ଦୀପାବଳି-ଛଟ୍ ପୂଜା ଅବସରରେ ଘରକୁ ଯିବା ଯାତ୍ରୀମାନଙ୍କ ପାଇଁ ଖୁସିର ଖବର, ରେଳ ବିଭାଗ ଚଳାଉଛି ୪୬ଟି ବିଶେଷ ଟ୍ରେନ୍ !

ଦୀପାବଳି ଓ ଛଟ୍ ଭଳି ଆଗାମୀ ପର୍ବପର୍ବାଣି ପାଇଁ ଯଦି ଆପଣ ଟ୍ରେନରେ ଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ଖବର ଅଟେ । ପାର୍ବଣ ଋତୁରେ ଭାରତୀୟ ରେଳ ବିଭାଗ ବର୍ତ୍ତମାନ ୪୬ଟି ବିଶେଷ ଟ୍ରେନକୁ ଚଳାଇବା ପାଇଁ ନିର୍ଣ୍ଣୟ କରିଛନ୍ତି । ଜଣାଇଦେଉଛୁ ଯେ କରୋନା ମହାମାରୀ ସମୟରେ ରେଳ ବିଭାଗ ସଞ୍ଚାଳନ କିଛି ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ପୁଣିଥରେ ରେଳ ବିଭାଗ ଟ୍ରେନ୍ ପରିଚଚାଳନା ସୀମିତ ମାର୍ଗରେ ଷ୍ଟେସନ ପାଇଁ ଆରମ୍ଭ କରାଯିବ ।

କରୋନା ବିପଦ କାଳର ଏହି ସମୟରେ ଦେଶରେ ସୀମିତ ସଂଖ୍ୟାରେ ଟ୍ରେନ୍ ଚାଳନା କରାଯାଉଛି । ଏହିପରି ପାର୍ବଣ ଋତୁର ଆବଶ୍ୟକତାକୁ ଲକ୍ଷ୍ୟ କରି ଅନ୍ୟ ବିଶେଷ ଟ୍ରେନ୍ ଚାଳନା କରିବା ନିଷ୍ପତ୍ତି ନେଇଛନ୍ତି । ଏହି ସମସ୍ତ ଟ୍ରେନ୍ ୟୁପି ଓ ବିହାରର ଭିନ୍ନ ଭିନ୍ନ ଜିଲ୍ଲାରେ କରାଯିବ । ପାର୍ବଣ ଋତୁରେ ଘରକୁ ଯିବା ଆଶାରେ ବସି ରହିଥିବା ଲୋକଙ୍କୁ ଖୁବ୍ ଆରାମ ମିଳିବ । ଯଦି ଆପଣ ମଧ୍ୟ ଯାତ୍ରା କରିବା ପାଇଁ ଯୋଜନା କରିଛନ୍ତି ତେବେ ଏହି ବିଶେଷ ଟ୍ରେନ୍ ସୂଚୀ ଆପଣଙ୍କ କାମରେ ଆସିପାରିବ ।

Be the first to comment

Leave a Reply

Your email address will not be published.


*