ବଲିଉଡ ଡ୍ରଗ୍ସ ମାମଲା : ଟିଭି ଅଭିନେତ୍ରୀ ଡ୍ରଗ୍ସ କିଣୁଥିବା ସମୟରେ ଗିରିଫ କଲା ଏନସିବି !

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନସିବି) ଡ୍ରଗ୍ସ କୋଣରୁ ଯାଞ୍ଚ କରୁଛି । ଡ୍ରଗ୍ସ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନ୍ୟ ଏକ ଡ୍ରଗ୍ସ ରାକେଟ୍ ଠାବ କଟିଛି । ମୁମ୍ବାଇ ଜୋନାଲ ୟୁନିଟ୍ ଏକ ଟିମ୍, ବର୍ସୋବା ଅଞ୍ଚଳରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଟିଭି ଅଭିନେତ୍ରୀ ପ୍ରୀତିକା ଚୌହାନ ।

ଅନୁସନ୍ଧାନକାରୀ ସଂସ୍ଥାର ଏଜେନ୍ସି ରବିବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ ମୁମ୍ବାଇ ଜୋନାଲ ୟୁନିଟର ଏକ ଟିମ୍; ବର୍ସୋବାରେ ଦୁଇ ଜଣଙ୍କୁ ଗିରଫ କରି ଗତକାଲି ସେମାନଙ୍କ ନିକଟରୁ ୯୯ ଗ୍ରାମ ହେମ୍ପ (ଗଞ୍ଜେଇ) ଜବତ କରିବାରେ ସଫଳ ହୋଇଥିଲେ । ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣ ଫୈସଲ ଓ ଅନ୍ୟ ଜଣେ ଟିଭି ଅଭିନେତ୍ରୀ ପ୍ରୀତିକା ଚୌହାନ । ଉଭୟଙ୍କୁ ଏନସିବି ଘଟଣା ସ୍ଥଳରେ ଗିରଫ କରିଥିଲେ ଓ ପରେ କୋର୍ଟରେ ହାଜର କରାଯାଇଥିଲା । ରବିବାର କୋର୍ଟ ଉଭୟଙ୍କୁ ନଭେମ୍ବର ପର୍ଯ୍ୟନ୍ତ ୮ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଅନୁସନ୍ଧାନ କରୁଥିବା ବେଳେ ଡ୍ରଗ୍ସ ମାମଲାରେ ଲୋକଲୋଚନାକୁ ଆସିଥିଲେ ଓ ଏହି ଗ୍ସଡ୍ର ମାମଲାରେ ୨୦ରୁ ଅଧିକ ବଲିଉଡ କଳାକାର ଏବଂ ବଲିଉଡ ସହ ସମ୍ପର୍କ ରଖିଥିବା ଲୋକଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ବଲିଉଡର ଅନେକ ବରିଷ୍ଠ ଅଭିନେତ୍ରୀଙ୍କୁ ଏନସିବି ପଚରାଉଚରା କରିଛି । ଏନସିବି ଟିମ୍ ସିଭିଲ୍ ଡ୍ରେସରେ ମୁମ୍ବାଇର ବର୍ସୋବା ଅଞ୍ଚଳର ଦୁଇଟି ସ୍ଥାନରେ ଚଠାଉ କରିଥିଲା ।

ଏହି ସମୟ ଟିଭି ଅଭିନେତ୍ରୀଙ୍କ ଡ୍ରଗ୍ସ କିଣୁଥିବା ସମୟରେ ଏନସିବି ଗିରିଫ କରିଛି ଏବଂ ଅଭିନେତ୍ରୀଙ୍କ ବିରୋଧରେ ଅନୁସନ୍ଧାନକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ, ରାକୁଲପ୍ରୀତ ସିଂ ଏବଂ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ପଚରାଉଚରା କରିଛି । ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ସମେତ ଏନସିବି ଟିମ୍ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଛି । ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ପ୍ରଦାନ କରାଯାଇଛି ।

Be the first to comment

Leave a Reply

Your email address will not be published.


*