ମହେଶ ଭଟ୍ଟଙ୍କ ବୋହୁ ଖୋଲିଲେ ଶଶୁରଙ୍କର ରହସ୍ୟ, କହିଲେ ସେ ଇଣ୍ଡଷ୍ଟ୍ରିର ଡ଼ନ୍ ଅଟନ୍ତି ଏବଂ ମୋ ସ୍ୱାମୀ ଝିଅ ଯୋଗାଣ କରନ୍ତି !

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଯାଞ୍ଚ ସମୟରେ ଡ୍ରଗ୍ସ କାରବାର ସମ୍ମୁଖନକୁ ଆସିଥିଲା । ଏହାକୁ ଭିତ୍ତି କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ତାରକା ପରସ୍ପର ଉପରେ ଖୋଲାଖୋଲି ଭାବରେ ଅଭିଯୋଗ ଲଗାଇଥିଲେ । ଏଥି ସହିତ ପରସ୍ପରର ରହସ୍ୟ ଖୋଲି ଏହି ତାରକାମାନେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ସେୟାର କରିଥିଲେ ।

ଏଭଳି ପରିସ୍ଥିତିରେ ଅଭିନେତ୍ରୀ ଲଭିନା ଲୋଧ ଏକ ଭିଡିଓ ପୋଷ୍ଟ ସେୟାର କରି ବଲିଉଡର ପ୍ରସିଦ୍ଧ ନିର୍ମାତା ମହେଶ ଭଟ୍ଟଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଲଭିନା ଲୋଧଙ୍କ ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି ।ଲଭିନାଙ୍କ ଏହି ପୋଷ୍ଟ ମଧ୍ୟ ଏଥିପାଇଁ ଅଧିକ ଚର୍ଚ୍ଚିତ ହୋଇଛି , କାରଣ ଲଭିନା ମହେଶ ଭଟ୍ଟଙ୍କ ଭଣଜା ସୁମିତ ସଭରୱାଲଙ୍କ ପତ୍ନୀ ଅଟନ୍ତି ।

ପରିବାର ସୁରକ୍ଷା ପାଇଁ ସେୟାର କରିଛନ୍ତି ଭିଡିଓ:-

ସେୟାର ହୋଇଥିବା ଭିଡିଓରେ ଲଭିନା ଲୋଧ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି । ଲଭିନାଙ୍କ ଅନୁଯାୟୀ, ମହେଶ ଭଟ୍ଟ ତାଙ୍କୁ ଧମକ ଦେଉଛନ୍ତି ଏବଂ ସେ ତାଙ୍କ ସ୍ୱାମୀ ସୁମିତ ସଭରୱାଲଙ୍କ ଉପରେ ଡ୍ରଗ୍ସ ଯୋଗାଣର ଅଭିଯୋଗ କରିଛନ୍ତି । ନିଜ ପରିବାରର ସୁରକ୍ଷା ପାଇଁ ଲଭିନା ଏହି ଭିଡିଓ ସେୟାର କରିଛନ୍ତି , ଯାହାଫଳରେ ତାଙ୍କୁ ସାହାଯ୍ୟ କରାଯାଇପାରିବ ।

ମହେଶ ଭଟ୍ଟ ଇଣ୍ଡଷ୍ଟ୍ରିର ଡ଼ନ୍ ଅଟନ୍ତି:-

ଆପଣଙ୍କୁ କହିରଖୁଛୁ ଯେ, ଲଭିନା ଏହି ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି; ଯେଉଁଥିରେ ସେ କହିଛନ୍ତି ଯେ “ମୁଁ ମହେଶ ଭଟ୍ଟଙ୍କ ଭଣଜା ସୁମିତ ସଭରୱାଲଙ୍କୁ ବିବାହ କରିଛି” । ମୁଁ ତାଙ୍କ ବିରୋଧରେ ଛାଡପତ୍ର ମାମଲା ମଧ୍ୟ ଦାଖଲ କରିଛି, କାରଣ ମୁଁ ଜାଣିସାରିଛି ଯେ ମୋ ସ୍ୱାମୀ ସୁମିତ ସପନା ପାବୀ, ଅମାୟରା ଦସ୍ତୁର ଏବଂ ଏହିପରି ଅନେକ ଅଭିନେତ୍ରୀଙ୍କୁ ଡ୍ରଗ୍ସ ଯୋଗାଣ କରିବା କାମ କରନ୍ତି । ମୋ ସ୍ୱାମୀ ଝିଅମାନଙ୍କୁ ମଧ୍ୟ ଯୋଗାଣ କରନ୍ତି ଏବଂ ମୋତେ ତାଙ୍କ ଫୋନରେ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ମିଳିଛି ।

ଲଭିନା ଆହୁରିମଧ୍ୟ କହିଛନ୍ତି ଯେ, ଏହି କଥା ମହେଶ ଭଟ୍ଟ ପୂର୍ବରୁ ଜାଣିଛନ୍ତି । ମହେଶ ଭଟ୍ଟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ବଡ ଡ଼ନ ଅଟନ୍ତି ଏବଂ ମୋ ସ୍ବାମୀଙ୍କର ସମ୍ପୂର୍ଣ୍ଣ ତାଲିକା ସେ ହିଁ ପରିଚାଳନା କରନ୍ତି । ଯଦି କେହି ମହେଶ ଭଟ୍ଟଙ୍କ ଅନୁଯାୟୀ ଚାଲିବେ ନାହିଁ, ତେବେ ସେ ତାଙ୍କ ବଞ୍ଚିବା କଷ୍ଟକର କରିଦେବେ । କାଲି ଯଦି ମୋ ସହିତ କିଛି ଅଘଟଣ ଘଟେ କିମ୍ବା ମୋ ପରିବାର ସହିତ କିଛି ଅଘଟନ ଘଟେ, ତେବେ ସେଥିପାଇଁ ମୁକେଶ ଭଟ୍ଟ ସମେତ ମହେଶ ଭଟ୍ଟ, ସାହିଲ ସହଗଲ, ସୁମିତ ସଭରୱାଲ ଏବଂ କୁମକୁମ ସହଗଲ ହିଁ ଦାୟୀ ରହିବେ ।

ଏହା ମଧ୍ୟ ପଢନ୍ତୁ : 5 ଷ୍ଟାର୍ ହୋଟେଲରେ ସେକ୍ସ ରାକେଟର ପର୍ଦାଫାସ୍, ବଲିଉଡ ଅଭିନେତ୍ରୀ ସମେତ ଦୁଇ ଟିଭି କଳାକାର ଗିରଫ !

Be the first to comment

Leave a Reply

Your email address will not be published.


*