୪୭ବର୍ଷର ହେଲେ ମଲାଇକା, ଅରବାଜଙ୍କ ଠାରୁ ଡିଭୋର୍ସ ପରେ ବାନ୍ଦ୍ରାର ଏହି ସୁନ୍ଦର ବଙ୍ଗଳାରେ ରୁହନ୍ତି !

ଅରବାଜ ଖାନଙ୍କ ଠାରୁ ଛାଡପତ୍ର ଏବଂ ଅର୍ଜୁନ କପୁରଙ୍କ ସହ ନିଜ ସମ୍ପର୍କକୁ ନେଇ ମଲାଇକା ଅରୋରା ବାରମ୍ବାର ଖବରରେ ଆସିଥାନ୍ତି । ମଲାଇକା ଅରୋରାଙ୍କ ଠାରୁ ଛାଡପତ୍ର ନେଇଥିବା ଅରବାଜ ଖାନ୍ ନିଜର ନୂଆଁ ପ୍ରେମିକା ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହିତ ଏହି ଦିନରେ ଖୋଲାଖୋଲି ଭାବେ ବୁଲୁଥିବାର ନଜର ଆସିଛନ୍ତି । ଅନ୍ୟପକ୍ଷରେ, ମଲାଇକା ଅରୋରା ବର୍ତ୍ତମାନ ମଧ୍ୟ ନିଜଠାରୁ ୧୨ବର୍ଷ ଛୋଟ ଅର୍ଜୁନ କପୁରଙ୍କ ସହ ନିଜ ସମ୍ପର୍କକୁ ଅଫିସିୟାଲ କରିସାରିଛନ୍ତି । ଲକଡାଉନରେ ମଲାଇକା ଅର୍ଜୁନ କପୁରଙ୍କ ସହ ରହିଥିଲେ । ଦୁହିଁଙ୍କ ବିଷୟରେ କୁହାଯାଏ କି ସେମାନେ ଲିଭ ଇନରେ ରହୁଛନ୍ତି । ନିକଟ ଦିନରେ ଦୁହେଁ ଏକାଠି ନଜର ଆସୁଛନ୍ତି ।

୪୭ବର୍ଷର ମଲାଇକା ୨୩ ଅକ୍ଟୋବର ୧୯୭୩କୁ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଜନ୍ମ ହୋଇଥିଲା ।

ତାଙ୍କ ମାଁ ଜଏସ ପଲିକାର୍ପ କେରଳର ଖ୍ରୀଷ୍ଟିଆନ ପରିବାରରୁ ଆସିଥିବାବେଳେ ପିତା ଅନୀଲ ଅରୋରା ପଞ୍ଜାବୀ ଅଟନ୍ତି । ମଲାଇକା ପ୍ରଥମେ ମଡେଲିଂ ଏବଂ ବିଜ୍ଞାପନରୁ କ୍ୟାରିୟରର ଆରମ୍ଭ କରିଥିଲେ ଏବଂ ଏହାପରେ ଫିଲ୍ମ ଆଡ଼କୁ ଯାଇଥିଲେ ।

ଫିଲ୍ମ ‘ଦିଲସେ’ର ଛଇୟା ଛଇୟା ଗୀତରୁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା ଏବଂ ତାଙ୍କୁ ଛଇୟା ଛଇୟା ଗାର୍ଲ ଡକାଗଲା । ମଲାଇକାଙ୍କ ପରିଚୟ ଏକ ଅଭିନେତ୍ରୀ ଭାବରେ କମ୍, ଆଇଟମ୍ ଗାର୍ଲ ଭାବରେ ଅଧିକ ରହିଲା ।

ଅନେକ ପ୍ରସିଦ୍ଧ ଗୀତ ଯେପରି ଅନାରକଲି ଡିସ୍କୋ ଚଲି, ମୁନ୍ନି ବଦନାମ୍ ହୁଇ ଏବଂ ହୋଠ୍ ରସିଲେରେ ସେ ଚମତ୍କାର ଡ୍ୟାନ୍ସ କରିଥିଲେ ଏବଂ ଫିଲ୍ମ ପରଦାକୁ ନିଜ ଷ୍ଟାଇଲ ଦ୍ଵାରା ଚମକାଇ ଥିଲେ । ମଲାଇକା ଏହି ଦିନରେ ଫିଲ୍ମରେ କମ୍ ରିୟାଲିଟି ଶୋ’ରେ ଅଧିକ ନଜର ଆସିଥାନ୍ତି ।

ମଲାଇକା ସ୍ୱାମୀ ଅରବାଜ ଖାନଙ୍କ ଠାରୁ ଅଲଗା ହେବା ପରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ବହୁ ମହଲା କୋଠାରେ ରୁହନ୍ତି । କୁହାଯାଏ କି ଛାଡପତ୍ର ପରେ ଅରବାଜ ତାଙ୍କୁ ଆଲିମନି ପରିମାଣ ହିସାବରେ ମୋଟା ଟଙ୍କା ଦେଇଥିଲେ ।

