ବଲିଉଡର ଏହି ଅଭିନେତ୍ରୀ ମାନେ ସାବ୍ୟସ୍ତ ହୋଇଛନ୍ତି ସବୁଠାରୁ ଭଲ ଭାଉଜ ! ଦିଅର ମାନଙ୍କ ପାଖରେ ହୃଦୟରେ ରହନ୍ତି, ଜାଣନ୍ତୁ ସେମାନେ କିଏ ଅଟନ୍ତି ?

ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମାନେ ନିଜର ସୌନ୍ଦର୍ଯ୍ୟ ଏବଂ ଲୁକ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏହା ସହିତ ଏହି ଅଭିନେତ୍ରୀମାନେ ନିଜର ବ୍ୟକ୍ତିଗତ ଜୀବନ ଏବଂ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡର କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନଙ୍କର ଶାଶୁଘରେ ନିଜ ଦିଅର ମାନଙ୍କ ସହ ବହୁତ ଭଲ ସମ୍ପର୍କ ରହିଛି । ଏବଂ ଏହି ଅଭିନେତ୍ରୀମାନେ ନିଜ ଦିଅରଙ୍କୁ ନିଜର ସର୍ବୋତ୍ତମ ବନ୍ଧୁ ଭାବରେ ବିବେଚନା କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଭିନେତ୍ରୀମାନଙ୍କର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ରହିଛି ।

ପ୍ରିୟଙ୍କା ଚୋପ୍ରା:-

ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ବିସ୍ତାର କରିଥିବା ପ୍ରିୟଙ୍କା ଚୋପ୍ରା ୨୦୧୮ ମସିହାରେ ଆନ୍ତର୍ଜାତୀୟ ପପ ତାରକା ନିକ୍ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ପ୍ରିୟଙ୍କାଙ୍କ ବିବାହର ଚର୍ଚ୍ଚା କେବଳ ଦେଶରେ ନୁହେଁ ବରଂ ବିଦେଶ ପର୍ଯ୍ୟନ୍ତ ରହିଥିଲା । କହିରଖୁଛୁ ଯେ ପ୍ରିୟଙ୍କାଙ୍କ ଶାଶୁଘର ଲୋକମାନେ ବିଦେଶୀ ହୋଇପାରନ୍ତି,  କିନ୍ତୁ ସେମାନଙ୍କର ଚିନ୍ତାଧାରା ସମ୍ପୂର୍ଣ୍ଣ ଭାରତୀୟ ମାନଙ୍କ ଭଳି ଅଟେ ଏବଂ ସେମାନେ ପ୍ରିୟଙ୍କା ଚୋପ୍ରାଙ୍କୁ ବହୁତ ଭଲପାଇବା ଦେଇଛନ୍ତି ଏବଂ ତାଙ୍କୁ ବୋହୂ ଭାବରେ ସ୍ୱୀକାର କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ଶାଶୁଘର ବିଷୟରେ କହିବାକୁ ଗଲେ ପ୍ରିୟଙ୍କାଙ୍କ ପରିବାରରେ ଦୁଇଜଣ ଦେଢ଼ଶୁର ଏବଂ ଜଣେ ଦିଅର ଅଛନ୍ତି । ଏହି ସମସ୍ତଙ୍କ ସହିତ ପ୍ରିୟଙ୍କାଙ୍କର ବହୁତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ପ୍ରିୟଙ୍କା ପ୍ରାୟତଃ ନିଜ ଦିଅରଙ୍କ ସହିତ ଫୋଟ ସେୟାର କରନ୍ତି, ଯେଉଁଥିରୁ ଜଣାପଡେ ଯେ ତାଙ୍କ ସମ୍ପର୍କ ନିଜ ଦେଢ଼ଶୁର ଏବଂ ଦିଅରଙ୍କ ସହ ବହୁତ ଭଲ ଅଟେ । ଏଥିସହିତ ନିଜ ଦିଅର ଫ୍ରାଙ୍କିଙ୍କ ସହିତ ପ୍ରିୟଙ୍କା ପ୍ରାୟତଃ ଫଟୋ ସେୟାର କରନ୍ତି, ଯାହାଦ୍ୱାରା ଭାଉଜ ଏବଂ ଦିଅରଙ୍କ ଭଲପାଇବା ସ୍ପଷ୍ଟ ଭାବରେ ଦେଖାଯାଏ ।

ରାନୀ ମୁଖାର୍ଜୀ:-

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କର ମଧ୍ୟ ନିଜ ଦିଅରଙ୍କ ସହିତ ବହୁତ ଭଲ ସମ୍ପର୍କ ରହିଛି । ରାନୀ ମୁଖାର୍ଜୀଙ୍କର ଦିଅରଙ୍କ ନାମ ଉଦୟ ଚୋପ୍ରା ଅଟେ । ଉଦୟ ମଧ୍ୟ ରାନୀଙ୍କ ସହ ମୁଝସେ ଦୋସ୍ତି କରୋଗେ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଉଦୟ ରାନୀଙ୍କର ବହୁତ ଭଲ ବନ୍ଧୁ ଅଟନ୍ତି ଏବଂ ଦିଅର ହେବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାମଣା ମଧ୍ୟ ବହୁତ ଭଲ ରହିଛି ।

