ବିଜୁଳି ବିଲ୍ ପୈଠ ପାଇଁ ଆଉ ଧକ୍କା ଖାଇବାକୁ ପଡ଼ିବ ନାହିଁ, ଉପଲବ୍ଧ ହେବାକୁ ଯାଉଛି ଏହି ସୁବିଧା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ !

ବର୍ତ୍ତମାନ ସମୟରେ, ବିଦ୍ୟୁତ ବିନା ଜୀବନ ପ୍ରାୟ ଅସମ୍ପୂର୍ଣ୍ଣ ବୋଲି ମନେ ହୋଇଥାଏ । ଆଜିକାର ଆଧୁନିକ ଯୁଗରେ ବିଦ୍ୟୁତ ବିନା ଅନେକ କାର୍ଯ୍ୟ ଅଚଳ ହୋଇପଡ଼ିବ । ଅନେକ ସମୟରେ ନଜର ଆସିଛି କି ଯେତେବେଳେ ବିଦ୍ୟୁତ ବିଲ ପୈଠ କରିବା ସମୟ ଆସେ ସେତେବେଳେ ଲୋକ ମାନଙ୍କୁ ଇଲେକ୍ଟ୍ରି ଅଫିସ୍ ବାହାରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡ଼ିଥାଏ । ମାତ୍ରାଧିକ ଗହଳି ହେତୁ ଲୋକମାନେ ବିଦ୍ୟୁତ ବିଲ୍ ସଠିକ୍ ସମୟରେ ପୈଠ କରିପାରନ୍ତି ନାହିଁ, ଯେଉଁ କାରଣ ହେତୁ ଲୋକ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିଳମ୍ବରେ ବିଦ୍ୟୁତ ବିଲ୍ ପୈଠ କରିବା ହେତୁ ଲୋକ ମାନଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡିଥାଏ । କିନ୍ତୁ ସମୟ ବଦଳୁଥିବାରୁ ବର୍ତ୍ତମାନ ବିଦ୍ୟୁତ ବିଲ୍ ପୈଠ ମଧ୍ୟ ଅନଲାଇନରେ କରାଯାଇ ପାରିବ । ଆପଣଙ୍କୁ କହିରଖୁଛୁ କି ଉତ୍ତରପ୍ରଦେଶରେ ବର୍ତ୍ତମାନ ବିଦ୍ୟୁତ ବିଲ ନିକଟସ୍ଥ ରାସନ ଦୋକାନରେ ମଧ୍ୟ ପୈଠ କରାଯାଇପାରିବ । ଖୁବ୍ ଶୀଘ୍ର ଉତ୍ତରପ୍ରଦେଶର ସରକାର ଏହି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ସହରରେ ଯୋଜୋନାର ହେବ ଆରମ୍ଭ

ଲୋକମାନଙ୍କର ଜୀବନଶୈଳୀ ବର୍ତ୍ତମାନ ବହୁତ ବ୍ୟସ୍ତବହୁଳ ଅଟେ । ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ବିଦ୍ୟୁତ ବିଲ୍ ପୈଠ କରିବାକୁ ଦୀର୍ଘ ସମୟ ଧରି ଭିଡ଼ ମଧ୍ୟରେ ଠିଆ ହେବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସମୟ ନଥାଏ, ବର୍ତ୍ତମାନ ଏହି ସବୁ ସମସ୍ୟା ଆଶ୍ବସ୍ତିକର ହେବାକୁ ଯାଉଛି। ଆପଣଙ୍କୁ କହିରଖୁଛୁ କି ପ୍ରାରମ୍ଭରେ ଏହା ପରୀକ୍ଷାମୂଳକ ଭାବରେ ହେବ ଏବଂ ସଫଳ ହେବା ପରେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାର ବ୍ୟବହାର ସର୍ଵପ୍ରଥମେ ମେରଠରୁ ଆରମ୍ଭ କରାଯାଉଛି । ମେରଠ ଜିଲ୍ଲାର ଯୋଗାଣ ଅଧିକାରୀ ନୀରଜ ସିଂ କହିଛନ୍ତି କି ରାସନ ଦୋକାନରେ ବିଦ୍ୟୁତ ବିଲ୍ ପୈଠ କରିବାର ସୁବିଧା ଆରମ୍ଭ ହେବାକୁ ଯାଉଛି, ସେ କହିଛନ୍ତି ଆସନ୍ତା ନଭେମ୍ବର ମାସ ପ୍ରାରମ୍ଭରୁ ବିଦ୍ୟୁତ ବିଲ୍ ଜମା କରିବାର ଏହି ସୁବିଧା ଆରମ୍ଭ କରାଯିବ । ଏହିସବୁ ପାଇଁ ଯୋଗାଣ ବିଭାଗ ଗୋଟିଏ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା ଅଧୀନରେ ଯୋଗାଣ ବିଭାଗ ଲୋକ ମାନଙ୍କର ବିଦ୍ୟୁତ ବିଲ୍ ସଂଗ୍ରହ କରିବାକୁ ରାସନ ଦୋକାନୀମାନଙ୍କୁ ପୀଔଏସ ମେସିନ୍ ଯୋଗାଇବାକୁ ଯାଉଛି ।

