୧୪ ବର୍ଷ ବୟସରେ ୫୫ବର୍ଷ ଚାକରାଣୀ ସହିତ ରଖିଥିଲେ ଅବୈଧ ସମ୍ପର୍କ, ବିବାଦରେ ଘେରି ରହିଥିଲା ଓମ୍ ପୁରୀଙ୍କ ଜୀବନ !

୧୪ ବର୍ଷ ବୟସରେ ୫୫ବର୍ଷ ଚାକରାଣୀ ସହିତ ରଖିଥିଲେ ଅବୈଧ ସମ୍ପର୍କ, ବିବାଦରେ ଘେରି ରହିଥିଲା ଓମ୍ ପୁରୀଙ୍କ ଜୀବନ !

ଅଭିନେତା ଓମ୍ ପୁରୀଙ୍କ ଦେହାନ୍ତ ୨୦୧୭ରେ ହୋଇଥିଲା । ୬୬ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଥିଲେ । କିନ୍ତୁ ଆଜି ମଧ୍ୟ ଓମ ପୁରୀଙ୍କୁ ମନେ ପକାଯାଇଥାଏ ଏବଂ ତାଙ୍କ ଫିଲ୍ମକୁ ଲୋକ ବହୁତ ପସନ୍ଦ କରିଥାନ୍ତି । ଓମ୍ ପୁରୀଙ୍କ ଜୀବନ ସର୍ବଦା ବିବାଦରେ ଘେରି ହୋଇରହିଥିଲା ଏବଂ ସେ ସର୍ବଦା ଚର୍ଚ୍ଚାରେ ରହୁଥିଲେ ।

ନିଜ ଚାକରାଣୀ ସହିତ ପ୍ରେମ କରିବା ତାଙ୍କ ଜୀବନର ସବୁଠାରୁ ବଡ଼ କଣ୍ଟ୍ରୋଭର୍ସି ବୋଲି ବିଶ୍ୱାସ କରାଯାଏ । ଓମ୍ ପୁରୀଙ୍କ ପତ୍ନୀ ତାଙ୍କ ଉପରେ ଅଭିଯୋଗ କରିଥିଲେ କି ତାଙ୍କ ସମ୍ପର୍କ ଘରର ଚାକରାଣୀ ସହ ଥିଲା । ଯାହାକୁ ଓମ୍ ପୁରୀ ମଧ୍ୟ ମାନିଥିଲେ ଏବଂ କହିଥିଲେ କି ସେ ତାଙ୍କୁ ଭଲ ପାଉଥିଲେ ।

* ଚାକରାଣୀ ସହ ସମ୍ପର୍କ ରଖିଥିଲେ

ଓମ୍ ପୁରୀଙ୍କ ପତ୍ନୀ ନନ୍ଦିତା ତାଙ୍କ ଉପରେ ଏକ ବହି ଲେଖିଥିଲେ । ଯାହାର ନାମ ‘ଅନଲାଇକଲି ହିରୋ:ଓମ୍ ପୁରୀ ଥିଲା । ଏହି ବହିରେ ନନ୍ଦିତା ଖୁଲାସା କରିଥିଲେ କି ଓମ୍ ପୁରୀ ନିଜ ଚାକରାଣୀ ସହ ଅବୈଧ ସମ୍ବନ୍ଧ ରଖିଥିଲେ । ସେ ଲେଖିଥିଲେ କି ଓମ୍ ପୁରୀ ସେତେବେଳେ ୧୪ବର୍ଷର ଥିଲେ । ଯେତେବେଳେ ସେ ପ୍ରଥମ ଥର ପାଇଁ କୌଣସି ମହିଳା ସହିତ ଶାରୀରିକ ସମ୍ବନ୍ଧ ରଖିଥିଲେ । ଓମଙ୍କ ମାମୁଁଙ୍କ ଘରେ ୫୫ବର୍ଷର ଚାକରାଣୀ କାମ କରୁଥିଲେ, ଯାହା ସହିତ ଓମଙ୍କ ସମ୍ପର୍କ ଥିଲା । ନନ୍ଦିତା ପୁରି ବହିରେ ଏହା ମଧ୍ୟ ଲେଖିଥିଲେ କି ଓମଙ୍କୁ ପିଲାବେଳୁ ହିଁ ଅଧିକ ବୟସର ମହିଳା ଭଲ ଲାଗୁଥିଲେ । ଯେଉଁ କାରଣରୁ ସେ ୫୫ବର୍ଷର ଚାକରାଣୀ ସହିତ ସମ୍ବନ୍ଧ ରଖିଥିଲେ । ଏହା ପରେ ସେ ତାଙ୍କ ଦ୍ୱିତୀୟ ଚାକରାଣୀ ଲଷ୍ମୀ ସହିତ ମଧ୍ୟ ସମ୍ପର୍କ
ରଖିଥିଲେ ।

