ରାଣୀଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କାଙ୍କ ପର୍ଯ୍ୟନ୍ତ ବଲିଉଡର ଏହି ଅଭିନେତ୍ରୀମାନେ ଦିଅର ମାନଙ୍କର ହୃଦୟରେ ରାଜ୍ କରନ୍ତି !

ବଲିଉଡ ଅଭିନେତ୍ରୀମାନେ ପ୍ରାୟତଃ ସେମାନଙ୍କର ଗ୍ଲାମରସ୍ ଏବଂ ସୁନ୍ଦର ଶୈଳୀ ପାଇଁ ଜଣାଯାଆନ୍ତି, କିନ୍ତୁ ଏହି ଅଭିନେତ୍ରୀମାନଙ୍କର ଯେତେବେଳେ ବିବାହ ହୁଏ, ତାହାପରେ ମଧ୍ୟ କିଛି ଅଭିନେତ୍ରୀ ନିଜ କ୍ୟାରିଅର ଏବଂ ପରିବାରକୁ ବହୁତ ଭଲ ଭାବରେ ବ୍ୟବସ୍ଥିତ କରନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନଙ୍କୁ ଏହା ଜାଣିବାକୁ ଆଗ୍ରହ ରହିଥାଏ ଯେ ଅଭିନେତ୍ରୀ ମାନେ ବ୍ୟସ୍ତ କାର୍ଯ୍ୟସୂଚୀରେ ନିଜ ପରିବାର ସହିତ କିପରି ସମ୍ପର୍କକୁ ଅତିବାହିତ କରନ୍ତି । ବିବାହ ଦ୍ୱାରା ସମ୍ପର୍କ କେବଳ ସ୍ୱାମୀଙ୍କ ସହିତ ନୁହେଁ ବରଂ ଅନ୍ୟାନ୍ୟ ସମ୍ପର୍କ ମଧ୍ୟ ଜଡିତ ହୋଇଥାଏ । ଉଦାହରଣ ସ୍ୱରୂପ ଭାଉଜ, ନଣନ୍ଦ ଏବଂ ଦିଅରଙ୍କର । ଏଥି ମଧ୍ୟରୁ ଦିଅରଙ୍କର ସମ୍ପର୍କ ସବୁଠାରୁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ତେଣୁ କିଛି ବଲିଉଡ ଅଭିନେତ୍ରୀ ନିଜ ଦିଅରଙ୍କ ସହ ଚମତ୍କାର ବନ୍ଧନ ବାଣ୍ଟିଛନ୍ତି । ଏଥିମଧ୍ୟରୁ କେତେକ ନିଜ ଦିଅରଙ୍କୁ ବନ୍ଧୁ କରି ନେଇଥିବାବେଳେ କେତେକ ନିଜ ଦିଅରଙ୍କୁ ଭାଇ ବୋଲି ଭାବନ୍ତି । ଆସନ୍ତୁ ଦେଖିବା, ଏହି ଅଭିନେତ୍ରୀମାନଙ୍କ ସମ୍ପର୍କ ସେମାନଙ୍କ ଦିଅରଙ୍କ ସହିତ କିପରି ଅଟେ ।

