ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ପ୍ରଭାସ ଓ ଅନୁଷ୍କା ଶେଟ୍ଟୀଙ୍କ ବିବାହର ଫଟୋଗୁଡିକ, ଅଭିନେତ୍ରୀ ପ୍ରକାଶ କରିଛନ୍ତି ସତ୍ୟତା !

‘ବାହୁବଳୀ’ ଚଳଚ୍ଚିତ୍ରରେ ଅନୁଷ୍କା ଶେଟ୍ଟୀ ଓ ସୁପରଷ୍ଟାର ପ୍ରଭାସଙ୍କ କେମିଷ୍ଟ୍ରି ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଚଳଚ୍ଚିତ୍ର ପରେ ହିଁ ମିଡ଼ିଆରେ ଏପରି ଖବର ଆସିବାକୁ ଲାଗୁଥିଲା ଯେ ଏ ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଗତ କିଛି ଆଗରୁ ପ୍ରଭାସ ବିବାହର ଗୁଜବ ଅଭିନେତ୍ରୀ ନିହାରିକା କୋନୀଡେଲାଙ୍କ ସହ ମଧ୍ୟ ପ୍ରଚାର ହୋଇଥିଲା । ଯଦିଓ ଏହା ଉପରେ ପ୍ରଭାସ କିମ୍ବା ନିହାରିକା କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ । ବର୍ତ୍ତମାନ ଗଣମାଧ୍ୟମରେ ପ୍ରଭାସ ଓ ଅନୁଷ୍କାଙ୍କ ବିବାହର ଏକ ଫଟୋ ଖୁବ୍ ଜୋରରେ ଭାଇରାଲ ହେଉଛି । ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । କିଛି ଲୋକ ଅନୁଷ୍କା ଓ ପ୍ରଭାସଙ୍କୁ ସେହି ଫଟୋଗୁଡିକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଅନୁଷ୍କା ଶେଟ୍ଟୀ ବର୍ତ୍ତମାନ ଆଗକୁ ଆସି ଏହା ବିଷୟରେ କହିଛନ୍ତି ।

ଅନୁଷ୍କା ଦେଲେ ପ୍ରଶ୍ନର ଉତ୍ତର

ଅନୁଷ୍କା ଶେଟ୍ଟୀ ସୋସିଆଲ ମିଡ଼ିଆ ସର୍ବଦା ସକ୍ରିୟ ରୁହନ୍ତି । ସେ ଅଧିକାଂଶ ସମୟରେ ନିଜ ଫ୍ୟାନ୍ସଙ୍କ ସହିତ ନିଜ ଫଟୋ ଓ ଭିଡ଼ିଓ ସେୟାର କରୁଥିବାର ନଜର ଆସନ୍ତି । ବର୍ତ୍ତମାନ ସେ ନିଜ ବିବାହ ଫଟୋକୁ ନେଇ ଉତ୍ତର ଦେଇଛନ୍ତି । ସେ ଟ୍ୱିଟରରେ ଆସ୍କ ଅନୁଷ୍କା ଶେସନ ହୋଷ୍ଟ କଲେ । ଏହି ସେଶନରେ ସେ ନିଜ ଫ୍ୟାନ୍ସଙ୍କୁ ନିଜ ଚଳଚ୍ଚିତ୍ର ‘ନିଶବ୍ଦମ୍’ ସମେତ ଆଉ କିଛି ମାମଲା ବିଷୟରେ ଆଲୋଚନା କରିଛନ୍ତି । ସୂଚନାଥାଉକି ଏହି ଚଳଚ୍ଚିତ୍ରରେ ସେ ଆର ମାଧବାନଙ୍କ ସହିତ କାମ କରିଛନ୍ତି ।

ସେଶନ ସମୟରେ ଜଣେ ଫ୍ୟାନ୍ ଅନୁଷ୍କାଙ୍କୁ କହିଲେ ଯେ ତାଙ୍କୁ ପ୍ରଭାଷଙ୍କ ସହିତ ଚଳଚ୍ଚିତ୍ର କରିବା ଉଚିତ । ଏହା ଉତ୍ତରରେ ଅନୁଷ୍କା କହିଲେ ଯେ ଯଦି କୌଣସି ଚଳଚ୍ଚିତ୍ରର ସ୍କ୍ରିପ୍ଟ ପାଇଁ ତାଙ୍କୁ ଓ ପ୍ରଭାସକୁ ଚୟନ କରାଯାଇଛି, ତେବେ ସେ ବିଶ୍ୱାସ ଦେଇ କହୁଛନ୍ତି ଯେ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବେ ।

