୩ ବର୍ଷରୁ ମିଳିନାହିଁ କୌଣସି ଚଳଚ୍ଚିତ୍ର, ମିସ୍ ଇଣ୍ଡିଆ ରହି ସାରିଛନ୍ତି ଏହି ଅଭିନେତ୍ରୀ ଜଣକ କିନ୍ତୁ ବର୍ତ୍ତମାନ ଏହିପରି ଜୀବନ ଅତିବାହିତ କରୁଛନ୍ତି !!

ବନ୍ଧୁଗଣ ବଲିଉଡ଼ ଜଗତ ରଙ୍ଗୀନ୍ ଦେଖାଯାଏ ଏବଂ ଏଠାରେ ଚମକି ଉଠୁଥିବା କଳାକାର ମାନଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି, କିନ୍ତୁ ଜରୁରୀ ନୁହେଁ ଯେ କଳାକାର ସମସ୍ତ ଚମକି ଉଠୁଥିବା କଳାକାର ସଫଳ ହେବେ । ଆଜି ଆମେ ଆପଣଙ୍କୁ ବଲିଉଡ଼ର ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ ସୁଚାଇବୁ ଯିଏ ମିସ୍ ଇଣ୍ଡିଆ ରହି ସାରିଛନ୍ତି ତା’ସହିତ ସେ ନିଜ ପ୍ରଥମ ଚଳଚ୍ଚିତ୍ର ଡେବ୍ୟୁ ସୁଭାଷ ଘାଇଙ୍କ ଚଳଚ୍ଚିତ୍ରରୁ ଶାହରୁଖ ଖାନଙ୍କ ସହିତ କରିଥିଲେ । କିନ୍ତୁ ଆଜି ଏହି ଅଭିନେତ୍ରୀ ସମ୍ପୂର୍ଣ୍ଣ ଭାବେ ବଲିଉଡ଼ରୁ ଦୂରେଇ ଯାଇଛନ୍ତି । ଆମେ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ବିଷୟରେ ଆଲୋଚନା କରୁଛୁ ଯିଏକି ବଲିଉଡ଼ରେ ଖୁବ୍ ଭଲ ଭାବରେ ଏଣ୍ଟ୍ରି କରିଥିଲେ । ପ୍ରଥମ ଚଳଚ୍ଚିତ୍ରରେ ହିଁ ଶାହରୁଖ ଖାନ୍ ସ୍କ୍ରିନ୍ ସେୟାର କରିଥିଲେ ଏବଂ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ଭାବରେ ପୁରସ୍କାର ମିଳିଥିଲା ।

ମହିମା ଚୌଧୁରୀ ଏପରି ଏକ ଅଭିନେତ୍ରୀ ଅଟନ୍ତି ଯିଏକି ଚଳଚ୍ଚିତ୍ର କଲେ ଏବଂ ସେ ଅଧିକାଂଶ ହିଟ୍ ଥିଲା ଓ ସେ ଲୋକଙ୍କ ନଜରରେ ଖୁବ୍ ଲୋକପ୍ରିୟ ହୋଇଯାଇଥିଲେ ଏବଂ ତାଙ୍କୁ ଖୁବ୍ ପସନ୍ଦ କରିବାକୁ ଲାଗୁଥିଲେ, କିନ୍ତୁ ହଠାତ୍ ୨୦୦୮ରେ ମହିମା ଚୌଧୁରୀଙ୍କ କ୍ୟାରିୟରରେ ଏପରି ଏକ ସ୍ପୀଡ୍ ବ୍ରେକର ଆସିଲା, ଯିଏ ତାଙ୍କ କ୍ୟାରିୟରର ସ୍ପୀଡ଼କୁ କମ୍ କରିଦେଲା ଓ ଧୀରେ ଧୀରେ ତାଙ୍କୁ ଚଳଚ୍ଚିତ୍ର ମିଳିବା ବନ୍ଦ ହୋଇଯାଇଛି ।

Mumbai: Actress Mahima Chaudhry at the launch of a mattress brand in Munbai on July 4, 2017. (Photo: IANS)

ମହିମା ଚୌଧୁରୀ ୨୦୦୬ ମସିହାରେ ବ୍ୟବସାୟୀ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଯାହାଙ୍କ ଠାରୁ ତାଙ୍କର ଏକ ଝିଅ ଅଛନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ବର୍ତ୍ତମାନ ଏ ଦୁହେଁ ଛାଡପତ୍ର ନେଇ ଯାଇଛନ୍ତି । ଏବଂ ନିଜ ନିଜ ଜୀବନରେ ଅଲଗା ରହୁଛନ୍ତି, ଛାଡ଼ପତ୍ର ମହିମା ଚୌଧୁରୀ ନିଜ ଝିଅଙ୍କ ସହିତ ରୁହନ୍ତି ଓ ସେ ବଲିଉଡ଼ରେ ଫେରିବା ପାଇଁ ଚେଷ୍ଟା କରୁଛନ୍ତି, ୨୦୧୬ ରେ ମହିମା ଚୌଧୁରୀ ଚଳଚ୍ଚିତ୍ର ଡ଼ାର୍କ ଚକଲେଟରୁ ବଲିଉଡ଼କୁ ଫେରିଲେ କିନ୍ତୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଲା ନାହିଁ ଓ ଫ୍ଲପ୍ ହୋଇଗଲା । ଆପଣଙ୍କ ସୂଚୀତ କରି ଦେଉଛୁ ଯେ ମହିମା ଚୌଧୁରୀ ୧୯୯୦ରେ ମିସ୍ ଇଣ୍ଡିଆ ପଦବୀ ଲାଭ କରିଥିଲେ, ଏବଂ ଏହାପରେ ତାଙ୍କୁ ଚଳଚ୍ଚିତ୍ର ଗୁଡ଼ିକରେ ସୁଯୋଗ ମିଳିବା ଆରମ୍ଭ ହୋଇଥିଲା ।

Be the first to comment

Leave a Reply

Your email address will not be published.


*