ପୁଅକୁ ବେବି ପେଙ୍ଗୁଇନ (Baby Penguin) କହିବା ପରେ ଝଲସି ଉଠିଲା ଉଦ୍ଧବଙ୍କ କଷ୍ଟ, କଙ୍ଗନାଙ୍କୁ କହିଲେ ଅନେକ କିଛି…

ସୁଶାନ୍ତ ସିଂହ ରାଜପୁତ ମାମଲାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟଙ୍କ ନାମକୁ ଖୁବ୍ ପ୍ରୟୋଗ କରାଯାଉଛି । ନିଜ ପୁଅର ନାମ ଏହି ମାମଲା ସହ ଜଡ଼ିତ ହେବା ପରେ ବର୍ତ୍ତମାନ ଉଦ୍ଧବ ଠାକରେ ନିଜ ନୀରବତା ଭାଙ୍ଗିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ପୁଅଙ୍କ ନାମକୁ ବିନା କାରଣରେ ଏହି ମାମଲାକୁ ଅଣାଯାଇଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଦିନ ଦଶହରା ରେଲି ସମୟରେ କହିଛନ୍ତି ଯେ ‘କେହି ଜଣେ ଆତ୍ମହତ୍ୟା କରି ନେଇଛନ୍ତି, ସେ ବିହାରର ପୁଅ ହୋଇପାରେ କିନ୍ତୁ ତା ପାଇଁ ଆପଣ ମହାରାଷ୍ଟ୍ରର ପୁଅକୁ ଅପମାନିତ କରୁଛନ୍ତି । ଆପଣ ମାନେ ମୋର ପୁତ୍ର ଆଦିତ୍ୟଙ୍କୁ ମଧ୍ୟ ତିରସ୍କାର କରିଛନ୍ତି । ଏଥିପାଇଁ ଆପଣ ମାନେ ଯାହା କିଛି କହିଛନ୍ତି, ତାହାକୁ ଆପଣ ନିଜ ପର୍ଯ୍ୟନ୍ତ ରଖନ୍ତୁ । ଆମେ ସ୍ପଷ୍ଟ । ଠାକରେ ଆଗକୁ କହିଛନ୍ତି ଯେ ଏହି ମାମଲାରେ କିଛି ବଲିଉଡ଼ କଳାକାରଙ୍କ ସହିତ ଆଦିତ୍ୟ ଠାକରେଙ୍କ ନାମକୁ ମଧ୍ୟ ଅଣାଯାଇଛି । ମୁମ୍ବାଇ ଓ ମହାରାଷ୍ଟ୍ରକୁ ଅପମାନିତ କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଉଛି ।

ସୂଚନାଥାଉକି ସୋସିଆଲ ମିଡ଼ିଆରେ ଆଦିତ୍ୟ ଠାକରେଙ୍କୁ ବେବି ପେଙ୍ଗୁଇନ୍ (Baby Penguin Aditya Thakre) ଓ ଉଦ୍ଧବ ଠାକରେଙ୍କୁ ବାବା ପେଙ୍ଗୁଇନ୍ (Baba Penguin Uddhav Thakre) କୁହାଯାଉଛି ।

କଙ୍ଗନାଙ୍କୁ ଦେଲେ ପ୍ରତିଉତ୍ତୋର

ଉଦ୍ଧବ ଠାକରେ ଅଭିନେତ୍ରୀ କଙ୍ଗନା ରନୌତଙ୍କ ନାମ ନ ନେଇ କହିଛନ୍ତି ଯେ ‘ନ୍ୟାୟ ପାଇଁ ଚିତ୍କାର କରୁଥିବା ମୁମ୍ବାଇ ପୋଲିସ୍ ଉପରେ ଅଭିଯୋଗ କରିଛନ୍ତି । ମୁମ୍ବାଇ ପିଓକେ ଅଟେ । ସେ ଜଣେ ଡ୍ରଗ୍ ଏଡିକ୍ଟ ଅଟନ୍ତି । ସେ ଏପରି ଫଟୋଗୁଡ଼ିକ ଚିତ୍ରଣ କରୁଛନ୍ତି । ଆମେ ଗଞ୍ଜେଇ କିମ୍ବା ତୁଳସୀ ଉତ୍ପନ କରୁ । ଗଞ୍ଜେଇ କ୍ଷେତ ଆପଣଙ୍କ ଜମିରେ ରହିଛି ।’

