କଙ୍ଗନା କହିଛନ୍ତି, “ଜାତି ନୁହେଁ ବରଂ ଦାରିଦ୍ର୍ୟ ଆଧାରରେ ସଂରକ୍ଷଣ ମିଳିବା ଉଚିତ ।”

ଦେଶର ସମ୍ବେଦନଶୀଳ ମାମଲାଗୁଡିକ ମଧ୍ୟରୁ ସଂରକ୍ଷଣ ଅନ୍ୟତମ ଅଟେ । କୁହାଯାଇଥାଏ କି ସଂରକ୍ଷଣ ଏପରି ଏକ ବିଷୟ ଅଟେ, ଯାହାଦ୍ୱାରା ସରକାର ଗଠନ ହୋଇଥାଏ ଏବଂ ବେଳେବେଳେ ସରକାର ଭାଙ୍ଗିଯାଇଥାଏ ମଧ୍ୟ । “କେଉଁ ଆଧାରକୁ ଭିତ୍ତି କରି ସଂରକ୍ଷଣ ଦେବା ଆବଶ୍ୟକ ? ଏହାକୁ ନେଇ ଅନେକ ଥର ଦେଶରେ ତର୍କବିତର୍କ ମଧ୍ୟ ଚାଲିଥାଏ । ଏହି ତର୍କବିତର୍କର ସମାଲୋଚନାରେ ଅନେକ ପ୍ରଶ୍ନ ସମ୍ମୁଖକୁ ଆସିଥାଏ । ସଂରକ୍ଷଣ କଣ ଜାତି ଆଧାରରେ ମିଳିବା ଉଚିତ କି ? ନା ଆର୍ଥିକ ଅବସ୍ଥା ଆଧାରରେ ଏହା ମିଳିବା ଉଚିତ ? ବର୍ତ୍ତମାନ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କଙ୍ଗନା ରନୌତ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି । ତେବେ ଆସନ୍ତୁ ଜାଣିବା, ସେ କ’ଣ କହିଛନ୍ତି…

ସଂରକ୍ଷଣ ଉପରେ କଙ୍ଗନା ଦେଇଛନ୍ତି ନିଜର ବିବୃତ୍ତି :

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ବିବୃତ୍ତି ଦେଇକହିଛନ୍ତି, ସଂରକ୍ଷଣର ଆଧାର କେବଳ ଦାରିଦ୍ର୍ୟ ଉପରେ ହିଁ ହେବା ଉଚିତ । କଙ୍ଗନାଙ୍କ କହିବାନୁସାରେ, ସଂରକ୍ଷଣ କଦାପି ଜାତି ଆଧାରରେ ହେବା ଉଚିତ ନୁହେଁ । ସେ ନିଜ ଟ୍ୱିଟରେ ଲେଖିଛନ୍ତି, “ଯଦି ରାଜପୁତ ସମ୍ପ୍ରଦାୟର ଲୋକମାନେ ଅସୁବିଧାରେ ଅଛନ୍ତି, ତେବେ ବ୍ରାହ୍ମଣମାନଙ୍କ ଅବସ୍ଥା ଦେଖି ମଧ୍ୟ ଦୁଃଖ ଲାଗିଥାଏ ।”

କଙ୍ଗନାଙ୍କ ଟ୍ୱିଟରୁ ଦୁଇଟି ବିଷୟ ସ୍ପଷ୍ଟ ଭାବେ ଅନୁମାନ କରିପାରିବ । ପ୍ରଥମତଃ, କଙ୍ଗନା ଜାତି ଆଧାରରେ ଦିଆଯାଉଥିବା ସଂରକ୍ଷଣର ଦୃଢ଼ ବିରୋଧୀ ଅଟନ୍ତି ଏବଂ ଦ୍ଵିତୀୟତଃ ସେ ବ୍ରାହ୍ମଣମାନଙ୍କ ସ୍ଥିତିକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ନିଜ ଟ୍ୱିଟରେ ସେ ବ୍ରାହ୍ମଣମାନଙ୍କ ବିଷୟରେ ଏଥିପାଇଁ ଉଲ୍ଲେଖ କରିଛନ୍ତି, କାରଣ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ଏକ ଆକଳନ ବିଷୟରେ କହିଥିଲେ, ବର୍ତ୍ତମାନ ୫୫ ପ୍ରତିଶତ ବ୍ରାହ୍ମଣ ଦାରିଦ୍ର ସୀମାରେଖା ତଳେ ଅଛନ୍ତି ।

ସଂରକ୍ଷଣ ବିଷୟରେ ବିବୃତ୍ତି ଦେବା କଙ୍ଗନାଙ୍କ ପାଇଁ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ସଂରକ୍ଷଣ ବିଷୟରେ ନିଜ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମନ୍ତବ୍ୟ ହେତୁ ଅନେକ ଥର ଅଡୁଆ ମଧ୍ୟ ସୃଷ୍ଟି ହୋଇଛି । ବର୍ତ୍ତମାନ ମଧ୍ୟ କଙ୍ଗନାଙ୍କ ଏହି ବିବୃତ୍ତି ହେତୁ ସୋସିଆଲ ମିଡିଆ ଦୁଇଟି ଦଳରେ ବିଭକ୍ତ ହୋଇଥିବା ଦେଖାଯାଉଛି । କିଛି ଲୋକ କଙ୍ଗନାଙ୍କ ମନ୍ତବ୍ୟରେ ସହମତ ହୋଇଥିବା ବେଳେ ଆଉ କିଛି ଲୋକ କଙ୍ଗନାଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସଂରକ୍ଷଣ ବିଷୟରେ ବିସ୍ତୃତ ଭାବରେ ପଢିବା ଉଚିତ ।

ଗିରଫ ହୋଇପାରନ୍ତି କଙ୍ଗନା :

ଆପଣଙ୍କ ଜଣାଇ ଦେଉଛୁ ଯେ, ନିକଟ ଅତୀତରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ବିରୋଧରେ ଏଫ୍ଆଈଆର ଦାଖଲ କରାଯାଇଛି । ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ । ତେବେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଦୁଇ ଭଉଣୀ ରଙ୍ଗୋଲି ଚାନ୍ଦେଲ ଏବଂ କଙ୍ଗନା ରାନୌତଙ୍କୁ ଆସନ୍ତା ସପ୍ତାହରେ ପଚରାଉଚରା ପାଇଁ ପୋଲିସ ସମନ ପଠାଇବାର ସମ୍ଭାବନା ରହିଛି ।

Be the first to comment

Leave a Reply

Your email address will not be published.


*