ରାସନ ଦୋକାନୀମାନଙ୍କୁ ଯେଉଁ ମେସିନ୍ ଦିଆଯିବ ସେହି ଭିତରେ ଗୋଟିଏ ସଫ୍ଟୱେର ଡାଉନଲୋଡ କରାଯିବ । ସେହି ସଫ୍ଟୱେର ଭିତରେ, ବିଦ୍ୟୁତ ବିଲ୍ ପୈଠ କରୁଥିବା ଗ୍ରାହକ ମାନଙ୍କ ନାମ, ଠିକଣା, ଧନରାଶି, ସଂଯୋଗ ନମ୍ବର ଇତ୍ୟାଦି ସମସ୍ତ ପ୍ରକାରର ସୂଚନା ପ୍ରବେଶ କରିବାର କାର୍ଯ୍ୟ ମଧ୍ୟ ସେଠାରେ ରହିବ । ମେରଠ ଜିଲ୍ଲା ଯୋଗାଣ ଅଧିକାରୀ ନୀରଜ ସିଂ କହିଛନ୍ତି କି ଯେଉଁ ନୂତନ ଯୋଜନା ଆରମ୍ଭ କରାଯାଇଛି ତାହା ଦ୍ୱାରା ଉଭୟ ଗ୍ରାହକ ଏବଂ ରାସନ ଡିଲରଙ୍କ ପାଇଁ ଲାଭଦାୟକ ହେବ ।

ରାସନ ଡିଲରମାନଙ୍କର ଆୟ ବୃଦ୍ଧି ପାଇବ

ଏହି ନୂତନ ସେବା ହେତୁ, ଯଦି ରାସନ ଡିଲର ମାନେ ବିଦ୍ୟୁତ ବିଲ୍ ଜମା କରନ୍ତି, ତେବେ ଏହିପରି ପରିସ୍ଥିତିରେ ପ୍ରତ୍ୟେକ ବିଲ୍ ଜମା କରିବା ଦ୍ୱାରା ସେମାନଙ୍କୁ ପ୍ରତ୍ୟେକ ବିଲ୍ ଉପରେ କମିଶନ ବାବଦକୁ ₹ ୧୬ ଟଙ୍କା ମିଳିବ । ରାସନ ଡିଲରଙ୍କ ଦ୍ୱାରା ଜମା କରାଯାଇ ଥିବା ବିଦ୍ୟୁତ ବିଲ୍ ରାଶି ବଦଳରେ ନିଜ ଇ-ୱାଲେଟରେ ସମାନ ପରିମାଣ କିମ୍ବା ଅଧିକ ଜମା କରିବାକୁ ପଡିବ । ଯଦି ରାସନ ଡିଲର ବିଲ୍ ଜମା କରନ୍ତି, ତେବେ ତାଙ୍କୁ ପ୍ରଥମେ ତାଙ୍କ ଇ-ୱାଲେଟ ରିଚାର୍ଜ କରିବାକୁ ପଡିବ । ଏହି ସମସ୍ତ କାର୍ଯ୍ୟ ପାଇଁ ରାସନ ଡିଲରମାନଙ୍କୁ ମଧ୍ୟ ତାଲିମ୍ ଦିଆଯିବ ।

Be the first to comment

Leave a Reply

Your email address will not be published.


*