ନେହା କକ୍କର ଅନୁଷ୍କା ଶର୍ମାଙ୍କ ବିବାହ ପୋଷାକ କରିଛନ୍ତି କପି ! ସମାନ ଲେହେଙ୍ଗା ପିନ୍ଧିଥିବାର ଆସିଥିଲେ ନଜର, ସୋସିଆଲ ମିଡିଆରେ ଫୋଟ ହେଲା ଭାଇରାଲ ।

ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ବିବାହ ଶେଷରେ ଧୁମଧାମରେ ହୋଇଗଲା । ନିକଟରେ ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ବିବାହର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଅତ୍ୟନ୍ତ ଭାଇରାଲ ହୋଇଥିଲା । ଯେଉଁଥିରେ ଉଭୟ ଷ୍ଟାର ସାତ ଫେରା ନେଉଥିବାର ନଜର ଆସିଥିଲେ । ବର୍ତ୍ତମାନ ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ଏହି ସୁନ୍ଦର ଦମ୍ପତି ପରସ୍ପରକୁ ବରମାଳା ପିନ୍ଧାଉଥିବାର ଏବଂ ବିବାହର ରୀତିନୀତି କରୁଥିବାର ଦେଖାଯାଉଛନ୍ତି ।

ବିବାହରେ ନେହା ଏବଂ ରୋହନପ୍ରୀତ ରଙ୍ଗ ସମନ୍ୱିତ ପୋଷାକରେ ଦେଖାଯାଇଥିଲେ । ନେହା କକ୍କର ବିବାହ ପାଇଁ ପିଚ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଏବଂ ରୋହନପ୍ରୀତ ପିଚ୍ ରଙ୍ଗର ଶେରୱାନି ପିନ୍ଧିଥିଲେ । ଏଥିସହିତ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି କି ନେହା ନିଜର ଲୁକ ଅନୁଷ୍କା ଶର୍ମାଙ୍କ ଲୁକ୍ସରୁ କପି କରିଛନ୍ତି ।

ଏହା ସହିତ ଆଜି ଭିରୁସ୍କାର ବିବାହର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଇପାରେ କି ଅନୁଷ୍କା ଶର୍ମାଙ୍କ ଲୁକ୍ସର କପି ନେହା କକ୍କର କରିଛନ୍ତି । ଅନୁଷ୍କାଙ୍କ ଭଳି ନେହା ମଧ୍ୟ ଲେହେଙ୍ଗା ଏବଂ ଜୟମାଳା କାରିଗରୀ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଅତ୍ୟନ୍ତ ଭାଇରାଲ ହେଉଛି ।

କହିଦଉଛୁ ଯେ ଗାୟିକା ନେହା କକ୍କର ରୋହନପ୍ରୀତ ସିଂଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ତମ ନଗରର ଏକ ଗୁରୁଦ୍ୱାରରେ ଶନିବାର ଅପରାହ୍ନରେ ହୋଇଥିଲା ।

ବିବାହର ସମାରୋହ ପରେ ସ୍ୱାମୀ-ସ୍ତ୍ରୀ ଏରୋସିଟି ସ୍ଥିତ ହୋଟେଲ ‘ଜେ ଡବ୍ଲୁ ମ୍ୟାରିଅଟ’ରେ ପହଞ୍ଚିଥିଲେ । ଯେଉଁଠାରେ ଉଭୟ ପକ୍ଷର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ଉପସ୍ଥିତ ଥିଲେ ଏବଂ ସମସ୍ତେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିବାହରେ ଉଭୟ ବହୁତ ସୁନ୍ଦର ଦେଖାଯାଉଥିଲେ ।

ବିବାହ ପୂର୍ବରୁ ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ହଳଦୀ ଏବଂ ସଙ୍ଗୀତ ସହ ଜଡିତ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ନେହା କକ୍କରଙ୍କ ବିବାହକୁ ନେଇ ଦୀର୍ଘ ସମୟରୁ ଅପେକ୍ଷା ଥିଲା । ତାଙ୍କ ବିବାହ ପୂର୍ବର ଉତ୍ସବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଉଭୟ ପୂର୍ବରୁ ହିଁ ନିର୍ବନ୍ଧ କରିସାରିଛନ୍ତି । ନେହା କକ୍କର ହଳଦୀ ଏବଂ ମେହେନ୍ଦି ସମାରୋହର ଚିତ୍ର ସେୟାର କରିଥିଲେ । ଏହି ଫଟୋ ସହିତ ସେ ଲେଖିଥିଲେ କି ‘ନେହୁପ୍ରୀତି କି ହଳଦୀ ସେରୀମନି’ । ଏହି ଫଟୋରେ ନେହା କକ୍କର ହଳଦିଆ ଲୁଗାରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

Be the first to comment

Leave a Reply

Your email address will not be published.


*