ମାତ୍ର ୨୧ ବର୍ଷ ବୟସରେ ଦୁଇଟି ଝିଅର ମାଁ ହୋଇଥିଲେ ରବିନା ଟଣ୍ଡନ, ଏହା ଦେଖି ଲୋକମାନେ କହିଥିଲେ ବର୍ତ୍ତମାନ ତୁମକୁ କିଏ ବିବାହ କରିବ !

୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ରବିନା ଟଣ୍ଡନ ଆଜି ୪୬ ବର୍ଷ ବୟସର ହୋଇ ଯାଇଛନ୍ତି । ତାଙ୍କ ଜନ୍ମ ଏହି ଦିନ ଅର୍ଥାତ ୨୬ ଅକ୍ଟୋବର ୧୯୭୪ ମସିହାରେ ମୁମ୍ବାଇରେ ହୋଇଥିଲା । ଆରମ୍ଭରୁ ହିଁ ରବିନା ଅଭିନେତ୍ରୀ ହେବାକୁ ଚାହୁଁଥିଲେ ଏବଂ ସେ ପଥର କେ ଫୁଲ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପାଦ ଦେଇଥିଲେ । ଏହି ଚଳଚ୍ଚିତ୍ରର ସଫଳତା ତାଙ୍କୁ ଷ୍ଟାରଡମ୍ ଦେଇଥିଲା ​​ଏବଂ ତା’ପରେ ରବିନା କେବେ ମଧ୍ୟ ପଛକୁ ଫେରି ଚାହିଁ ନାହାଁନ୍ତି । ତେବେ ତାଙ୍କ ରିଲ୍ ଜୀବନ ପରି, ତାଙ୍କର ବାସ୍ତବ ଜୀବନ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି । ଆସନ୍ତୁ ଜାଣିବା ରବିନାଙ୍କ ସହ ଜଡିତ କିଛି ଶୁଣିନଥିବା କଥା ବିଷୟରେ ।

ବିବାହ ପୂର୍ବରୁ ହିଁ ରବିନା ମାଁ ହୋଇ ଯାଇଥିଲେ:-

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ ବାସ୍ତବ ଜୀବନରେ କୌଣସି ସୁପରହିରୋ ଠାରୁ କମ୍ ନୁହଁନ୍ତି । ଏଥିରେ ରବିନା ଟଣ୍ଡନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଆପଣଙ୍କୁ କହିରଖୁଛୁ ଯେ ରବିନା ପ୍ରଥମ ଥର ପାଇଁ ମାତ୍ର ୨୧ ବର୍ଷ ବୟସରେ ମାଁ ହୋଇଥିଲେ, ଯେତେବେଳେ ୨୧ ବର୍ଷ ହୁଏ, ସେତେବେଳେ ସମସ୍ତେ ନିଜ କ୍ୟାରିଅର ଉପରେ ଧ୍ୟାନ ଦିଅନ୍ତି । ଏଥିପାଇଁ ଲୋକମାନେ ତାଙ୍କୁ ବହୁତ ଖରାପ ବୋଲି କହିଥିଲେ ।

ଆପଣଙ୍କ ସୂଚନା ପାଇଁ କହୁରଖୁଛୁ ଯେ ୧୯୯୫ ମସିହାରେ ରବିନା ବିନା ବିବାହରେ ମାଁ ହୋଇ ଯାଇଥିଲେ । କିନ୍ତୁ ଏହା ପଛରେ ଥିବା ସତ୍ୟକୁ ଜାଣି ଆପଣ ମଧ୍ୟ ରବିନାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ । ରବିନା ଟଣ୍ଡନ ୨୧ ବର୍ଷ ବୟସରେ ଦୁଇଟି ଝିଅ ପୂଜା ଏବଂ ଛାୟାଙ୍କୁ ଆନୁଷ୍ଠାନିକ ଭାବରେ କୋଳକୁ ନେଇଥିଲେ । ସେତେବେଳେ ପୂଜାଙ୍କର ବୟସ ୧୧ ବର୍ଷ ହୋଇଥିବାବେଳେ ଛାୟାଙ୍କର ମାତ୍ର ୮ ବର୍ଷ ହୋଇଥିଲା । କହିରଖୁଛୁ ଯେ ପୂଜା ଏବଂ ଛାୟା ରବିନାଙ୍କ ସମ୍ପର୍କୀୟଙ୍କ ଝିଅ ଅଟନ୍ତି ।

