Loan Moratorium: ଋଣ ଉପରେ ସୁଧର ରିହାତିକୁ ନେଇ ସରକାର ଜାରି କରିଛନ୍ତି ନୂତନ ନିର୍ଦ୍ଦେଶାବଳୀ, ଆପଣଙ୍କ ଆକାଉଣ୍ଟକୁ ଫେରି ଆସିବ ଟଙ୍କା !

Loan Moratoriumର ଅବଧି ସମୟରେ ସୁଧର ରିହାତିକୁ ନେଇ ଅର୍ଥ ମନ୍ତ୍ରାଳୟ ନୂତନ ନିର୍ଦ୍ଦେଶବଳୀ ଜାରି କରିଛନ୍ତି । ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ଲୋକଙ୍କୁ ଏହାର ଲାଭ ମିଳିବ । ଋଣ ଆକାଉଣ୍ଟରେ ସଞ୍ଚୟ ସୁଧ ଅର୍ଥାତ ସୁଧ ଉପରେ ସୁଧ ଓ ସାଧାରଣ ସୁଧ ମଧ୍ୟରେ ଅନ୍ତରର ରାଶି ପକାଯିବ । .

ସୁଧ ଉପରେ ସୁଧ ଓ ସାଧାରଣ ସୁଧ ମଧ୍ୟରେ ଅନ୍ତରରେ ସମାନ ରାଶି ସରକାର ଶୁଝିବ ।

ଅର୍ଥ ମନ୍ତ୍ରାଳୟ ଲୋନ ମୋରାଟୋରୀୟମ ସହ ଜଡ଼ିତ ସୁଧକୁ ରିହାତି ଦେବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ-୧୯ ବିପଦ କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ ଶୁଝିବାକୁ ନେଇ ସମୟ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏହା ଅନୁଯାୟୀ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୬ ମାସ ପାଇଁ ଦିଆଯାଇଥିବା ସମୟ ଅବଧି ସମୟରେ ସଞ୍ଚିତ ସୁଧ ଅର୍ଥାତ ସୁଧ ଉପରେ ସୁଧ ଓ ସାଧାରଣ ସୁଧ ମଧ୍ୟରେ ସମ୍ପୂର୍ଣ୍ଣ ରାଶିକୁ ସରକାର ପରିଶୋଧ କରିବେ ।

ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ରକୁ ଆରବିଆଇ (RBI) ପକ୍ଷରୁ ଋଣ ପରିଶୋଧ କରିବାକୁ ନେଇ ଦିଆଯାଇଥିବା ସମୟ ଅନୁଯାୟୀ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ରିହାତି ଯୋଜନାକୁ ଖୁବଶୀଘ୍ର ଲାଗୁ କରିବା ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

କଣ ଅଟେ ଏହି ଲାଭର ଅବଧି ?

ବିତ୍ତୀୟ ସେବା ବିଭାଗ ଦ୍ଵାରା ଜାରି ଦିଶା ନିର୍ଦ୍ଦେଶ ଅନୁଯାୟୀ ଋଣ ଧାରକ ସମ୍ବନ୍ଧୀୟ ଋଣ ଖାତାରେ ଯୋଜନାର ଲାଭ ନେଇପାରିବେ । ଏହି ଲାଭ ଏକ ମାର୍ଚ୍ଚ, ୨୦୨୦ ଠାରୁ ୩୧ ଅଗଷ୍ଟ, ୨୦୨୦ର ଅବଧି ପାଇଁ ଅଟେ । ଏହା ଅନୁଯାୟୀ ଯେଉଁ ଋଣ ଧାରକଙ୍କ ଉପରେ ୨୯ ଫେବୃଆରୀ ପର୍ଯ୍ୟନ୍ତ ମୋଟ ଋଣ ୨ କୋଟି ଟଙ୍କାରୁ ଅଧିକ ନାହିଁ, ସେମାନେ ଯୋଜନାର ଲାଭ ଉଠାଇବା ପାଇଁ ଉପଯୁକ୍ତ ପାତ୍ର ହେବେ ।

ଏହି ଋଣ ଗୁଡ଼ିକରେ ମିଳିବ ଲାଭ

ଏହି ଯୋଜନା ଅନୁଯାୟୀ ଆବାସ ଋଣ, ଶିକ୍ଷା ଋଣ, କ୍ରେଡିଟ୍ କାର୍ଡ଼, ବାହାନ ଋଣ, ଏମଏସଏମଇ (ସୂକ୍ଷ୍ମ, ଲଘୁ ଏବଂ ମଧ୍ୟବିତ୍ତ ଉଦ୍ୟମ), ଉପଭୋକ୍ତା ଜିନିଷ ପତ୍ର ପାଇଁ ନେଇଥିବା ଋଣ ଓ ଖର୍ଚ୍ଚ ପାଇଁ ଋଣ ଆସିବ ।

ଋଣ ଆକାଉଣ୍ଟକୁ ପୁଣିଥରେ ଫେରିବ ଟଙ୍କା

ଦିଶା ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାନ ପାତ୍ର ଋଣ ଧାରକଙ୍କ ଋଣ ଖାତାର ସମୟ ଅବଧି ସମୟରେ ସୁଧ ଉପରେ ସୁଧ ଓ ସାଧାରଣ ସୁଧ ମଧ୍ୟରେ ଅନ୍ତର ରାଶି ପକାଇବେ । ଏହା ସେହି ସମସ୍ତ ପାତ୍ର ଋଣ ଧାରକଙ୍କ ପାଇଁ ଅଟେ, ଯେଉଁମାନେ ଆରବିଆଇ ଦ୍ୱାରା ୨୭ ମାର୍ଚ୍ଚ ୨୦୨୦ କୁ ଘୋଷିତ ଯୋଜନା ଅନୁଯାୟୀ ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବରେ ଋଣ ଫେରାଇବାକୁ ନେଇ ଦିଆଯାଇଥିବା ରିହାତିର ଲାଭ ଉଠାଇଛନ୍ତି ।

ବିତ୍ତୀୟ ସଂସ୍ଥାନ ସମ୍ବନ୍ଧୀୟ ଋଣ ଧାରକଙ୍କ ଖାତାରେ ରାଶି ପକାଇ ଏହାର ଟଙ୍କା ପରିଶୋଧ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିବେ । ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସରକାରୀ ଅର୍ଥରେ ଏହି ଯୋଜନାର କ୍ରିୟା ବଣ୍ଟନରେ ୬,୫୦୦ କୋଟି ଟଙ୍କାର ବୋଝ ପଡ଼ିବ ।

Be the first to comment

Leave a Reply

Your email address will not be published.


*