିଜ ସାଥୀ ସହ କାରରେ ଆସିଥିଲେ ।

ସୂଚନାନୁସାରେ, ମୁଳରୂପରେ ହାପୁଡ଼ରେ ରହୁଥିବା ମୂଳଚନ୍ଦ ତୋମର କହିଛନ୍ତି ଯେ ସେ ସେକ୍ଟର-୨୩ ନିକଟରେ ଥିବା ସୋସାଇଟିରେ ରୁହନ୍ତି । ତାଙ୍କ ଝିଅ ନିକିତା ଆଜି ଅଗ୍ରୱାଲ କଲେଜରେ ଦ୍ୱିତୀୟ ବର୍ଷର ପରୀକ୍ଷା ଦେବାପାଇଁ ଯାଇଥିଲେ । ତାଙ୍କ କହିବା ଅନୁଯାୟୀ, ରୋଜକା ମେଭ ବାସିନ୍ଦା ତୌଫିକ୍ ନାମକ ଯୁବକ ନିକିତାଙ୍କ ସହ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ସେ ନିକିତାଙ୍କ ଉପରେ ବନ୍ଧୁତା ପାଇଁ ଚାପ ପକାଇଥିଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ଏଥିପାଇଁ ମନା କରି ଦେଇଥିଲେ । ସେ ୨୦୧୮ ମସିହାରେ ଛାତ୍ରୀ ଅପହରଣ ମଧ୍ୟ କରିଥିଲେ, କିନ୍ତୁ ସେତେବେଳେ ଲୋକ ଲଜ୍ଜା ହେତୁ ପରିବାର ଲୋକମାନେ ବୁଝାମଣା କରି ଦେଇଥିଲେ ।

ଛାତ୍ରୀଙ୍କ ଭାଇ ନବୀନଙ୍କ ଅଭିଯୋଗରେ ପୋଲିସ୍ ତୌଫିକଙ୍କ ବିରୋଧରେ ମାମଲା ଦାଖଲ କରିଛି । ନବୀନ କହିଛନ୍ତି ଯେ ସୋମବାର ଦିନ ନିକିତା ପରୀକ୍ଷା ଦେବାପାଇଁ କଲେଜକୁ ଯାଇଥିଲେ । ମାଁ ବିଜୟବତୀ ଏବଂ ଭାଇ ନବୀନ କଲେଜ ବାହାରେ ତାଙ୍କୁ ଅପେକ୍ଷା କରିଥିଲେ । ସନ୍ଧ୍ୟା ପ୍ରାୟ ୪ଟା ସମୟରେ ସେ ପରୀକ୍ଷା ଦେଇ ବାହାରକୁ ଆସିଥିଲେ । କଲେଜ ଗେଟ୍ ଠାରୁ ଟିକିଏ ଆଗରେ ଗୋଟିଏ ଆଇ-୨୦ କାର୍ ଆସି ତାଙ୍କ ନିକଟରେ ଅଟକିଥିଲା । ସେଥିମଧ୍ୟରୁ ତୌଫିକ୍ ବାହାରକୁ ଆସିଥିଲେ । ସେ ନିକିତାଙ୍କୁ କାର୍ ଭିତରକୁ ଟାଣିବାପାଇଁ ଚେଷ୍ଟା କରିଥିଲେ । ସେତେବେଳେ ତୌଫିକ୍ ନିକିତାଙ୍କ ମାଁ ଏବଂ ଭାଇଙ୍କୁ ଦେଖିଲେ । ସେ ବନ୍ଧୁକ ବାହାର କରି ନିକିତାଙ୍କ ଉପରକୁ ଗୁଳି ଚଳାଇଦେଲେ, ଓ  ଗୁଳି ତାଙ୍କ କାନ୍ଧରେ ଲାଗିଥିଲା । ଗୁଳି ଲାଗିବା ଦ୍ୱାରା ନିକିତା ରକ୍ତାକ୍ତ ହୋଇ ସେଠାରେ ପଡିଗଲେ । ଅଭିଯୁକ୍ତ ତାଙ୍କ ସାଥୀଙ୍କ ସହ କାରରେ ବସି ସେଠାରୁ ପଳାଇଗଲେ । ମାଁ ଏବଂ ଭାଇ ନିକିତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ୍ ପ୍ରବକ୍ତା ଏସିପି ଆଦର୍ଶଦୀପ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୪ଟି କ୍ରାଇମବ୍ରାଞ୍ଚ ଲାଗିପଡିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଧରି ନିଆଯିବ ।

Be the first to comment

Leave a Reply

Your email address will not be published.


*