5 ଷ୍ଟାର୍ ହୋଟେଲରେ ସେକ୍ସ ରାକେଟର ପର୍ଦାଫାସ୍, ବଲିଉଡ ଅଭିନେତ୍ରୀ ସମେତ ଦୁଇ ଟିଭି କଳାକାର ଗିରଫ !

5 ଷ୍ଟାର୍ ହୋଟେଲରେ ସେକ୍ସ ରାକେଟର ପର୍ଦାଫାସ୍, ବଲିଉଡ ଅଭିନେତ୍ରୀ ସମେତ ଦୁଇ ଟିଭି କଳାକାର ଗିରଫ !

ମୁମ୍ବାଇ: 5 ଷ୍ଟାର୍ ହୋଟେଲରେ ସେକ୍ସ ରାକେଟର ପର୍ଦାଫାସ । ଦେହ ବେପାର ରାକେଟକୁ ପର୍ଦାଫାସ୍ କରିବା ସହିତ ମୁମ୍ବାଇ ପୋଲିସ୍ ଜଣେ ବଲିଉଡ ଅଭିନେତ୍ରୀଙ୍କ ସମେତ ଦୁଇ ଜଣ ଟେଲିଭିଜନ ଅଭିନେତ୍ରୀ ଏବଂ ଜଣେ ବେଲିଡ୍ୟାନ୍ସରଙ୍କୁ ଗିରଫ କରିଛି । ମାୟାନଗରୀ ମୁମ୍ବାଇର ଉପକଣ୍ଠ ଗୋରେଗାଓଁର ଗୋଟିଏ 5 ଷ୍ଟାର୍ ହୋଟେଲରେ ଏହି ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ଚାଲୁଥିଲା, ଯାହା ପର୍ଦାଫାସ୍ ହେବା ପରେ ସେହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଦଳ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଗୋରେଗାଓଁର 5 ଷ୍ଟାର୍ ହୋଟେଲ ଉପରେ ଚଢାଉ କରିଥିଲା । ଯେଉଁଠାରୁ ୪ ଜଣ ଅଭିନେତ୍ରୀ ଏବଂ ଜଣେ ବେଲିଡ୍ୟାନ୍ସରଙ୍କୁ ଗିରଫ କରାଯାଇଥିଲା । ଏହି ହାଇ ପ୍ରୋଫାଇଲ ସେକ୍ସ ରାକେଟର ପର୍ଦାଫାସ୍ କରିବା ପାଇଁ ଗ୍ରାହକ ଭାବରେ ପୋଲିସ୍ ଦଳର ସଦସ୍ୟ ମାନଙ୍କୁ ହୋଟେଲକୁ ପଠାଯାଇଥିଲା, ଯେଉଁଠାରେ ସେମାନେ ସେକ୍ସ ରାକେଟ୍ ଡିଲରମାନଙ୍କୁ ଭେଟିଥିଲେ ।

ସେକ୍ସ ରାକେଟର ଡିଲରମାନଙ୍କୁ ଭେଟିବା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଚଢ଼ାଉ କରିବା ସମୟରେ ତିନିଜଣ ମହିଳାଙ୍କୁ ଗିରଫ କରାଯାଇଥିଲା । ଗିରଫ କରାଯାଇଥିବା ମହିଳାଙ୍କ ମଧ୍ୟରୁ ଜଣେ ବଲିଉଡ ଅଭିନେତ୍ରୀ ଅଟନ୍ତି । ଖବର ଅନୁଯାୟୀ, ଏହି କଳାକାରମାନେ ବଡ଼ ହୋଟେଲକୁ ଦେହ ବେପାର ପାଇଁ ଯାଇଥାନ୍ତି ।

ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ବଲିଉଡର ଜଣେ ଆନ୍ତର୍ଜାତୀୟ ବେଲି ଡ୍ୟାନ୍ସର ଏବଂ ଦୁଇ ଟିଭି ସିରିଏଲ କଳାକାର ହୋଟେଲରେ ଦେହ ବେପାର ପାଇଁ ୧୦ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଥିଲା କିନ୍ତୁ ଏହି ବିଷୟରେ ପୋଲିସ୍ ଜାଣିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଏହି ସେକ୍ସ ରାକେଟର ପର୍ଦାଫାସ୍ କରିବା ସହିତ ୩ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଥିଲେ ।

Leave a Reply

Your email address will not be published. Required fields are marked *