* ଅଭିଯୋଗ ଉପରେ ଖୋଲାଖୋଲି ଭାବରେ କଥା କହିଥିଲେ ଓମ୍ ପୁରୀ

ନିଜ ପତ୍ନୀଙ୍କ ଏହି ଅଭିଯୋଗରେ ଓମ୍ ପୁରୀ ଖୋଲାଖୋଲି ଭାବରେ ନିଜ କଥା ରଖିଥିଲେ ଏବଂ କହିଥିଲେ କି ଯେତେବେଳେ ମୁଁ ୧୪ବର୍ଷର ଥିଲି, ସେତେବେଳେ ମୋ ସମ୍ବନ୍ଧ ୫୫ବର୍ଷର ଚାକରାଣୀ ସହିତ ଥିଲା । ସେହି ସମୟ ମୋ ବୟସ କମ୍ ଥିଲା । ଏଥିରେ ସେହି ଚାକରାଣୀର ଭୁଲ୍ ଥିଲା । ୩୭ବର୍ଷ ବୟସରେ ଓମ୍ ପୁରୀ ଫୁଣିଥରେ ଏକ ଚାକରାଣୀ ସହିତ ସମ୍ବନ୍ଧ ରଖିଥିଲେ । ଯାହାଉପରେ ଓମ୍ ପୁରୀ ସ୍ପଷ୍ଟୀକରଣ କରି କହିଥିଲେ କି ଲକ୍ଷ୍ମୀ ତାଙ୍କ ଘରର ଚାକରାଣୀ ନଥିଲା । ସେ ତାଙ୍କ ବାପାଙ୍କୁ ଦେଖାଶୁଣା କରୁଥିଲା । ଲକ୍ଷ୍ମୀ ସହିତ ଯେତେବେଳେ ମୋ ସମ୍ବନ୍ଧ ହୋଇଥିଲା, ସେତେବେଳେ ମୁଁ ବିବାହିତ ନଥିଲି । ମୁଁ ଲକ୍ଷ୍ମୀଙ୍କୁ ଭଲ ପାଉଥିଲି । ଏପରି ପରିସ୍ଥିତିରେ, ମୁଁ କିପରି ଭୁଲ୍ ହୋଇପାରିବି ?

* ୨ଟି ବିବାହ କରିଥିଲେ

ଓମ୍ ପୁରୀ ୨ଟି ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ସୀମା ଥିଲା । ଯାହାଙ୍କ ଠାରୁ ଛାଡପତ୍ର ନେଇ ସେ ନନ୍ଦିତା ପୁରୀ ସହ ବିବାହ କରିଥିଲେ । ନନ୍ଦିତା ଏବଂ ଓମଙ୍କ ମଧ୍ୟରେ ଦୂରତା ଆସିବା ଆରମ୍ଭ ହୋଇଥିଲା । କାରଣ ନନ୍ଦିତା, ଓମ୍ ପୁରୀଙ୍କ ସବୁ ରହସ୍ୟ ବିଷୟରେ ସମସ୍ତଙ୍କୁ କହିଦଉଥିଲେ । ଏହି କାରଣରୁ ଓମ୍ ପୁରୀ ନନ୍ଦିତାଙ୍କୁ ମଧ୍ୟ ଛାଡି ଦେଇଥିଲେ ଏବଂ ସେ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ରହିବାକୁ ଲାଗିଥିଲେ । ତଥାପି ପରେ ସବୁ ଠିକ୍ ହୋଇଯାଇଥିଲା ଏବଂ ଓମ୍ ପୁରୀ ଫୁଣିଥରେ ନନ୍ଦିତାଙ୍କ ପାଖକୁ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *