ସୁଶାନ୍ତ ସିଂହ ଡ୍ରଗ୍ସ ମାମଲାରେ ଏନସିବିଙ୍କ ହାତକୁ ଆସିଲା ଏକ ବଡ଼ ସୁରଗ ! ଫଶି ପାରନ୍ତି B-Town ବଲିଉଡ଼ ଜଗତର କିଛି କଳାକାର !

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କୌଣସି ସମାଧାନ ହୋଇପାରି ନାହିଁ । ଏହି ମାମଲାରେ ଡ୍ରଗ୍ସ ଏଙ୍ଗଲ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଲଗାତାର ଡ୍ରଗ୍ସ ମାମଲାରେ ଜଡ଼ିତ ଲୋକଙ୍କୁ ପଚରାଉଚରା କରିବାରେ ଲାଗିଛନ୍ତି । ନିକଟରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଳଙ୍କ ପ୍ରେମିକାଙ୍କ ଭାଇ ଏହି ମାମଲା ସହ ସଂଲଗ୍ନ ଥିବାରୁ ଏନସିବି ଅଧିକାରୀ ତାଙ୍କୁ ଗିରଫ କରିଛନ୍ତି । ବର୍ତ୍ତମାନ ଏନସିବି ଏଥିସହ ଜଡ଼ିତ ଆଉ ଏକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଏହି ବ୍ୟକ୍ତି ଜଣକ ଅର୍ଜୁନ ରାମପାଳଙ୍କ ପ୍ରେମିକାଙ୍କ ଭାଇ ବୋଲି କୁହାଯାଉଛି । ଗିରଫ ସାହିଲ ମଜହର ଅଲି ଜଣେ ଡ୍ରାଇଭର ଅଟନ୍ତି, ଯାହାଙ୍କ ନିକଟରେ ଏନସିବି ୭.୧ ଗ୍ରାମର ଡ୍ରଗ୍ସ ଠାବ କରିଛନ୍ତି ।

ମଜହର ଅଲିଙ୍କୁ ଗିରଫ କରିବା ପରେ ଡ୍ରଗ୍ସ ସିଣ୍ଡିକେଟର ଗମ୍ଭୀରତା ପର୍ଯ୍ୟନ୍ତ ଯିବା ପାଇଁ ଏନସିବି ତଦନ୍ତରେ ଲାଗି ପଡିଛନ୍ତି । ଏନସିବିର ଦାବି ଅନୁସାରେ, ଏହି ଡ୍ରଗ୍ସ ସିଣ୍ଡିକେଟରେ ବଲିଉଡ ଜଗତର ଅଧିକାଂଶ କଳାକାର ଜଡ଼ିତ ରହିଛନ୍ତି । ଟ୍ୟାକ୍ସି ଡ୍ରାଇଭରକୁ ବର୍ତ୍ତମାନ ଏନସିବି ଗିରଫ କରି ରିମାଣ୍ଡରେ ପଠାଇ ଦେଇଛନ୍ତି । ଏଥିସହିତ କୋର୍ଟରେ ଆବେଦନ କରାଯାଇଥିବା ରିପୋର୍ଟ ଅନୁଯାୟୀ ଅର୍ଜୁନ ରାମପାଳଙ୍କ ପ୍ରେମିକାଙ୍କ ଭାଇ ଏଗିସିଆଲୋସ ଡ଼ିମେଟ୍ରିଏଡ୍ସକୁ ଡ୍ରଗ କାର୍ଟର ଭାବରେ ଗିରଫ କରାଯାଇଛି ।

ଏନସିବିର ପଚରାଉଚରା ସମୟରେ ଏଗିସିଆଲୋସ ଡ଼ିମେଟ୍ରିଏଡ୍ସ କହିଛନ୍ତି ଯେ, ସେ ବାନ୍ଦ୍ରା ସ୍ଥାନରେ ଟ୍ୟାକ୍ସି ଚଳାଉଥିବା ସାହିଲ ମଜହର ଅଲି ତାଙ୍କ ପାଇଁ ଡ୍ରଗ୍ସ, ଗଞ୍ଜେଇ ପ୍ରିକିଓର କରୁଥିଲା ଏବଂ ତାକୁ ପଠାଇ ଦେଉଥିଲା । ଏଥିସହ ଟ୍ୟାକ୍ସି ଡ୍ରାଇଭର ଏଗିସିଆଲୋସ ଡ଼ିମେଟ୍ରିଏଡ୍ସଙ୍କୁ କୋକିନ ଆଣି ମଧ୍ୟ ଦେଉଥିଲା । ଗିରଫ ଟ୍ୟାକ୍ସି ଡ୍ରାଇଭର ପ୍ରତିଦିନ ଏପରି କରୁଥିଲା, ସେ ଡ଼ିଲର୍ସ ଜରିଆରେ ଏଲଏସଡ଼ି ଓ ଏମଡ଼ିଏମଏ କିଣି ଲୋକଙ୍କୁ ପ୍ରେରଣ କରୁଥିଲା । ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଡ୍ରଗ ପେଡଲର କୈଜାନ, ସନ୍ଦୀପ ଗୁପ୍ତା, ଅନୁଜ କେଶବାନୀ, ଡୋବନର ସପ୍ଲାୟର ଥିଲା ।

Be the first to comment

Leave a Reply

Your email address will not be published.


*