ବିବାହ ଫଟୋ ପଛରେ ରହିଛି ଏହି ରହସ୍ୟ

ଜଣେ ଫ୍ୟାନ୍ ଅନୁଷ୍କାଙ୍କୁ ତାଙ୍କ ଭାଇରାଲ ହେଉଥିବା ବିବାହ ଫଟୋ ବିଷୟରେ ପ୍ରଶ୍ନ କରିଛନ୍ତି । ଫ୍ୟାନ୍ ତାଙ୍କୁ ଫଟୋ ଦେଖାଇଲେ ଓ ଏହା ବିଷୟରେ କିଛି କହିବା ପାଇଁ କହିଲେ । ସୂଚନାଥାଉକି ଏହି ଫଟୋ ଖୁବ୍ ଦୀର୍ଘ ସମୟରୁ ଇଣ୍ଟରନେଟରେ ଛାଇ ରହିଛି । ଅନୁଷ୍କା ଶେଟ୍ଟୀ ଓ ପ୍ରଭାସଙ୍କ ବିବାହର ଗୁଜବ ମଧ୍ୟରେ ଏହି ଫଟୋ ଆହୁରି ଭାଇରାଲ ହେବାକୁ ଲାଗିଛି ।

ଅନୁଷ୍କା ଫଟୋକୁ ନେଇ କହିଛନ୍ତି ଯେ ଏହି ଫଟୋ ଚଳଚ୍ଚିତ୍ର ‘ମୀର୍ଚି’ ସମୟରେ ଏକ ଶୁଟିଂର ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ ସେହି ଚଳଚ୍ଚିତ୍ରଟି ତାଙ୍କ ହୃଦୟ ନିକଟରେ ରହିଛି ।

ଭଲ ବନ୍ଧୁ ଅଟନ୍ତି ପ୍ରଭାସ

ଏହା ପୂର୍ବରୁ ମଧ୍ୟ ଏକ ଇଣ୍ଟରଭ୍ୟୁ ସମୟରେ ଅନୁଷ୍କା ଶେଟ୍ଟୀ ପ୍ରଭାସ ଓ ତାଙ୍କ ବିବାହକୁ ନେଇ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ ପ୍ରତି ଉତ୍ତରରେ ଅନୁଷ୍କା କହିଲେ ଯେ ପ୍ରଭାସ ତାଙ୍କର ଜଣେ ବହୁତ ଭଲ ବନ୍ଧୁ ଅଟନ୍ତି । ତାଙ୍କୁ କେବେମଧ୍ୟ କୌଣସି ଆବଶ୍ୟକତା ଥିଲେ ରାତିରେ ୩ଟାରେ ମଧ୍ୟ ତାଙ୍କୁ କଲ୍ କରିପାରିବେ । ସେ ଆଗକୁ ମଧ୍ୟ କହିଥିଲେ ଯେ ବର୍ତ୍ତମାନ ତାଙ୍କର ବିବାହର କୌଣସି ଯୋଜନା ତେବେ ସମସ୍ତଙ୍କ ସମ୍ମୁଖରେ ଆସି ଯାଇଥାନ୍ତା । ସେ ଉଭୟ ହିଁ ନିଜ ମନ କଥାକୁ ଲୁଚାଇ ରଖିପାରନ୍ତି ନାହିଁ ।

ଚଳଚ୍ଚିତ୍ର ‘ରାଧେଶ୍ୟାମ’ ରେ ନଜର ଆସିବେ ପ୍ରଭାସ

ପ୍ରଭାସ ନିକଟରେ ନିଜର ଏକ ନୂତନ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି ମ ସୂଚନାଥାଉକି ପ୍ରଭାସ ଶେଷ ଥର ପାଇଁ ଚଳଚ୍ଚିତ୍ର ‘ସାହୋ’ ରେ ନଜର ଆସିଥିଲେ, ଯେବେକି ଅନୁଷ୍କା ଶେଟ୍ଟୀଙ୍କ ଚଳଚ୍ଚିତ୍ର ‘ନିଶବ୍ଦ’ ଓ “‘ସାଇଲେନ୍ସ’ କିଛି ଦିନ ଆଗରୁ ଡିଜିଟାଲ ପ୍ଲେଟଫର୍ମରେ ମୁକ୍ତିଲାଭ କରିଥିଲା । ଅନ୍ୟପକ୍ଷରେ ପ୍ରଭାସ ପୂଜା ହେଗଡେଙ୍କ ସହ ନିଜର ଆଗାମୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’ ର ଘୋଷଣା କରି ଦେଇଛନ୍ତି, ଯେଉଁଥିରେ ସୈଫ ଅଲି ଖାନ୍ ମଧ୍ୟ ନଜର ଆସିବେ । ପ୍ରଭାସଙ୍କ ଏହି ଘୋଷଣା ପରେ ତାଙ୍କ ଫ୍ୟାନମାନେ ବହୁତ ଉତ୍ସାହିତ ଅଛନ୍ତି ।

Be the first to comment

Leave a Reply

Your email address will not be published.


*