ଏହି ଟଙ୍କାରେ ସେ ନିଜ ପାଇଁ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଥିଲେ । ସେ ନିଜ ଘରର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ଦୀପାବଳିରେ ମଲାଇକା ନିଜ ଘରକୁ ପାରମ୍ପରିକ ଢ଼ଙ୍ଗରେ ସଜାଇଥାନ୍ତି ।

ମଲାଇକା ଦୀପାବଳୀର ଉତ୍ସବରେ ସାଙ୍ଗ ମାନଙ୍କୁ ପାର୍ଟି ମଧ୍ୟ ଦିଅନ୍ତି । ଦୀପାବଳୀର ଦୁଇ ଚାରି ଦିନ ପୂର୍ବରୁ ହିଁ ତାଙ୍କ ଘରର ଉଜ୍ଜ୍ୱଳ ବଢିଯାଏ ।

ରଙ୍ଗୋଲି ଏବଂ ଫୁଲରେ ସେ ନିଜ ଘରର ଉଜ୍ଜ୍ବଳ ବଢ଼େଇଥାନ୍ତି । ଗେଣ୍ଡୁ ଫୁଲ ତାଙ୍କ ଘରର ସାଜସଜ୍ଜାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ମଲାଇକାଙ୍କ ଘରର ଥିମ୍, ଧଳା ଅଟେ । ଘରର ପରଦା ଏବଂ ଫର୍ନୀଚର ଧଳା ରଙ୍ଗର ଅଟେ । ଏଥିସହିତ ଘରେ ସେ ଗ୍ରୀନରିର ମଧ୍ୟ ବହୁତ ଯତ୍ନ ରଖିଛନ୍ତି । ଘର ଭିତରେ ଅନେକ ପ୍ରକାର ଗଛ ରଖିଛନ୍ତି ।

ଏଥିସହିତ ବାଲକୋନିରେ ମଧ୍ୟ ମଲାଇକା ଗଛ ଲଗେଇଛନ୍ତି । ତାଙ୍କ ଘରର ଚାରିପାଖରେ ଲମ୍ବା ଚଉଡା ବାଲକୋନି ଅଛି । ଏହି କାରଣରୁ ତାଙ୍କ ଘର ଅତ୍ୟନ୍ତ ପବନଭରା ଏବଂ ଆଲୋକ ଯୁକ୍ତ ଅଟେ । ମଲାଇକା ଜଣେ ପଶୁପ୍ରେମୀ ଅଟନ୍ତି ।

ନିଜ କୁକୁରର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ଅନେକ ଫଟୋରେ ତାଙ୍କ ସହିତ ତାଙ୍କର କୁକୁର ଦେଖାଯାଏ ।

ଅରବାଜ ଖାନ୍ ସହିତ ଛାଡପତ୍ର ପରେ ମଲାଇକା ନିଜ ଜୀବନରେ ଆଗକୁ ବଢ଼ିସାରିଛନ୍ତି । ନିଜ ଠାରୁ ୧୨ ବର୍ଷ ଛୋଟ ଅର୍ଜୁନ କପୁରଙ୍କ ସହ ତାଙ୍କର ସମ୍ପର୍କ ଭଲ ଚାଲୁଛି ।

ଏହା ଆଉ ଏକ କଥା ଯେ ଅର୍ଜୁନ କପୁର ତାଙ୍କ ପାଇଁ ସଲମାନ ଖାନଙ୍କ ସହ ଶତ୍ରୁତା କରିଛନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ଅର୍ଜୁନ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ପ୍ରେମରେ ଥିଲେ ଏବଂ ଫୁଣି ଅର୍ପିତାକୁ ଧୋକା ଦେଇ ମଲାଇକା ସହିତ ସମ୍ପର୍କ ଆରମ୍ଭ କରିଦେଇଥିଲେ ।

ଯେବେଠାରୁ ସେ ମଲାଇକାଙ୍କ ନିକଟତର ହୋଇଥିଲେ, ଖାନ୍ ପରିବାରଙ୍କ ସହ ତାଙ୍କ ଶତ୍ରୁତା ବଢିଯାଇଛି । ଅର୍ଜୁନଙ୍କ କ୍ୟାରିୟରରେ ମଧ୍ୟ ଏହାର ପ୍ରଭାବ ପଡୁଛି କିନ୍ତୁ ଏହାକୁ ଖାତିରି ନକରି ଅର୍ଜୁନ ଏବଂ ମଲାଇକା ନିଜ ସମ୍ପର୍କକୁ ଆହୁରି ମଜବୁତ କରିଚାଲିଛନ୍ତି ।

Be the first to comment

Leave a Reply

Your email address will not be published.


*