ଏହି ଯୋଜନାରେ କରିବେ ନିବେଶ ତେବେ କିଛି ମାସ ଭିତରେ ମିଳିବ ଦୁଇଗୁଣ ଟଙ୍କା, ୫୦ ହଜାର ଟଙ୍କା ବଦଳରେ ମିଳିବ ୧ ଲକ୍ଷ ଟଙ୍କା !

ସମସ୍ତେ ଚାହଁନ୍ତି ଯେ ତାଙ୍କ ପରିଶ୍ରମର ଅର୍ଜନ କରିଥିବା ଟଙ୍କା ଠିକ୍ ସ୍ଥାନରେ ସୁରକ୍ଷିତ ରହୁ । ଏଥିପାଇଁ କିଛି ଲୋକ ନିବେଶ କରନ୍ତି, ତେବେ କିଛି ନିଜ ବ୍ୟାଙ୍କ ଖାତାରେ ରଖନ୍ତି । ବଜାରରେ ନିବେଶ ପାଇଁ ପ୍ରାଇଭେଟ୍ କମ୍ପାନୀ ଗୁଡ଼ିକୁ ସମସ୍ତ ଯୋଜନା ଗୁଡ଼ିକ ସହିତ ହଜାର ହଜାର ବିକଳ୍ପ ରହିଛି । ସେପକ୍ଷରେ ସରକାର ମଧ୍ୟ ଲୋକଙ୍କୁ ନିବେଶର ବିକଳ୍ପ ଦିଅନ୍ତି । ସରକାରୀ ଯୋଜନାରେ ନିବେଶ କରିବା ସବୁଠାରୁ ଅଧିକ ଲାଭଦାୟକ ଅଟେ ଓ ସବୁଠାରୁ ଜରୁରୀ କଥା ଆପଣଙ୍କ ଟଙ୍କା ସୁରକ୍ଷିତ ରହେ । ଏପରି ଏଥିପାଇଁ କାରଣ ଏହି ଯୋଜନା ଗୁଡ଼ିକୁ ସରକାର ରେଗୁଲେଟ କରିଥାନ୍ତି ଓ ଏଥିରେ ଟଙ୍କା ବୁଡ଼ିବାର କୌଣସି ଚିନ୍ତା ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ସରକାର ଦ୍ୱାରା ଚଳାଉଥିବା ଏପରି ଏକ ନିବେଶ ଯୋଜନା ବିଷୟରେ କହିବାକୁ ଯାଉଛୁ……..

ଜାଣନ୍ତୁ ଯୋଜନା ବିଷୟରେ ବିସ୍ତାରପୂର୍ବକ…..

ବର୍ତ୍ତମାନ ସରକାର ପୋଷ୍ଟ ଅଫିସ୍ ଜରିଆରେ କୃଷକ ବିକାଶ ପତ୍ର ଯୋଜନା ଚଳାଉଛନ୍ତି । ଏହି ଯୋଜନାର ସବୁବେଳେ ବଡ଼ ବିଶେଷତ୍ୱ ଏହାଯେ ଏଥିରେ ନିବେଶ କରିବା ପରେ ଆପଣଙ୍କୁ ଗ୍ୟାରେଣ୍ଟି ଦୁଇଗୁଣ ଟଙ୍କା ଫେରସ୍ତ ମିଳେ । ଜଣାଇଦେଉଛୁ ଯେ ସିଙ୍ଗଲ ପ୍ରିମୀୟମ ପରିଶୋଧ ନୀତି ଅଟେ, ଏହାର ଅର୍ଥ ଏହି ନୀତିରେ ଆପଣଙ୍କୁ କେବଳ ଥରେ ସୁଧ ଜମା କରିବାକୁ ପଡ଼େ ।

ଏହି ଯୋଜନା ଅନୁଯାୟୀ ସିଙ୍ଗଲ ଆକାଉଣ୍ଟ ସଙ୍ଗେ ସଙ୍ଗେ ଜଏଣ୍ଟ ଆକାଉଣ୍ଟର ଅପ୍ସନ ମଧ୍ୟ ଉପଲବ୍ଧ ରହିଛି ଏବଂ ସବୁଠାରୁ ହୃଦୟଙ୍ଗମ ବିଷୟ ଏହିକିଯେ ଏହି ନୀତିରେ ନାବାଳକ ମାନେ ମଧ୍ୟ ଖାତା ଖୋଲାଇ ପାରନ୍ତି । କିନ୍ତୁ ନାବାଳିକା ଖାତାର ସଞ୍ଚାଳନ କିମ୍ବା ଦେଖାଶୁଣା ତାଙ୍କ ଅଭିଭାବକଙ୍କୁ ହିଁ ଦିଆଯାଏ । କୃଷକ ବିକାଶ ପତ୍ର ନିବେଶ ଯୋଜନାରେ ୧୦୦୦, ୫୦୦୦, ୧୦,୦୦୦, ୫୦୦୦୦ ଟଙ୍କାର ମୂଳବର୍ଗରେ ଗ୍ରାହକଙ୍କୁ ଅଫର କରାଯାଉଛି ।

ଟଙ୍କା ଦୁଇଗୁଣ ହେବାରେ ଲାଗିବ ଏତିକି ସମୟ…….

ବର୍ତ୍ତମାନର ସମୟରେ ଏହି ଯୋଜନାରେ ଯଦି ଆପଣ ନିବେଶ କରିବେ ତେବେ ୧୨୪ ମାସରେ ଟଙ୍କା ଦୁଇଗୁଣ ହେବ । ସୁଚାଇଦେଉଛୁ ଯେ କୃଷକ ବିକାଶ ପତ୍ରରେ ବର୍ତ୍ତମାନ ୬.୯ ପ୍ରତିଶତର ଇଣ୍ଟରେଷ୍ଟ ରେଟ୍ ମିଳିଯାଉଛି, ଯଦିଓ ଏହା ପୂର୍ବରୁ ଏହି ଦର ୭.୩ ରୁ ୭.୭ ପ୍ରତିଶତ ବାର୍ଷିକୀୟ ଅଟେ । ଯଦି ଆପଣ ଆଜି ଏହି ଯୋଜନାରେ ୫୦ ହଜାର ଟଙ୍କା ନିବେଶ କରିବେ ତେବେ ଆପଣଙ୍କୁ ୧୨୪ ମାସ ଅର୍ଥାତ ୧୦ ଲକ୍ଷ ଟଙ୍କା ଟଙ୍କା ମିଳିବ ।

Be the first to comment

Leave a Reply

Your email address will not be published.


*