କୁଆଡ଼େ ହଜିଗଲେ ଟିଭି ଓ ବଲିଉଡ଼ ଅଭିନେତ୍ରୀ କିଟୁ ଗିଡ଼ବାନୀ ! ଜାଣନ୍ତୁ ସେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ?

ଏକ ସମୟ ଥିଲା ଯେତେବେଳେ କିଟୁ ଗିଡ଼ବାନୀ ଘରେ ଘରେ ପ୍ରସିଦ୍ଧ ଥିଲେ । ଟିଭି ଓ ବଲିଉଡ଼ରେ ସେ ଛାଇ ରହିଥିଲେ । ୧୯୮୬ ରେ ଏକ ଟିଭି ଧାରାବାହିକ ଆସୁଥିଲା ନାମ ଥିଲା ‘ଏୟାର ହୋଷ୍ଟେସ୍’ । ଏହି ଧାରାବାହିକରେ ତାଙ୍କ ଅଭିନୟରୁ ସେ ଦର୍ଶକଙ୍କ ହୃଦୟ ଜିଣି ନେଇଥିଲେ । କିଟୁ ଗିଡ଼ବାନୀ ଆରମ୍ଭରୁ ହିଁ ବହୁତ ସାହସୀ ଓ ଦୃଢ଼ ମହିଳା ଭୂମିକାରେ ଅଭିନୟ କରିଆସିଛନ୍ତି ।

୨୨ ଅକ୍ଟୋବର କିଟୁ ଗିଡ଼ବାନୀଙ୍କ ଜନ୍ମଦିନ ଅଟେ । ତାଙ୍କ ମାତାପିତା ପାକିସ୍ତାନର ସିନ୍ଧରୁ ଭାରତକୁ ଆସିଥିଲେ । ୧୯୬୭ ରେ କିଟୁଙ୍କ ଜନ୍ମ ହୋଇଥିଲା । ଅନେକ ପ୍ରସିଦ୍ଧ ଶୋରେ ନିଜର ଦମଦାର ଅଭିନୟ ବଳରେ ଲୋକଙ୍କୁ ମନୋରଞ୍ଜନ କଲେ । ଯେଉଁଥିରେ ‘ସ୍ୱାଭିମାନ’ ଓ ‘ଜୁନୁନ୍’ ସାମିଲ ରହିଛି କିନ୍ତୁ ହଠାତ କିଟୁ ଗିଡ଼ବାନୀ ଟିଭି ଶୋ ଗୁଡ଼ିକରେ ଦୂରେଇ ଗଲେ ।

ଟିଭି ଜଗତ ଠାରୁ ଦୂରେଇ ଯିବାର କାରଣ ତାଙ୍କୁ ଏକ ଇଣ୍ଟରଭ୍ୟୁ ସମୟରେ ପଚରାଗଲା, ସେତେବେଳେ ସେ କହିଥିଲେ ଯେ “ମୋତେ ବହୁତଗୁଡିଏ ଶୋ ପାଇଁ ସୁଯୋଗ ମିଳିଲା କିନ୍ତୁ ମୁଁ ସେସବୁକୁ ମନା କରିଦେଲି । ମୁଁ ୧୫ ବର୍ଷରେ ଗୋଟିଏ ହେଲେ ଶୋ’ରେ ନଜର ଆସିଲି ନାହିଁ । ‘ଏହା ସେତେବେଳେର କଥା ଯେତେବେଳେ ମୁଁ ଏକ ଧାରାବାହିକରେ କାମ କରୁଥିଲି । ସେହି ଧାରାବାହିକରେ ମୋ ଚରିତ୍ର କେବଳ ତିନି ମାସର ଥିଲା ଯେଉଁଥିରେ ମୋର କେମିୟୋ ରୋଲ ଥିଲା । ସେହି ଶୋ ସମୟରେ ମୁଁ ନିଷ୍ପତ୍ତି ନେଇଥିଲେ ଯେ, ମୁଁ ଆଉ କେବେ ଟିଭି ଧାରାବାହିକ ମାନଙ୍କରେ ଅଭିନୟ କରିବି ନାହିଁ, ଯେତେବେଳେ ପର୍ଯ୍ୟନ୍ତ ମୋତେ କିଛି ନୂଆଁ କରିବା ପାଇଁ ମିଳିବ ନାହିଁ ।”

କିଟୁ ଗିଡ଼ବାନୀଙ୍କ ମତରେ ଟିଭିରେ ବର୍ତ୍ତମାନ ପୂର୍ବଭଳି କଣ୍ଟେଣ୍ଟ ଉପଲବ୍ଧ ନାହିଁ ଏଥିପାଇଁ ସେ ଟିଭି ଶୋ ଠାରୁ ଦୂରେଇ ଗଲେ । ଯଦିଓ ଏହା ପରେ ସେ ଅନେକଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ନଜର ଆସିଛନ୍ତି । ଯେଉଁଥିରେ ‘ଫେସନ୍’, ‘ଜାନେ ତୁ ୟା ଜାନେ ନା’, ‘ସ୍ତୁଡେଣ୍ଟ ଅଫ ଦ ଇୟର’, ‘ଓକେ ଜାନୁ’ ଭଳି ଚଳଚ୍ଚିତ୍ର ଗୁଡ଼ିକ ସାମିଲ ରହିଛି । ଏହି ସମସ୍ତ ଚଳଚ୍ଚିତ୍ରରେ କିଟୁଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଗଲା ।

ସୁଚାଇଦେଉଛୁ ଯେ କିଟୁ ପାଖାପାଖି ୩୦ରୁ ଅଧିକ ବର୍ଷରୁ ଚଳଚ୍ଚିତ୍ର ଓ ଟିଭି ଇଣ୍ଡଷ୍ଟ୍ରିରେ ଅଛନ୍ତି । ସେପକ୍ଷରେ କିଛି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ସେ ସେଠାରୁ ମଧ୍ୟ ବିଶ୍ରାମ ନେଇଗଲେ ଓ ପରେ ସେ କିଛି ଡିଜିଟାଲ ୱେବ୍ ଶୋ’ରେ କାମ କଲେ ।

ଯଦିଓ ୱେବ୍ ଶୋ’ରେ ସେ ବେଶ୍ କିଛି ନାମ ଅର୍ଜନ କରିପାରିଲେ ନାହିଁ ଏଥିପାଇଁ ସେ ଅଭିନୟ ଜଗତରୁ ବ୍ରେକ୍ ନେଇ ଯାଇଛନ୍ତି, ଏବଂ ସେ ଏକ ଅପରିଚିତ ଭାବେ ଜୀବନଯାପନ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*