ଜୟା କିଶୋରୀ ଗୋଟିଏ ପ୍ରବଚନ ପାଇଁ ନିଅନ୍ତି ଏତିକି ମୁଲ୍ୟ ! ଆସନ୍ତୁ ଜାଣିବା…..

ପ୍ରସିଦ୍ଧ ପ୍ରବଚନକାର ତଥା ଭଜନ ଗାୟିକ ଜୟା କିଶୋରୀ ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଏହା ମାଧ୍ୟମରେ ସେ ତାଙ୍କ ଭକ୍ତଙ୍କ ସମସ୍ୟା ଏବଂ ପ୍ରଶ୍ନ ଶୁଣନ୍ତି ଏବଂ ସେମାନଙ୍କୁ ସଠିକ୍ ସମାଧାନ ପ୍ରଦାନ କରନ୍ତି । କହିରଖୁଛୁ ଯେ ସେ ଏହା ସହ ଜଡିତ ଭିଡିଓ ଗୁଡ଼ିକୁ ମଧ୍ୟ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ କରନ୍ତି । ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲର ନାମ ‘ଆଇ ଏମ ଜୟା କିଶୋରୀ’ ଅଟେ । ତାଙ୍କର ଭିଡିଓକୁ ବ୍ୟବହାରକାରୀ ମାନଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଏ ।

ନିକଟରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଅଭିଯାନ ସହିତ ଜଡିତ ଏକ ଭିଡିଓ ସେୟାର କରାଯାଇଥିଲା । ଭିଡିଓରେ ଜଣେ କମ୍ ବୟସର ଭକ୍ତ ତାଙ୍କୁ ପ୍ରଶ୍ନ ପଚାରିଥିବାର ନଜର ଆସିଥିଲେ । ୟୁଗ୍ ନାମକ ଏହି ଭକ୍ତ ତାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ଯେ ସେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ ।

ୟୁଗ୍ ନାମକ ଜଣେ ଛୋଟ ବାଳକ କିଶୋରୀଜୀଙ୍କୁ ପଚାରିଥିଲେ ଯେ ପ୍ରବଚନକାର କିପରି ହୋଇପାରିବା । ଏହାର ଉତ୍ତରରେ କିଶୋରୀ ଜୀ କହିଥିଲେ ଯେ କୌଣସି ବ୍ୟକ୍ତିଙ୍କୁ ଜୀବନରେ କିଛି ହେବାକୁ ହେଲେ ସର୍ବପ୍ରଥମେ କିଛି କଥାର ଧ୍ୟାନ ନେବାକୁ ପଡିଥାଏ । ଯେଉଁଥିରେ ସର୍ବପ୍ରଥମ କଥା ଜଣେ ଭଲ ଗୁରୁଙ୍କର ମାର୍ଗଦର୍ଶନକୁ କୁହାଯାଏ । କାରଣ ଗୁରୁଙ୍କ ବିନା ଆମକୁ ଠିକ୍ ଏବଂ ଭୁଲ୍ ବିଷୟରେ ଜଣାପଡ଼େ ନାହିଁ । ସେ ଆମକୁ ସଠିକ୍ ଦିଗ ପ୍ରଦର୍ଶନ କରନ୍ତି ।

ଏଥି ସହିତ ଦ୍ୱିତୀୟ କଥାରେ ସେ ନିଜକୁ ଗୁରୁଙ୍କ ଯୋଗ୍ୟ ହେବାକୁ କହିଥିଲେ । ତାଙ୍କର କହିବା ଅନୁଯାୟୀ ଅନେକ ଲୋକ ଗୁରୁଙ୍କ କଥାକୁ ଅଣଦେଖା କରିଦିଅନ୍ତି । ସେଥିପାଇଁ ଜଣେ ବ୍ୟକ୍ତିଙ୍କୁ ସର୍ବପ୍ରଥମେ ନିଜକୁ ଏଥିପାଇଁ ଯୋଗ୍ୟ କରିନେବା ଉଚିତ ଏବଂ ଗୁରୁଙ୍କ ପ୍ରତ୍ୟେକ ଆଦେଶକୁ ପାଳନ କରିବା ଉଚିତ ।

କିଶୋରୀ ଜୀ ତୃତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପରିଶ୍ରମକୁ କହିଛନ୍ତି । ତାଙ୍କର ବିଶ୍ୱାସ ଅନୁଯାୟୀ କୌଣସି ବ୍ୟକ୍ତି ପରିଶ୍ରମ ବିନା କୌଣସି କାର୍ଯ୍ୟରେ ସଫଳ ହୋଇପାରିବେ ନାହିଁ । ଅନ୍ୟପକ୍ଷରେ, ଯଦି କୌଣସି ବ୍ୟକ୍ତି ପ୍ରବଚନକାର ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ସମସ୍ତ ମହାନ ସାଧୁ ଏବଂ ଭଗବାନଙ୍କ କାହାଣୀ ସମ୍ବନ୍ଧୀୟ ପୁସ୍ତକ ପଢିବା ଉଚିତ । ଯେପର୍ଯ୍ୟନ୍ତ ବ୍ୟକ୍ତି ନିଜର ଜ୍ଞାନକୁ ବୃଦ୍ଧି କରିବେ ନାହିଁ, ସେପର୍ଯ୍ୟନ୍ତ ସେ ଅନ୍ୟମାନଙ୍କୁ ପ୍ରବଚନ ଶୁଣାଇବାରେ ଯୋଗ୍ୟ ହୋଇପାରିବେ ନାହିଁ । ଚତୁର୍ଥ ଏବଂ ଶେଷ କଥାକୁ ବର୍ଣ୍ଣନା କରି କିଶୋରୀ ଜୀ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ ଅନ୍ୟ କିଛି ହେବା ପୂର୍ବରୁ ଜଣେ ଭଲ ମଣିଷ ହେବା ଆବଶ୍ୟକ । କାରଣ ଜଣେ ଭଲ ମଣିଷ କେବଳ ଏକ ସଠିକ୍ ମୁଲ୍ୟରେ କୌଣସି ଭଲ କାମ କରିପାରିବ । ଭଲ ବ୍ୟକ୍ତିତ୍ୱର ବ୍ୟକ୍ତିଙ୍କୁ ପ୍ରତ୍ୟେକ ସ୍ଥାନରେ ସଫଳତା ମିଳିଥାଏ ।