ପ୍ରିୟଙ୍କା ଚୋପ୍ରା:-

ବଲିଉଡର ଦେଶୀ ଗାର୍ଲ ଭାବେ ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ୨୦୧୮ ମସିହାରେ ଆମେରିକୀୟ ପପ୍ ଗାୟକ ନିକ୍ ଜୋନାସଙ୍କୁ ବିବାହ କରିଥିଲେ । ତେଣୁ ପ୍ରିୟଙ୍କାଙ୍କ ଶାଶୁଘର ଲୋକମାନେ ଆମେରିକୀୟ ଅଟନ୍ତି, କିନ୍ତୁ ସମ୍ପର୍କ ସମ୍ବନ୍ଧରେ ସେମାନେ ଠିକ୍ ଭାରତୀୟଙ୍କ ପରି ଅଟନ୍ତି । ନିକ୍ ଏବଂ ତାଙ୍କ ପରିବାରକୁ ଭାରତୀୟ ସଂସ୍କୃତି ବହୁତ ପସନ୍ଦ ଅଟେ । ପ୍ରିୟଙ୍କାଙ୍କର ୨ ଜଣ ଦେଢଶୁର ଏବଂ ଜଣେ ଦିଅର ଅଛନ୍ତି । ପ୍ରିୟଙ୍କା ଉଭୟ ଦେଢଶୁରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଥିବାବେଳେ ନିଜ ଭାଉଜ ଫ୍ରାଙ୍କି ଜୋନାସଙ୍କୁ ନିଜ ଭାଇ ବୋଲି ଭାବନ୍ତି । ପ୍ରିୟଙ୍କା ଏବଂ ଫ୍ରାଙ୍କିଙ୍କର ଅନେକ ଫୋଟ ସର୍ବସାଧାରଣ ପ୍ଲାଟଫର୍ମରେ ଅଛି, ଯାହା ଏହି କଥାର ପ୍ରମାଣ ଦେଇଥାଏ ଯେ ଦୁହିଁଙ୍କ ବନ୍ଧନ କେତେ ଜବରଦସ୍ତ ଅଟେ ।

ରାନୀ ମୁଖାର୍ଜୀ:-

ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା ୨୦୧୪ ମସିହାରେ ପରସ୍ପରକୁ ବିବାହ କରିଥିଲେ କିନ୍ତୁ ରାନୀ ପୂର୍ବରୁ ହିଁ ନିଜ ଦିଅର ଉଦୟଙ୍କର ବହୁତ ଭଲ ବନ୍ଧୁ ଥିଲେ । ଉଭୟେ ଫିଲ୍ମ ମୁଝସେ ଦୋସ୍ତି କରୋଗେରେ ଏକାଠି କାମ କରିଥିଲେ ଏବଂ ସେବେଠାରୁ ଉଭୟଙ୍କର ବହୁତ ଗଭୀର ବନ୍ଧୁତା ଅଛି ଏବଂ ବିବାହ ପରେ ମଧ୍ୟ ଉଭୟେ ଭାଉଜ ଦିଅର ଅପେକ୍ଷା ବନ୍ଧୁତ୍ୱର ସମ୍ପର୍କ ରଖିଥିଲେ ।

ବିଦ୍ୟା ବାଲାନ:-

ପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟା ବାଲାନ ୨୦୧୨ ମସିହାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ରଏ କପୁରଙ୍କୁ ବିବାହ କରିଥିଲେ । କହିରଖୁଛୁ ଯେ ବିଦ୍ୟା ବାଲାନଙ୍କର ୨ ଜଣ ଦିଅର, ଆଦିତ୍ୟ ରଏ କପୁର ଏବଂ କୁନାଲ ରଏ କପୁର ଅଛନ୍ତି । ବିଦ୍ୟା ଏହି ଉଭୟଙ୍କ ସହିତ ବହୁତ ଭଲ ବନ୍ଧନ ଅଂଶୀଦାର କରନ୍ତି । ବିଦ୍ୟା ସର୍ବଦା ଆଦିତ୍ୟ ଏବଂ କୁନାଲଙ୍କୁ ସମର୍ଥନ କରୁଥିବାର ଦେଖାଯାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଭିନେତା ଆଦିତ୍ୟ ରୟ କପୁରଙ୍କୁ ବିଦ୍ୟା ବାଲାନର ଜବରା ଫେନ୍ କୁହାଯାଏ । ତାଙ୍କୁ ବିଦ୍ୟାଙ୍କର ସୁନ୍ଦର ଅଭିନୟ ବହୁତ ଭଲ ଲାଗେ । ଆଦିତ୍ୟ ନିଜେ ଗଣମାଧ୍ୟମ ଆଗରେ ଏହି କଥା ସ୍ୱୀକାର କରିଛନ୍ତି ।

