ଛାଡପତ୍ର ହୋଇଥିବା ଚେତନାଙ୍କୁ ହୃଦୟ ଦେଇବସିଥିଲେ ଅନୀଲ କୁମ୍ବଲେ, ସାବତ କନ୍ୟାଙ୍କ ହେପାଜତ ପାଇଁ ବର୍ଷ ବର୍ଷ ଧରି କୋର୍ଟରେ ବିତାଇଥିଲେ !

ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ସ୍ପିନ୍ ବୋଲର ଅନିଲ କୁମ୍ବଲେଙ୍କ ୫୦ ତମ ଜନ୍ମଦିନ ପାଳନ କରିଛନ୍ତି । ୧୭ ଅକ୍ଟୋବର ୧୯୭୦ରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଜନ୍ମ ହୋଇଥିବା କୁମ୍ବଲେ କ୍ରିକେଟ୍ ପଡ଼ିଆରେ ଅନେକ ରେକର୍ଡ କରିଥିଲେ । ଜମ୍ବୁ ନାମରେ ଜଣାଶୁଣା କୁମ୍ବଲେଙ୍କ ଆଗରେ ଦୁନିଆର ଅନେକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଆଣ୍ଠୁମାଡି ବସିଥିଲେ ।

କ୍ରିକେଟ କ୍ୟାରିୟରରେ ଆତଙ୍କ ସୃଷ୍ଟି କରିଥିବା କୁମ୍ବଲେଙ୍କର ମଧ୍ୟ ଅନେକ ବ୍ୟକ୍ତିଗତ କାହାଣୀ ଅଛି । କୁମ୍ବଲେ ଜଣେ ବିବାହିତା ମହିଳାଙ୍କୁ ହୃଦୟ ଦେଇଥିଲେ ଯାହା ପରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ପଡ଼ିଆରେ ସାହସୀ ଦେଖାଯାଉଥିବା କୁମ୍ବଲେ ଏହି ଚ୍ୟାଲେଞ୍ଜରର ମଧ୍ୟ ଦୃଢ଼ତାର ସହ ସାମ୍ନା କରିଥିଲେ । ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ଜମ୍ବୁଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ।

କୁମ୍ବଲେ ଚେତନା ନାମକ ଜଣେ ମହିଳାଙ୍କୁ ପ୍ରେମ କରିଥିଲେ ଯିଏ ପୂର୍ବରୁ ବିବାହିତ ଥିଲେ । ଚେତନାଙ୍କ ସ୍ୱାମୀଙ୍କ ସହ ଭଲ ସମ୍ପର୍କ ନଥିଲା, ଏହି କାରଣରୁ ସେ ତାଙ୍କୁ ଛାଡି ଏକ ଟ୍ରାଭେଲ ଏଜେନ୍ସିରେ କାମ କରିଥିଲେ । ଏହି ସମୟରେ ସେ କୁମ୍ବଲେଙ୍କୁ ଭେଟିଥିଲେ କିନ୍ତୁ ବିବାହ ବିଷୟରେ ଚେତନାଙ୍କ ଅଭିଜ୍ଞତା ଭଲ ନଥିଲା, ଯେଉଁଥିପାଇଁ ତାଙ୍କୁ ଜମ୍ବୁଙ୍କ ନିକଟତର ହେବାକୁ ସମୟ ଲାଗିଥିଲା । ଶେଷରେ, ଚେତନା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ଓ ୧ ଜୁଲାଇ ୧୯୯୯ ରେ ଦୁହେଁ ବିବାହ କରିଥିଲେ ।

କିନ୍ତୁ ଏହା ପରେ ମଧ୍ୟ ଉଭୟଙ୍କ ଅସୁବିଧା କମି ନଥିଲା । ଚେତନାଙ୍କର ପ୍ରଥମ ସ୍ୱାମୀଙ୍କଠାରୁ ଏକ ଝିଅ ଥିଲା । ଯାହାର ହେପାଜତ ପାଇଁ ଅନିଲ ଏବଂ ଚେତନାଙ୍କୁ କୋର୍ଟ ଯିବାକୁ ପଡିଲା । ବର୍ଷ ବର୍ଷ ଧରି କୋର୍ଟ ବୁଲିବା ପରେ ଚେତନା ଏବଂ ଅନିଲ ସେମାନଙ୍କ ଝିଅର ହେପାଜତ ପାଇଁ ଅନୁମତି ପାଇଲେ । ଚେତନାଙ୍କ ଝିଅର ନାମ ଆରୁଣୀ । ଅନୀଲ କୁମ୍ବଲେଙ୍କୁ ବିବାହ କରିବା ପରେ ଚେତନାର ଦୁଇଟି ସନ୍ତାନ ହେଲେ । ଅନିଲ କୁମ୍ବଲେ ଏବଂ ଚେତନାଙ୍କର ଏକ ପୁଅ ମୟସ୍ ଓ ଝିଅ ସ୍ୱସ୍ତି ଅଛନ୍ତି । ଆରୁଣୀ ମଧ୍ୟ ତାଙ୍କସହ ଏକାଠି ରହୁଛନ୍ତି ।

ସୂଚନାଯୋଗ୍ୟ ଯେ ଅନୀଲ କୁମ୍ବଲେଙ୍କୁ ତାଙ୍କ ଉପନାମ ତାଙ୍କ ପୈତୃକ ଗ୍ରାମ କୁମ୍ବଲା ଠାରୁ ମିଳିଛି । କୁମ୍ବଲେଙ୍କ ପିତାଙ୍କ ନାମ କୃଷ୍ଣ ସ୍ୱାମୀ ଏବଂ ମାତାଙ୍କ ନାମ ସରୋଜା । କୁମ୍ବଲେ ପିଲାଦିନରୁ ହିଁ ତାଙ୍କ ଶିକ୍ଷାରେ ହୁସିଆର ଥିଲେ । ସେ ୧୯୯୨ରେ ନ୍ୟାସନାଲ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ।

Be the first to comment

Leave a Reply

Your email address will not be published.


*