୭ ବର୍ଷ ବୟସରୁ ଗାନ କରନ୍ତି ଭଜନ:-

ଜୟା କିଶୋରୀ ଜଣେ ପ୍ରବଚନକାର ଏବଂ ଭଜନ ଗାୟିକା ଅଟନ୍ତି । ଯିଏ ନିଜର ପ୍ରେରଣାଦାୟକ ଭାଷଣ ଏବଂ ଭକ୍ତି ଆଲବମ୍ ପାଇଁ ପ୍ରସିଦ୍ଧ ଅଟନ୍ତି । ୧୩ ଜୁଲାଇ ୧୯୯୫ ମସିହାରେ କିଶୋରୀ ଜୀ ଜନ୍ମଗ୍ରହଣ କରିଥିଲେ । ୭ ବର୍ଷ ବୟସରେ ଜୟା କିଶୋରୀ ଭଜନ ମାଧ୍ୟମରେ ଠାକୁରଙ୍କୁ ପ୍ରସନ୍ନ କରିବାକୁ ଲାଗି ପଡିଥିଲେ । ସେ କୋଲକାତାରେ ବସନ୍ତ ମହୋତ୍ସବ ମାଧ୍ୟମରେ ସତସଙ୍ଗରେ ଗୀତ ଗାଇଥିଲେ । ମାତ୍ର ୯ ବର୍ଷ ବୟସରେ ଜୟା କିଶୋରୀ ସଂସ୍କୃତରେ ଲିଙ୍ଗାଷ୍ଟକମ୍, ଶିବ-ତାଣ୍ଡବ ସ୍ରୋତମ୍ , ରାମାଷ୍ଟକମ୍ ଆଦି ଅନେକ ସ୍ରୋତର ଭଜନ ଗାଇବା ଆରମ୍ଭ କରିଥିଲେ । ତା’ପରେ ୧୦ ବର୍ଷ ବୟସରେ ସେ ଏକୁଟିଆ ସୁନ୍ଦରକାଣ୍ଡ ଗାନ କରିଥିଲେ । ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ସେ ଅନେକ ଭକ୍ତି ଆଲବମକୁ ନିଜ ସ୍ୱର ଦେଇଛନ୍ତି । ଜୟା କିଶୋରୀ ‘ନାନୀ ବାଇ କା ମାୟରା, ‘ନରସି କା ଭାତ’ କାର୍ଯ୍ୟକ୍ରମ କରନ୍ତି । ତାଙ୍କୁ ପ୍ରାଥମିକ ଶିକ୍ଷା ଦେଇଥିବା ଗୁରୁ ଗୋବିନ୍ଦ ରାମ ମିଶ୍ର ତାଙ୍କର ରାଧା ନାମ ରଖିଥିଲେ । ଏଥିସହ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ପ୍ରେମକୁ ଦୃଷ୍ଟିରେ ରଖି ସେ “କିଶୋରୀଜୀ” ଉପାଧି ଜୟା କିଶୋରୀଙ୍କୁ ଦେଇଥିଲେ ।

‘ପିଟିଭି ହିନ୍ଦୁସ୍ତାନ’ ନାମକ ଏକ ଚ୍ୟାନେଲ ଜୟା କିଶୋରୀଙ୍କ ବୁକିଂ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିବା ନେଇ ଦାବି କରିଥିଲା ଯେ କିଶୋରୀ ଜୀ ଗୋଟିଏ ପ୍ରବଚନ ଦେବାପାଇଁ କେତେ ଟଙ୍କା ନିଅନ୍ତି । ଏହାଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ , କିଶୋରୀ ଜୀ ଗୋଟିଏ ପ୍ରବଚନ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କା ନେଇଥାନ୍ତି। ଏହି ଟଙ୍କାର ଅଧା ଅର୍ଥାତ ୪ ଲକ୍ଷ ୨୫ ହଜାର ଟଙ୍କା ପ୍ରବଚନ ପୂର୍ବରୁ ନେଇଥାନ୍ତି । ଆଉ ଅଧା ଟଙ୍କା ପ୍ରବଚନ ପରେ ନେଇଥାନ୍ତି ।

Be the first to comment

Leave a Reply

Your email address will not be published.


*