ବାହାଘର ପରେ କରିନାଙ୍କୁ ଆସିଲା ନିଜ ପୂର୍ବତନ ପ୍ରେମିକ ଶାହୀଦଙ୍କ ସ୍ମରଣ, ଫଟୋ ସେୟାର କରି କହିଲେ ଏହା…

୨୦୦୭ରେ ଇମତିଆଜ ଅଲିଙ୍କ ଚଳଚ୍ଚିତ୍ର ଜବ୍ ୱି ମେଟ୍ ଆସିଥିଲା । ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭୂମିକାରେ ଶାହୀଦ କପୂର ଓ ମୁଖ୍ୟ ଅଭିନେତ୍ରୀ ଭୂମିକାରେ କରିନା କପୂର ଅଭିନୟ କରିଥିଲେ । ଏହା କହିବା ଭୁଲ୍ ହେବ ନାହିଁ ଯେ ଏହି ଚଳଚ୍ଚିତ୍ର ପରେ କରିନାଙ୍କ କ୍ୟାରିୟର ଉଚ୍ଚରେ ପହଞ୍ଚିଥିଲା ।

କରିନା ସେହିପରି ତ ନିଜ କ୍ୟାରିୟରରେ ବଡ଼ ବଡ଼ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି, କିନ୍ତୁ ଯେବେମଧ୍ୟ ତାଙ୍କ ସୁପରହିଟ୍ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ତେବ ସେଥିରେ ‘ଜବ୍ ୱି ମେଟ୍’ ନାମ ନିଶ୍ଚୟ ଆସେ । ଏହି ଚଳଚ୍ଚିତ୍ରରେ କରିନା ଏକ ଏପରି ଝିଅର ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ଖୁବ୍ ଚୁଲବୁଲି ଝିଅ ଥିଲେ । ଚଳଚ୍ଚିତ୍ରରେ କରିନାଙ୍କ ଦ୍ଵାରା ଅଭିନୀତ ‘ଗୀତ’ ଚରିତ୍ର ଏତେ ହିଟ୍ ଥିଲା ଯେ ଆଜି ମଧ୍ୟ ଲୋକେ ତାଙ୍କୁ ଏହି ଚରିତ୍ର ପାଇଁ ମନେ ପକାନ୍ତି ।

ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହୋଇ ୧୩ ବର୍ଷ ବିତିଯାଇଛି । ଏହି ବିଶେଷ ଅବସରରେ କରିନା ଚଳଚ୍ଚିତ୍ର ସେଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଶାହୀଦ କପୁରଙ୍କ ସହ ନଜର ଆସିଥିଲେ । ଏହା ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା, ଯେଉଁଥିରେ ଶାହୀଦ ଓ କରିନାଙ୍କ ସହିତ ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ସମୟରେ କରିନା ଓ ଶାହୀଦଙ୍କ ବ୍ରେକପ୍ ହୋଇଯାଇଥିଲା । ଏହାପରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିଗଲେ ।

ଚଳଚ୍ଚିତ୍ର ସେଟର ଏକ ଫଟୋ ସେୟାର କରି କରିନା କେପ୍ସନରେ ଲେଖିଛନ୍ତି ଯେ, “ମୋତେ ଲାଗେ ଯେ ଜୀବନରେ ଯାହା କିଛି ମନୁଷ୍ୟ ବାସ୍ତବ ଜୀବନରେ ଚାହେଁ, ସତରେ ତାକୁ ତାହା ହିଁ ମିଳେ ।” ଏହି ଫଟୋରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଇମତିଆଜ ଅଲି ମଧ୍ୟ ନଜର ଆସୁଛନ୍ତି । ଏତିକିନୁହେଁ, କରିନା ଏହି ପୋଷ୍ଟରେ ନିଜ ପୂର୍ବତନ ପ୍ରେମିକ ଅର୍ଥାତ ଶାହୀଦ କପୂରଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

କୁହାଯାଏ ଯେ ଚଳଚ୍ଚିତ୍ର ‘ଜବ୍ ୱି ମେଟ୍’ ଶୁଟିଂ ସଙ୍ଗେ ସଙ୍ଗେ କରିନା ସୈଫ ଅଲି ଖାନଙ୍କ ସହ ଚଳଚ୍ଚିତ୍ର ‘ଟଶନ୍’ର ଶୁଟିଂ ମଧ୍ୟ ଆରମ୍ଭ କରିଦେଇଥିଲେ । ଟଶନ୍ ସେଟରେ ପ୍ରଥମ ଥର ପାଇଁ କରିନା ଓ ସୈଫ ପରସ୍ପରକୁ ଭେଟିଥିଲେ । ଏହା ସେହି ସମୟ ଥିଲା ଯେତେବେଳେ ଶାହୀଦ କପୂରଙ୍କ ସହିତ ବ୍ରେକପ୍ ପରେ ‘ଟଶନ୍’ର ଶୁଟିଂ ସମୟରେ ସେ ସୈଫଙ୍କ ନିକଟକୁ ଆସିବାକୁ ଲାଗିଥିଲେ । ଦୁହିଁଙ୍କ ପ୍ରେମ ଧୀରେ ଧୀରେ ବଢିବାକୁ ଲାଗିଲା ଏବଂ କରିନା ୨୦୧୨ ମସିହାରେ ସୈଫଙ୍କୁ ବିବାହ କରିଥିଲେ ।

Be the first to comment

Leave a Reply

Your email address will not be published.


*