୩୭ବର୍ଷ ବୟସରେ ବାହାହେଲେ କ୍ୟାଟ୍ରିନା କୈଫ, “ବିଗ୍ ବି”ଙ୍କ ସହିତ ଭାଇରାଲ ହେଲା ଫଟୋ !

ବଲିଉଡର ବିଗ୍ ବି ତଥା ଅମିତାଭ ବଚ୍ଚନ ସେହି ଅଭିନେତାମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଟନ୍ତି । ଅମିତାଭ ବଚ୍ଚନ ପ୍ରତିଦିନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଅପଡେଟଟ୍ କରନ୍ତି । ତେଣୁ ବିଗ୍ ବି ତାଙ୍କ ପ୍ରଶଂସକମାନଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର କରି କ୍ରମାଗତ ଭାବରେ ସଂଯୁକ୍ତ ଅଛନ୍ତି । ନିକଟରେ ଏହି ଏପିସୋଡରେ ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଅମିତାଭ ଏବଂ କ୍ୟାଟ୍ରିନା ବିବାହ ଡ୍ରେସରେ ନଜର ଆସିଛନ୍ତି । ଆସନ୍ତୁ ଜାଣିବା, ପୁରା ବିଷୟ କଣ ।

ବାସ୍ତବରେ, ଅମିତାଭ ବଚ୍ଚନଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ କ୍ୟାଟ୍ରିନା ବୋହୁ ବେଶରେ ଦେଖାଯାଉଛନ୍ତି, ଏହି ଫଟୋରେ ସେ ଗୋଲାପୀ ରଙ୍ଗର ଭାରୀ ଲେହେଙ୍ଗା, ଟିକା, ହାର, କାନଫୁଲ ଏବଂ ହାତରେ ଗଜରା ପିନ୍ଧିଥିବାର ନଜର ଆସିଛନ୍ତି । କ୍ୟାଟ୍ରିନା କୈଫ ବୋହୁ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି, ବିଗ୍ ବି ଶେରୱାନି ପିନ୍ଧି ପାରମ୍ପାରିକ ଲୁକ୍ ମଧ୍ୟ ଦେଇଛନ୍ତି । ବିଗ୍ ବି ଏହି ଫଟୋକୁ ଇନଷ୍ଟାଗ୍ରାମ୍ କ୍ୟାପ୍ସନରେ ଏକ ମଜାଦାର କବିତା ସହ ସେୟାର କରିଛନ୍ତି । ସେ ଲେଖିଛନ୍ତି, ” ହଠାତ ମୋତେ ଏକ ଫଟୋ ମିଳିଛି । ମୁଁ ଏହାକୁ ଖୋଜିନି, ପୃଷ୍ଠା ଓଲଟାଉ ଓଳାଟାଉ ମିଳିଛି, ଦେବୀ ଅଳଙ୍କାରରେ ଭଲ ଦେଖାଯାଉଛନ୍ତି ଏବଂ ତଳେ ବସିଥିବା ମାନ୍ୟବର ଆମେ ହିଁ ଅଟୁ, ଆମେ ହିଁ ଅଟୁ । ”

ଅମିତାଭ ତାଙ୍କ କ୍ୟାପ୍ସନରେ ସ୍ପଷ୍ଟ କରିଛନ୍ତି ଯେ ସେ ହଠାତ ଫୋନ ଗ୍ୟାଲେରୀରୁ ଏହି ଫଟୋ ପାଇଛନ୍ତି, ଯାହା ସେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି, ଏପରି ପରିସ୍ଥିତିରେ ଯଦି ଆପଣ ବିବାହ ଭଳି କିଛି ଚିନ୍ତା କରୁଛନ୍ତି, ତେବେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ଫଟୋ କ୍ୟାଟ୍ରିନା ଅମିତାଭ ଏବଂ ଜୟା ବଚ୍ଚନଙ୍କ ସହ ଏକ ଅଳଙ୍କାର ବିଜ୍ଞାପନ ଶୁଟ୍ ସମୟରେ ଉଠାଇଥିଲେ, ଏହା ସେହି ସମୟର ଫଟୋ ।

ଏହାଥିଲା ଫ୍ୟାନଙ୍କ ରିଆକ୍ସନ

ବିଗ୍ ବି ସୋସିଆଲ ମିଡିଆରେ ଏହି ଫଟୋ ଅପଲୋଡ କରିବା ମାତ୍ରେ ପ୍ରଶଂସକମାନେ ମଜା କରିବା ଆରମ୍ଭ କରିଥିଲେ । କିଛି ପ୍ରଶଂସକ ମଧ୍ୟ ଥଟ୍ଟା କରି ବିଗ୍ ବିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ସମୟରେ କିଛି ପ୍ରଶଂସକ ମଧ୍ୟ ଉଭୟଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ଅମିତାଭଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋରେ ଲୋକମାନେ ଜମେଇକି କମେଣ୍ଟ ଦେଉଛନ୍ତି । ଜଣେ ପ୍ରଶଂସକ ବିଗ ବିଙ୍କୁ ଏହା ମଧ୍ୟ କହିଦେଇଥିଲେ ଯେ ” ବର୍ତ୍ତମାନ ରାତି ବହୁତ ହେଲାଣି ଶୋଇଯାଆନ୍ତୁ ” ସେହି ସମୟରେ ଜଣେ ଉପଭୋକ୍ତା କେବିସିର କମେଣ୍ଟ ବକ୍ସକୁ କଲ୍ କରିବାକୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହେଁ ଯେ ବିଗ୍ ବି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବରଂ ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଏପରି କରିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜିକାଲି ଅମିତାଭ ବଚ୍ଚନ ରିଆଲିଟି ଶୋ ” କୌନ୍ ବନେଗା କରୋଡ଼ ପତି “ରେ ବ୍ୟସ୍ତ ଅଛନ୍ତି ଏବଂ ଏହା ପାଇଁ ସୁଟିଂ କରୁଛନ୍ତି । ଆଗାମୀ ଦିନରେ ଅମିତାଭ ବଚ୍ଚନ ତିନୋଟି ବଡ ଚଳଚ୍ଚିତ୍ର, ବ୍ରହ୍ମାସ୍ତ୍ର, ଝୁଂଡ ଏବଂ ଚେହେରେରେ ଦେଖିବାକୁ ଯାଉଛନ୍ତି । ସେଥିମଧ୍ୟରୁ ବ୍ରହ୍ମାସ୍ତ୍ରର ରିଲିଜ ତାରିଖ ପ୍ରକାଶ ପାଇଛି । ଡିସେମ୍ବର ୪ ରେ ଏହି ଚଳଚ୍ଚିତ୍ର ବଡ ପରଦାରେ ମୁକ୍ତିଲାଭ କରିବ ବୋଲି ବିଶ୍ୱାସ କରାଯାଉଛି । ଅନ୍ୟପକ୍ଷରେ କ୍ୟାଟ୍ରିନା କୈଫଙ୍କ ବିଷୟରେ କହିବାକୁ ଗଲେ ସେ ଆଗାମୀ ଦିନରେ ସୁର୍ଯ୍ୟବନ୍ସି ଫିଲ୍ମରେ ନଜର ଆସିବେ । ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫଙ୍କ ହିରୋ ଭାବରେ ଅକ୍ଷୟ କୁମାର ନଜର ଆସିବେ ।

Be the first to comment

Leave a Reply

Your email address will not be published.


*