କହୁରଖୁଛୁ ଯେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ରବିନା ପୂଜା ଏବଂ ଛାୟାଙ୍କୁ ଏକୁଟିଆ ମାଁ ଭାବରେ ପ୍ରତିପୋଷଣ କରିଥିଲେ । ୨୦୦୪ ମସିହାରେ ରବିନା ମୁମ୍ବାଇର ଜଣେ ବ୍ୟବସାୟୀ ତଥା ଚଳଚ୍ଚିତ୍ର ବିତରକ ଅନିଲ ଥଡାନୀଙ୍କୁ ବିବାହ କରିଥିଲେ । ଏହା ପରେ ରବିନା ୨୦୦୫ ମସିହାରେ ଝିଅ ରାଶି ଏବଂ ୨୦୦୮ ମସିହାରେ ପୁଅ ରଣବୀରବର୍ଦ୍ଧନଙ୍କୁ ଜନ୍ମ ଦେଇଥିଲେ। ଏହିପରି ଭାବରେ ରବିନା ୩ ଝିଅ ଏବଂ ଗୋଟିଏ ପୁଅର ମାଁ ଅଟନ୍ତି ।

ରବିନା ପୂଜା ଏବଂ ଛାୟାଙ୍କୁ କାହିଁକି କୋଳକୁ ନେଲେ ଜାଣନ୍ତୁ:-

ପୂଜା ଏବଂ ଛାୟାଙ୍କୁ କୋଳକୁ ନେବା ବିଷୟରେ ରବିନା ଟଣ୍ଡନ କହନ୍ତି ଯେ ମୁଁ ଏହା ବିଷୟରେ ୧୯୯୪ ମସିହାରୁ ଚିନ୍ତା କରିବା ଆରମ୍ଭ କରି ଦେଇଥିଲି । ମୁଁ ମୋ ମାଆଙ୍କ ସହ ପ୍ରାୟତଃ ଆଶା ସଦନ ନାମକ ଏକ ଅନାଥ ଆଶ୍ରମକୁ ଯାଉଥିଲି , ଯେଉଁଠାରେ ମୋ ସମ୍ପର୍କୀୟଙ୍କ ଦୁଇ ଝିଅ ପୂଜା ଏବଂ ଛାୟା ରହୁଥିଲେ । ରବିନା କହିଥିଲେ ଯେ ମୁଁ ଅନାଥ ଆଶ୍ରମରେ ଦେଖିଥିଲି ଯେ ପିଲାମାନଙ୍କର ଯତ୍ନ ଠିକ୍ ଭାବରେ ନିଆଯାଉନାହିଁ, ତେଣୁ ମୁଁ ଉଭୟଙ୍କୁ ଘରକୁ ନେଇ ଆସିଥିଲି ।

ରବିନା କହନ୍ତି ଯେ ମୁଁ ପୂଜା ଏବଂ ଛାୟାଙ୍କୁ ଏକ ନୂଆଁ ଜୀବନ ଦେବାକୁ ଚାହୁଁଥିଲି, ଯାହା ସେମାନଙ୍କର ଅଧିକାର ଥିଲା । ରବିନା କହିଛନ୍ତି ଯେ ସେହି ସମୟରେ ମୁଁ କୌଣସି ବଡ଼ ବ୍ୟକ୍ତି ନଥିଲି କିମ୍ବା ମୋର ଅଧିକ ଧନସମ୍ପତ୍ତି ନଥିଲା କିନ୍ତୁ ମୁଁ ଏତିକି ଜାଣିଥିଲି ଯେ ମୁଁ ପୂଜା ଏବଂ ଛାୟାଙ୍କୁ ଏକ ଭଲ ଭବିଷ୍ୟତ ନିଶ୍ଚିତ ଭାବରେ ଦେଇପାରିବି ।