ବିଦ୍ୟା ବାଲାନ:-

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି ଏବଂ ବିଦ୍ୟାଙ୍କର ଦୁଇଜଣ ଦିଅର ଅଛନ୍ତି , ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ଆଦିତ୍ୟ ରୟ କପୁର ଏବଂ ଅନ୍ୟଜଣଙ୍କର ନାମ କୁନାଲ ରୟ କପୁର ଅଟେ ଏବଂ ବିଦ୍ୟାଙ୍କର ଏହି ଦୁଇଜଣ ଦିଅରଙ୍କ ସହ ବହୁତ ଭଲ ବନ୍ଧନ ରହିଛି ଏବଂ ପ୍ରାୟତଃ ବିଦ୍ୟା ତାଙ୍କ ଦିଅର ସହ ନଜର ଆସନ୍ତି । କହିରଖୁଛୁ ଯେ ଆଦିତ୍ୟ ରୟ କପୁର ବିଦ୍ୟାଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ଅଟନ୍ତି ଏବଂ ତାଙ୍କ ଅଭିନୟର ଦିୱାନା ଅଟନ୍ତି ଏବଂ ଅନେକ ସମୟରେ ସେ ଏହି କଥା ନିଜେ ମିଡିଆ ଆଗରେ ସ୍ୱୀକାର କରିଛନ୍ତି ।

ମୀରା କପୁର:-

ମୀରା କପୁର ବଲିଉଡ ଅଭିନେତା ଶାହୀଦ କପୁରଙ୍କୁ ବିବାହ କରିଛନ୍ତି ଏବଂ ଏହି ଯୋଡି ବଲିଉଡର ସବୁଠାରୁ ରୋମାଣ୍ଟିକ୍ ଯୋଡି ମଧ୍ୟରୁ ଅନ୍ୟତମ ଅଟନ୍ତି । କହିରଖୁଛୁ ଯେ ମୀରା କେବେ ମଧ୍ୟ ଚଳଚ୍ଚିତ୍ରରେ କାମ କରିନାହାଁନ୍ତି କିନ୍ତୁ ସୁନ୍ଦରତା ମାମଲାରେ ସେ କାହାଠାରୁ କମ୍ ନୁହଁନ୍ତି । ଶାହୀଦ ନିଜ ଭାଇ ଇଶାନ ଖର୍ତ୍ତରଙ୍କୁ ବହୁତ ଭଲ ପାଆନ୍ତି ଏବଂ ମୀରା କପୁରଙ୍କର ମଧ୍ୟ ନିଜ ଦିଅରଙ୍କ ସହ ଭଲ ବନ୍ଧନ ରହିଛି ଏବଂ ଏମାନେ ଦୁହେଁ ପରସ୍ପରକୁ ସେମାନଙ୍କର ସର୍ବୋତ୍ତମ ବନ୍ଧୁ ଭାବରେ ବିବେଚନା କରନ୍ତି ଏବଂ ଏହିକଥାର ପ୍ରମାଣ ଏହି ଫୋଟ ଦେଉଅଛି, ଯାହାକୁ ମୀରା ପ୍ରାୟତଃ ସେୟାର କରିଥାନ୍ତି ।

ମଲାଇକା ଆରୋଡ଼ା:-

ମଲାଇକା ଆରୋଡ଼ା, ଅରବାଜ ଖାନଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବିବାହ ବେଶୀ ଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ ଏବଂ ଏମାନଙ୍କର ଛାଡପତ୍ର ହୋଇଗଲା କିନ୍ତୁ ମଲାଇକା ଆରୋଡ଼ାଙ୍କର ବନ୍ଧନ ଅରବାଜଙ୍କ ସାନଭାଇ ସୋହେଲ ଖାନଙ୍କ ସହ ବହୁତ ଭଲ ଥିଲା ଏବଂ ମଲାଇକା ଆରୋଡ଼ା ସୋହେଲଙ୍କୁ ନିଜର ସବୁଠାରୁ ଭଲ ବନ୍ଧୁ ଭାବରେ ବିବେଚନା କରୁଥିଲେ ଏବଂ ଏମାନଙ୍କ ସମ୍ପର୍କ ଆଜି ମଧ୍ୟ ପୂର୍ବପରି ରହିଛି । କହିରଖୁଛୁ ଯେ ସୋହେଲଙ୍କ ପତ୍ନୀ ସୀମା ଖାନଙ୍କ ସହ ମଧ୍ୟ ମଲାଇକା ଆରୋଡ଼ାଙ୍କର ବହୁତ ଭଲ ସମ୍ପର୍କ ରହିଛି ଏବଂ ପ୍ରାୟତଃ ମଲାଇକା ଆରୋଡ଼ା ଏମାନଙ୍କ ସହ ଫୋଟ ସେୟାର କରନ୍ତି ।

Be the first to comment

Leave a Reply

Your email address will not be published.


*