ବଲିଉଡ଼ର ଏହି ୭ ଜଣ ଅଭିନେତ୍ରୀ କରନ୍ତି ରାଣୀ ଭଳି ଜୀବନ ଅତିବାହିତ କରନ୍ତି, ପୂରଣ କରନ୍ତି ସମସ୍ତ ସ୍ବପ୍ନ !

ବଲିଉଡ଼ ଅଭିନେତା ଅଧିକାଂଶ ସମୟରେ ନିଜ ଅଭିନୟ ସଙ୍ଗେ ସଙ୍ଗେ ନିଜର ଅର୍ଜିତ ଧନ ସମ୍ପତ୍ତି ପାଇଁ ମଧ୍ୟ ଜଣାଶୁଣା । ବଲିଉଡ଼ରେ ଏପରି କିଛି ଅଭିନେତା ଅଛନ୍ତି, ଯେଉଁମାନେ କି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଏହି ଅଭିନେତା ମାନଙ୍କ ବିବାହକୁ କିଛି ବର୍ଷ ବିତିଯାଇଛି, କିନ୍ତୁ ଏମାନେ ବର୍ତ୍ତମାନ ମଧ୍ୟ ନିଜ ଜୀବନସାଥୀଙ୍କୁ ଖୁବ୍ ଭଲ ପାଆନ୍ତି ଓ ତାଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି କଳାକାରଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁମାନେ ନିଜ ସ୍ତ୍ରୀକୁ ଜୀବନରୁ ଅଧିକ ଭଲ ପାଆନ୍ତି ଓ ତାଙ୍କୁ ରାଣୀ ଭଳି ରଖନ୍ତି ।

ଅମିତାଭ ବଚ୍ଚନ – ଜୟା ବଚ୍ଚନ

ମହାନାୟକ ରୂପେ ପରିଚିତ ଅମିତାଭ ବଚ୍ଚନଙ୍କ ବିନା ବଲିଉଡ଼କୁ କଳ୍ପନା କରିବା ଟିକିଏ କଷ୍ଟକର ଅଟେ । ଅମିତାଭ ବଲିଉଡ଼କୁ ଭଲ ଭଲ ଚଳଚ୍ଚିତ୍ର ସବୁ ଭେଟି ଦେଇଛନ୍ତି । ଛାଡ଼ନ୍ତୁ, ଅମିତାଭ ଜୟା ଭାଦୁରୀଙ୍କୁ ୧୯୭୩ରେ ବିବାହ କରିଥିଲେ ଓ ଅମିତାଭ ଆଜି ମଧ୍ୟ ଜୟାଙ୍କୁ ସେତିକି ଭଲ ପାଆନ୍ତି, ଯେତିକି ସେ ୪୦ ବର୍ଷ ଆଗରୁ କରୁଥିଲେ । ଦୁହେଁ ଜୀବନର ସମସ୍ତ ପରିସ୍ଥିତିରେ ଆଜି ମଧ୍ୟ ପରସ୍ପର ସହ ଠିଆ ହୋଇ ରୁହନ୍ତି । କୁହାଯାଏ ଯେ ବଚ୍ଚନ ବାସଭବନର ମାଲିକାଣୀ ଅଟନ୍ତି, ଜୟାଙ୍କ ଅନୁମତି ବିନା ତାଙ୍କ ଘରର କୌଣସି କାର୍ଯ୍ୟ ହୁଏ ନାହିଁ । ଏହା ସ୍ପଷ୍ଟ ଯେ ଅମିତାଭ ବଚ୍ଚନ ଜୟା ବଚ୍ଚନକୁ ଜଳସାର ମହାରାଣୀ ଭଳି ରଖନ୍ତି ।

ଶାହରୁଖ ଖାନ୍ – ଗୌରୀ ଖାନ୍

ବଲିଉଡ଼ର କିଙ୍ଗ ଅଫ ରୋମାନ୍ସ କୁହାଯାଉଥିବା ଅଭିନେତା ଶାହରୁଖ ଖାନ୍ ଓ ଗୌରୀ ୧୯୯୧ରେ ବିବାହ କରିଥିଲେ । ଶାହରୁଖଙ୍କ ନିକଟରେ କୋଟି କୋଟି ଟଙ୍କା ସମ୍ପତ୍ତି ରହିଛି ଏବଂ ତାଙ୍କ ଘରେ ସମସ୍ତ ଆରାମଦାୟକ ଜିନିଷପତ୍ର ରହିଛି କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଶାହରୁଖଙ୍କ ଘରର ମାଲିକାଣୀ ଗୌରୀ ଖାନ୍ ଅଟନ୍ତି । ରୋମାନ୍ସ କିଙ୍ଗ ଆଜି ମଧ୍ୟ ନିଜ ସ୍ତ୍ରୀ ଗୌରୀଙ୍କୁ ସେତିକି ଭଲ ପାଆନ୍ତି, ଯେତିକି ବିବାହ ଆଗରୁ ପାଉଥିଲେ ।