ମୀରା ରାଜପୁତ-ଇଶାନ୍ ଖର୍ତ୍ତର

ବଲିଉଡର ଆକର୍ଷଣୀୟ ତଥା ମୋଷ୍ଟ ହ୍ୟାଣ୍ଡସମ୍ ଅଭିନେତାମାନଙ୍କ ମଧ୍ୟରେ ଥିବା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ନିଜ ଦିଅର ଇଶାନ ଖର୍ତ୍ତରଙ୍କ ସହ ବହୁତ ଭଲ ସମ୍ପର୍କ ଅଛି । ବାସ୍ତବରେ ଶାହିଦ ତାଙ୍କ ଭାଇ ଇଶାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହି କାରଣରୁ ମୀରା ମଧ୍ୟ ଇଶାନଙ୍କୁ ତାଙ୍କ ସାନ ଭାଇ ବୋଲି ଭାବନ୍ତି । ସୋସିଆଲ ମିଡିଆରେ ମୀରା ଏବଂ ଇଶାନଙ୍କ ଏହିପରି ଅନେକ ଫୋଟ ରହିଛି, ଯାହା ଏହି କଥାର ସାକ୍ଷ୍ୟ ଯେ ଉଭୟଙ୍କ ସମ୍ପର୍କ ବହୁତ ଭଲ ଅଟେ ।

ସୁନୀତା କପୁର:-

ଅତୀତର ବିଶିଷ୍ଟ ଅଭିନେତା ଅନିଲ କପୁର ନିଜ ଜୀବନ ସାଥୀ ସୁନୀତା କପୁରଙ୍କ ସହ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି । ଅନିଲ ସବୁବେଳେ ସୁନୀତାଙ୍କୁ ନିଜ ଖୁସିର ଶ୍ରେୟ ଦେଇଥାନ୍ତି, ସେ କୁହନ୍ତି ଯେ ସୁନୀତା ହିଁ ସମଗ୍ର ଘରକୁ ଏକ ପ୍ରେମ ଡୋରିରେ ବାନ୍ଧି ରଖିଛନ୍ତି । କହିରଖୁଛୁ ଯେ ସୁନୀତା ନିଜ ଦିଅର ସଞ୍ଜୟ କପୁରଙ୍କ ସହିତ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରନ୍ତି, ଦୁହିଁଙ୍କର ସମ୍ପର୍କ ଭାଇ ଓ ଭଉଣୀ ଭଳି ଅଟେ । ସୁନୀତା ନିଜ ଦିଅର ସଞ୍ଜୟ କପୁରଙ୍କୁ ବହୁତ ଭଲ ପାଉଥିବା ବେଳେ ସଞ୍ଜୟ ମଧ୍ୟ ନିଜ ଭାଉଜଙ୍କୁ ବହୁତ ସମ୍ମାନ କରନ୍ତି ।

ମଲାଇକା ଆରୋଡ଼ା:-

ଯଦିଓ ବର୍ତ୍ତମାନ ମଲାଇକା ଏବଂ ଅରବାଜଙ୍କ ମଧ୍ୟରେ ସବୁକିଛି ସମାପ୍ତ ହୋଇସାରିଛି, ତଥାପି ଅରବାଜଙ୍କ ଭାଇ ସୋହେଲଙ୍କ ସହ ମଲାଇକାଙ୍କ ସମ୍ପର୍କ ବହୁତ ଭଲ ଅଛି । ମଲାଇକା ଏବଂ ସୋହେଲ ଖାନଙ୍କ ସମ୍ପର୍କ ଆରମ୍ଭରୁ ଜଣେ ବନ୍ଧୁ ପରି ରହିଆସିଛି ଏବଂ ଦୁହେଁ ପରସ୍ପରକୁ ଆଜି ମଧ୍ୟ ବହୁତ ସମ୍ମାନ କରନ୍ତି । କୁହାଯାଏ ଯେ ସୋହେଲଙ୍କ ପତ୍ନୀ ସୀମା ଖାନ୍ ଏବଂ ମଲାଇକାଙ୍କର ବହୁତ ଭଲ ସମ୍ପର୍କ ରହିଛି ।

Be the first to comment

Leave a Reply

Your email address will not be published.


*