ପ୍ରଧାନମନ୍ତ୍ରୀ ମୋଦି ସ୍ଥିର କରିଛନ୍ତି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ !

ବିଜେପିର ଉତ୍ତରପ୍ରଦେଶର ଅଧ୍ୟକ୍ଷ ସ୍ଵତନ୍ତ୍ର ଦେବ ସିଂ ଏହା କହି ବିବାଦ ସୃଷ୍ଟି କରିଦେଲେ କି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମରୁ ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ।

ଗତ କିଛିମାସରେ ଉଭୟ ପକ୍ଷର ସୈନିକଙ୍କୁ ଏକତ୍ର କରିବା ସହ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲୁଥିବା ବୁଝାମଣା ମଧ୍ୟରେ ବିଜେପି ନେତାଙ୍କ ଆଶ୍ଚର୍ଯ୍ୟଜନକ ଦାବି ଆସିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ସ୍ଵତନ୍ତ୍ର ଦେବ ସିଂ କହୁଛନ୍ତି କି ପ୍ରଧାନମନ୍ତ୍ରୀ ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି, ଯେପରି ଧାରା ୩୭୦ର ଉଚ୍ଛେଦ ତାରିଖ ଏବଂ ରାମ ମନ୍ଦିରର ନିର୍ମାଣ ପୂର୍ବରୁ ସ୍ଥିର କରିଥିଲେ ।

ବିଜେପି ବିଧାୟକ ସଞ୍ଜୟ ଯାଦବଙ୍କ ଘରେ ଏକ ସଭାକୁ ସମ୍ବୋଧିତ କରି ସ୍ଵତନ୍ତ୍ର ଦେବ ସିଂହ କହିଲେ, “ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ତାରିଖ ସ୍ଥିର କରାଯାଇଛି, କେବେ କଣ ହେବା ଉଚିତ । ରାମ ମନ୍ଦିର ଏବଂ ଧାରା ୩୭୦ର ନିଷ୍ପତ୍ତି ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇଛନ୍ତି କି କେବେ ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧ ହେବ ।”

ବିଜେପି ୟୁପିର ପ୍ରମୁଖ କଂଗ୍ରେସ, ସମାଜବାଦି ପାର୍ଟି ଏବଂ ବିଏସପିକୁ ମଧ୍ୟ ଆତଙ୍କବାଦୀଙ୍କ ରୂପରେ ସମ୍ବୋଧିତ କରିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି କି କୌଣସି ଲୋକ ତାଙ୍କୁ ଭୋଟ କାହିଁକି ଦେବ । ସ୍ୱତନ୍ତ୍ର ଦେବ ସିଂ ଏହା ମଧ୍ୟ କହିଥିଲେ କି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶ ଏବଂ ଗରିବ ମାନଙ୍କୁ ଅପମାନ କରିନାହାଁନ୍ତି ଏବଂ ସେମାନେ ପରିବାର ଏବଂ ସମୁଦାୟରୁ ଉପରକୁ ଉଠି ସମସ୍ତଙ୍କ ପାଇଁ କାମ କରିବାରେ ଭଗବାନ କୃଷ୍ଣ ଏବଂ ଭଗବାନ ରାମଙ୍କ ରାସ୍ତାରେ ଚାଲୁଛନ୍ତି ।

* ଭାରତ ଏବଂ ଚୀନ୍ ମଧ୍ୟରେ ଲାକ ତିକ୍ତତା

୨୯-୩୦ ଅଗଷ୍ଟ ରାତିରେ, ଚୀନ୍ ପିପୁଲ୍ସ ଲିବରେସନ ଆର୍ମି ସୈନିକମାନେ ସାମରିକ ଏବଂ ରାଜନୈତିକ ବୁଝାମଣା ମାଧ୍ୟମରେ ପୂର୍ବ ସମ୍ମତିର ଉଲ୍ଲଂଘନ କରିଛି । ଭାରତୀୟ ସୈନିକମାନେ କେବଳ ପଙ୍ଗୋଙ୍ଗ ଶୋ ହ୍ରଦର ଦକ୍ଷିଣ କୂଳରେ ପିଏଲଏର କାଯ୍ୟକଳାପକୁ ଏକ ଝଟକା ଦେଇଛନ୍ତି, ବରଂ ଭୂମିରେ ତଥ୍ୟ ବଦଳାଇବା ଚେଷ୍ଟାକୁ ବିଫଳ କରିଦେଇଛି ।

୩୧ ଅଗଷ୍ଟକୁ ଏମଇଏ ଖୁଲାସା କରିଛି କି ଚୀନ ଫୁଣିଥରେ ଉତ୍ତେଜନାମୂଳକ କାର୍ଯ୍ୟରେ ଲାଗିଛି, ଏପରିକି ଭୂମିର କମାଣ୍ଡର ମଧ୍ୟ ସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ଅବଶ୍ୟ ଭାରତୀୟ ସେନା ଫୁଣିଥରେ ସ୍ଥିତି ପରିବର୍ତ୍ତନ ପ୍ରୟାସକୁ ବିଫଳ କରିଛି ।

୮ ସେପ୍ଟେମ୍ବରକୁ ଚୀନ୍ କମ୍ୟୁନିଷ୍ଟ ପାର୍ଟି(ସିସିପି)ର ମୁଖ୍ୟପତ୍ର ଗ୍ଲୋବାଲ ଟାଇମ୍ସ ଦାବି କରିଛି କି ଭାରତୀୟ ସୈନିକମାନେ ଅବୈଧ ରୂପରେ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିଛନ୍ତି ଏବଂ ଚୀନ୍ ସୀମାରେ ପାଟ୍ରୋଲିଂ କରୁଥିବା ସୈନିକଙ୍କ ଉପରେ ‘ଆକ୍ରତ୍ମକ ପ୍ରକ୍ରିୟାରେ ଚେତାବନୀ ରୂପରେ ବାୟୁରେ ଗୁଳି ଚଲେଇଛନ୍ତି । ଯଦିଓ ଭାରତୀୟ ସେନା ଚୀନର ସମସ୍ତ ଦାବିକୁ ଖଣ୍ଡନ କରିଛି ଏବଂ ସ୍ପଷ୍ଟ କରିଛି କି ଭାରତ ଏଲଏସିରେ ସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ, କିନ୍ତୁ ଚୀନ୍ ଆଗକୁ ବଢ଼ିବା ପାଇଁ ଉତ୍ତେଜନାମୂଳକ କାଯ୍ୟକଳାପ ଜାରି ରଖିଛି ।

Be the first to comment

Leave a Reply

Your email address will not be published.


*