ଏ ବିଷୟରେ ରବିନା ଅନେକ ସାକ୍ଷାତକାରରେ ଆଲୋଚନା କରି ସାରିଛନ୍ତି । ଏହିପରି ଏକ ସାକ୍ଷାତକାରରେ ଆଲୋଚନା ସମୟରେ ସେ କହିଥିଲେ ଯେ ଅନେକ ଲୋକ ମୋ ବିଷୟରେ ନକାରାତ୍ମକ କଥା ହେଉଥିଲେ, ଲୋକମାନେ ମୋତେ ହୀନ ଭାବନାରେ ଦେଖୁଥିଲେ । ଲୋକମାନେ ମୋ ବିଷୟରେ କହୁଥିଲେ କେଜାଣି ବିବାହ ହେବା ପରେ ଏହାର କଣ ହେବ । ରବିନା କହିଛନ୍ତି ଯେ ଲୋକମାନେ ମୋ ବିଷୟରେ କହୁଥିଲେ ଯେ ଯେତେବେଳେ ମୁଁ କାହାକୁ ବିବାହ କରିବି, ସେତେବେଳେ ଏହି ଦୁଇ ଝିଅ ମୋ ଜୀବନସାଥୀଙ୍କ ପାଇଁ ବୋଝ ହୋଇଯିବେ ।

ରବିନା ଏହି ସାକ୍ଷାତକାରରେ କହିଛନ୍ତି ଯେ ମୁଁ ଲୋକଙ୍କର ଗୋଟିଏ କଥାକୁ ମଧ୍ୟ ଶୁଣି ନଥିଲି ଏବଂ ମୁଁ ଖୁସି ଯେ ମୋ ସ୍ୱାମୀ ଅନିଲ ଏବଂ ମୋ ଶାଶୁଘର ଲୋକମାନେ ପୂଜା ଏବଂ ଛାୟାଙ୍କୁ ବହୁ ମାତ୍ରାରେ ଭଲପାଇବା ଦେଇଛନ୍ତି । ମୋ ଶାଶୁଘର ଲୋକମାନେ ମୋ ଦୁଇ ଝିଅଙ୍କୁ ସେତିକି ଭଲ ପାଇବା ଦେଇଛନ୍ତି, ଯେତିକି ମୋତେ ଦିଅନ୍ତି ।

ରବିନା ଟଣ୍ଡନ କହିଛନ୍ତି ଯେ ମୋ ଘରେ ଆଜି ସେ ସବୁକିଛି ଉପସ୍ଥିତ ଅଛି, ଯାହାଦ୍ୱାରା ଗୋଟିଏ ଘର ଖୁସିରେ ପରିପୂର୍ଣ୍ଣ ହୋଇଥାଏ । ମୋ ଘର ସଦସ୍ୟମାନଙ୍କର ପାରସ୍ପାରିକ ବୁଝାମଣା, ପ୍ରେମ ଏବଂ ପରସ୍ପର ପାଇଁ ସମ୍ମାନ, ସମସ୍ତ ଜିନିଷ ଉପସ୍ଥିତ ରହିଛି । ରବିନା କହିଛନ୍ତି ଯେ ପୂଜା, ଛାୟା, ରାଶି ଏବଂ ରଣବୀରବର୍ଦ୍ଧନଙ୍କ ମଧ୍ୟରେ ବହୁତ ପ୍ରେମ ଅଛି ।

କହିରଖୁଛୁ ଯେ ରବିନାଙ୍କ ବଡ ଝିଅ ପୂଜା ମଧ୍ୟ ମାଁ ହୋଇ ସାରିଛନ୍ତି , ଅର୍ଥାତ ରବିନା ଟଣ୍ଡନ ବର୍ତ୍ତମାନ ଆଈ ହୋଇସାରିଲେଣି । ପୂଜା ଜଣେ ଇଭେଣ୍ଟ ମ୍ୟାନେଜର ହୋଇଥିବାବେଳେ ରବିନାଙ୍କ ଦ୍ୱିତୀୟ ଝିଅ ଛାୟା ଜଣେ ଏୟାରହୋଷ୍ଟେସ୍ ଅଟନ୍ତି । ଉଭୟ ନିଜ ନିଜ ଜୀବନରେ ଖୁସି ଅଛନ୍ତି ।

ରବିନାଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ସେ ଚଳଚ୍ଚିତ୍ର ପଥର କେ ଫୁଲ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ ଏବଂ ଏହା ପରେ ସେ ବଲିଉଡକୁ ଭଲ ଭଲ ଚଳଚ୍ଚିତ୍ର ଦେଇଛନ୍ତି । ସେ ମୋହରା, ଦିଲୱାଲେ, ଲାଡଲା, ଅନ୍ଦାଜ ଅପନା ଅପନା ଭଳି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ପ୍ରଦର୍ଶିତ କରିଛନ୍ତି ।

Be the first to comment

Leave a Reply

Your email address will not be published.


*