ଅକ୍ଷୟ କୁମାର – ଟ୍ଵିଙ୍କଲ ଖାନ୍ନା

ବଲିଉଡ଼ ଖିଲାଡ଼ି କୁମାର ଅର୍ଥାତ ଅକ୍ଷୟ କୁମାର ୧୮ ବର୍ଷ ପୂର୍ବରୁ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ । ଅକ୍ଷୟ ଓ ଟ୍ଵିଙ୍କଲଙ୍କ ଯୋଡ଼ି ବଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଯୋଡ଼ି ମଧ୍ୟରୁ ଅନ୍ୟତମ । ଏହି ଦମ୍ପତିକୁ ଫ୍ୟାନ୍ସ ମାନେ ମଧ୍ୟ ଖୁବ୍ ପସନ୍ଦ କରନ୍ତି । ବିବାହର ଏତେ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଅକ୍ଷୟ ଓ ଟ୍ଵିଙ୍କଲଙ୍କ ମଧ୍ୟରେ ଭଲ କେମିଷ୍ଟ୍ରି ରହିଛି । କୁହାଯାଏ ଯେ ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ରହିଛି । ଗୋଟିଏ ପକ୍ଷରେ ଅକ୍ଷୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ରୁହନ୍ତି ଅନ୍ୟପକ୍ଷରେ ଟ୍ଵିଙ୍କଲ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟ ସମ୍ଭାଳନ୍ତି ।

ଅଜୟ ଦେବଗନ – କାଜଲ

ବଲିଉଡ଼ର ମେଡ୍ ଫର ଇଚ ଅଦର ଯୋଡ଼ି ସୂଚୀରେ ସାମିଲ ଥିବା ଅଜୟ ଦେବଗନ ଓ କାଜଲଙ୍କ ଯୋଡ଼ି ମଧ୍ୟ ସାମିଲ ରହିଛି । ଅଜୟ ସ୍ୱଭାବର ଖୁବ୍ ଗମ୍ଭୀର ଅଟନ୍ତି, କିନ୍ତୁ କାଜଲଙ୍କ ପ୍ରତି ସେ ବିନମ୍ର ରୁହନ୍ତି । ଯଦିଓ ଗୋଟିଏ ପକ୍ଷରେ ଅଜୟ ଗମ୍ଭୀର ସ୍ୱଭାବର ଓ ଅନ୍ୟପକ୍ଷରେ କାଜଲ ଚୁଲବୁଲି ପ୍ରକୃତିର ଅଟନ୍ତି । ତାଙ୍କ ବୈବାହିକ ଜୀବନକୁ ୨୧ ବର୍ଷ ବିତିଯାଇଛି, କିନ୍ତୁ ଆଜି ମଧ୍ୟ ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଆନ୍ତି । ରିପୋର୍ଟ ଅନୁଯାୟୀ କାଜଲଙ୍କୁ ଅଜୟ ମହାରାଣୀ ଭଳି ରଖନ୍ତି ଓ ଯେକୌଣସି କାର୍ଯ୍ୟ ହେଉ ନା କାହିଁକି ସେ କାଜଲଙ୍କୁ ନ ପଚାରି କରନ୍ତି ନାହିଁ । ଏତିକି ଯେ ଅଜୟଙ୍କ ମାଁଙ୍କୁ କେବେମଧ୍ୟ କିଛି ସାହାଯ୍ୟ ଆବଶ୍ୟକତା ଥିଲେ ସେ ଅଜୟଙ୍କୁ ନୁହେଁ ବରଂ କାଜଲଙ୍କୁ ସମ୍ପର୍କ କରନ୍ତି ।