ଉଦ୍ଧବ ଠାକରେ ଆଗକୁ କହିଛନ୍ତି ଯେ ‘ଲୋକମାନେ ଏଠାରେ ରୋଜଗାର ପାଇଁ ଆସନ୍ତି ଓ ମୁମ୍ବାଇକୁ ଅପମାନିତ କରନ୍ତି । ସେ କୁହନ୍ତି ଯେ ମୁମ୍ବାଇ ପିଓକେ ହୋଇସାରିଛି । ତେବେ ଏହା ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନର ବିଷୟ ଅଟେ । କାରଣ ସେ କହିଥିଲେ ଯେ ପିପିକେକୁ ଭାରତରେ ଯୋଡ଼ିବେ । ୬ ବର୍ଷ ବିତିଯାଇଛି…….ଏଥିପାଇଁ ଏହା ତାଙ୍କ ବିଫଳତା ଅଟେ ।’

ସୂଚନାଥାଉକି ଅଭିନେତ୍ରୀ କଙ୍ଗନା ରନୌତ ମହାରାଷ୍ଟ୍ର ରାଜ୍ୟ ତୁଳନାରେ ପିଓକେଙ୍କୁ କରିଥିଲେ । ଯାହାକୁ ନେଇ ଅନେକ ବିବାଦ ହୋଇଥିଲା ଏବଂ କଙ୍ଗନା ରନୌତଙ୍କ ଅଫିସକୁ ବିଏମସି ଭାଙ୍ଗି ଦେଇଥିଲା । କଙ୍ଗନାଙ୍କ ଅଫିସକୁ ଭାଙ୍ଗି ଦିଆଯିବା ପରେ ଉଦ୍ଧବ ଠାକରେଙ୍କ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ଏବଂ ଭିଡ଼ିଓ ଜାରି କରିଥିଲେ ।

ଯେଉଁଥିରେ ଅଭିନେତ୍ରୀ କହିଥିଲେ ଯେ, ‘ଉଦ୍ଧବ ଠାକରେ ଆଜି ମୋ ଘର ଭାଙ୍ଗିଛି କାଲି ତୋର ଗର୍ବ ଭାଙ୍ଗିବ । ଏହା ସମୟର ଚକ ଅଟେ, ମନେ ରଖିବ, ସର୍ବଦା ଏକାଭଳି ରହେ ନାହିଁ । ମୋତେ ଲାଗେ ଯେ ତୁମେ ମୋ ଉପରେ ବହୁତ ବଡ଼ ଦୟା କରିଛ । କାରଣ ମୋତେ ଜଣା ଥିଲା କାଶ୍ମୀରି ପଣ୍ଡିତଙ୍କ ଉପରେ କଣ ଅନୁଭବ ହେଉଛି । ଆଜି ମୁଁ ଅନୁଭବ କଲି ଏବଂ ମୁଁ ଆଜି ଏହି ଦେଶକୁ କଥା ଦେଉଛି ଯେ ମୁଁ କେବଳ ଅଯୋଧ୍ୟାରେ ନୁହେଁ, କାଶ୍ମୀରରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରିବି ।’

କଙ୍ଗନା ଉଦ୍ଧବଙ୍କୁ ଦେଲେ ଜବରଦସ୍ତ ପ୍ରତିଉତ୍ତର

Be the first to comment

Leave a Reply

Your email address will not be published.


*