ରିତେଶ ଦେଶମୁଖ – ଜେନେଲିୟା ଡିସୁଜା

ବଲିଉଡ଼ର ସବୁଠାରୁ ସର୍ବଶ୍ରେଷ୍ଠ ଦମ୍ପତି ସୂଚୀରେ ରିତେଶ ଦେଶମୁଖ ଓ ଜେନେଲିୟାଙ୍କ ନାମ ମଧ୍ୟ ଆସେ, ଏମାନଙ୍କ ଯୋଡ଼ିକୁ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଖୁବ ପସନ୍ଦ କରନ୍ତି । ରିତେଶ ଓ ଜେନେଲିୟା ୨୦୧୨ ରେ ପରସ୍ପରକୁ ବିବାହ କରିଥିଲେ, କିନ୍ତୁ ବର୍ତ୍ତମାନ ବିବାହର ୮ ବର୍ଷ ପରେ ମଧ୍ୟ ଦୁହିଁଙ୍କ ଭଲପାଇବା ପରସ୍ପର ପ୍ରତି କମିନାହିଁ । ଦୁହେଁ ଅଧିକାଂଶ ସମୟରେ ନିଜ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରନ୍ତି ।

ଶାହୀଦ କପୂର – ମୀରା ରାଜପୁତ

ଶାହୀଦ କପୂର ୨୦୧୫ ରେ ନିଜଠାରୁ ୧୩ ବର୍ଷ ଛୋଟ ମୀରା ରାଜପୁତଙ୍କୁ ବିବାହ କରିଥିଲେ, କିନ୍ତୁ ତାଙ୍କ ବୟସର ଅନ୍ତର ତାଙ୍କ ପ୍ରେମ ମଧ୍ୟରେ ଆସିପାରିଲା ନାହିଁ । ଶାହୀଦ ନିଜ ସ୍ତ୍ରୀକୁ ମହାରାଣୀ ଭଳି ରଖନ୍ତି ଓ ତାଙ୍କୁ ଜୀବନରୁ ଅଧିକ ଭଲ ପାଆନ୍ତି । ଶାହୀଦ ଆଗରୁ ଟିକିଏ ଚୁଲ୍ ବୁଲ୍ ଓ ଇସ୍କମିଜାଜ ପ୍ରକୃତିରେ ଥିଲେ ସତ କିନ୍ତୁ ବିବାହ ପରେ ସେ ମୀରାଙ୍କ ପ୍ରତି ବିଶ୍ୱସନୀୟ ରୁହନ୍ତି । ବିବାହ ପରେ ତାଙ୍କର କେବେ କୌଣସି ଅଭିନେତ୍ରୀ ସହିତ ନାମ ଜଡ଼ିତ ହୋଇ ନାହିଁ । ଶାହୀଦ ନିଜର ସମସ୍ତ ସମୟ ନିଜ ସ୍ତ୍ରୀ ଓ ସନ୍ତାନ ସହିତ ଅତିବାହିତ କରନ୍ତି । ସୂଚନାଥାଉକି ସେ ଦୁହେଁ ଦୁଇଟି ଶିଶୁର ମାତାପିତା ଅଟନ୍ତି ।

ଅଭିଷେକ ବଚ୍ଚନ – ଐଶ୍ଚର୍ଯ୍ୟା ରାୟ ବଚ୍ଚନ

ଅଭିଷେକ ବଚ୍ଚନ ମଧ୍ୟ ନିଜ ସ୍ତ୍ରୀ ଐଶ୍ଚର୍ଯ୍ୟାଙ୍କ ପ୍ରତି ଖୁବ୍ ବିଶ୍ୱସନୀୟ ଅଟନ୍ତି । ଏହି ଦମ୍ପତିଙ୍କୁ ବିବାହକୁ ୧୩ ବର୍ଷ ବିତିଯାଇଛି, କିନ୍ତୁ ଆଜି ମଧ୍ୟ ଦୁହିଁଙ୍କ ମଧ୍ୟରେ ସେତିକି ଭଲ ପାଇବା ରହିଅଛି । ଅଭି-ଏଶ ବଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଯୋଡ଼ି ମଧ୍ୟରୁ ଅନ୍ୟତମ ଅଟନ୍ତି । ଦୁହିଁଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖାଯାଏ । ଏହି ଦମ୍ପତିଙ୍କ ଏକ ଝିଅ ଅଛନ୍ତି ଯାହାଙ୍କ ନାମ ହେଉଛି ଆରଧ୍ୟା ବଚ୍ଚନ ।

Be the first to comment

Leave a Reply

Your email address will not be published.


*