ବିବାହ କରି ଏକ ସନ୍ତାନ ପାଇବାକୁ ଚାହୁଁଛନ୍ତି ଜୟା କିଶୋରୀ ! ଦେଖନ୍ତୁ ତାଙ୍କର ପିଲା ଦିନର କେତେକ ଫୋଟ !

ଜୟା କିଶୋରୀ ଜଣେ ବକ୍ତା ଓ ପ୍ରସିଦ୍ଧ ଭଜନ ଗାୟକ ଏବଂ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଅନୁସରଣ କରନ୍ତି । ଏହି କାହାଣୀ ଶୁଣିବା ଦ୍ୱାରା ଲୋକଙ୍କୁ ଅନେକ ପ୍ରକାରର ବାର୍ତ୍ତା ମିଳେ । ଜୟା କିଶୋରୀ ଅଳ୍ପ ବୟସରେ ଆଧ୍ୟାତ୍ମିକତାର ମାର୍ଗକୁ ବାଛି ନେଇଥିଲେ । ଆଜି ସେ ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଜଣାଶୁଣା । ଲୋକମାନେ ତାଙ୍କର କାହାଣୀ ଶୁଣିବାକୁ ବହୁତ ପସନ୍ଦ କରନ୍ତି ।

ଜୟା କିଶୋରୀ ଉପରେ ଲୋକଙ୍କ ବହୁତ ବିଶ୍ୱାସ ରହିଛି । ଜୟା କିଶୋରୀ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ରୁହନ୍ତି ଏବଂ ସେ ତାଙ୍କର ଅନେକ ଫଟୋ ମଧ୍ୟ ସେୟାର କରନ୍ତି ।

ନିକଟରେ ସେ ତାଙ୍କ ପିଲାଦିନର କିଛି ଫଟୋ ଲୋକଙ୍କ ସହ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ପିତାଙ୍କ ସହିତ ଥିଲେ ।

ଜୟା କିଶୋରୀ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଅତ୍ୟନ୍ତ ଆଧ୍ୟାତ୍ମିକ ଭାବନାରେ ଉଦବୃତ୍ତ ଓ ତାଙ୍କ ପରିବାର ପରି ସେ ମଧ୍ୟ ଆଧ୍ୟାତ୍ମିକତାର ମାର୍ଗକୁ ବାଛିଛନ୍ତି ।

ଜୟା କିଶୋରୀ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ଅଧିକାଂଶ ସମୟ ସେ ନାରାୟଣ ସେବା ଶିବିରରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରନ୍ତି ।

କେବଳ ଏତିକି ନୁହେଁ, ଏହି ଅନୁଷ୍ଠାନକୁ ମଧ୍ୟ ଟଙ୍କା ଦାନ କରନ୍ତି । ଜୟା କିଶୋରୀ ରୋଜଗାର କରୁଥିବା ଅଧିକାଂଶ ଅର୍ଥ, ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦାନ କରନ୍ତି । ଜୟା କିଶୋରୀ ଅଳ୍ପ ବୟସରେ ହିଁ ପ୍ରବଚନ ଦେବା ଆରମ୍ଭ କଲେ । ସେ ୯ବର୍ଷ ବୟସରେ ହିଁ ଶିବ ତାଣ୍ଡବ ସୋତ୍ର, ରାମାଷ୍ଟକମ ଇତ୍ୟାଦି ଭଳି ପାଠରେ ସଂପୂର୍ଣ୍ଣ ଜ୍ଞାନ ହାସଲ କରିଥିଲେ ।

ଯେତେବେଳେ ତାଙ୍କୁ ୭ବର୍ଷ ହୋଇଥିଲା, ସେହି ଦିନଠାରୁ ହିଁ ସେ କୃଷ୍ଣ ଭକ୍ତି ଗୀତ ଗାଇବା ଆରମ୍ଭ କରିଥିଲେ । ଜୟା କିଶୋରୀଙ୍କ ଅନୁଯାୟୀ ସେ ଜଣେ ସାଧାରଣ ମହିଳାଙ୍କ ପରି ଜୀବନ ବିତାଇବାକୁ ଚାହୁଁଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି । ଜୟା କିଶୋରୀଙ୍କର ଏକ ସ୍ୱପ୍ନ ମଧ୍ୟ ରହିଛି ଯେ, “ତାଙ୍କର ମଧ୍ୟ ଏକ ଛୋଟ ପରିବାର ହେଉ ଏବଂ ପରିବାରରେ ସନ୍ତାନର କଳହଳ ମଧ୍ୟ ରହୁ ।”

ଥରେ ବିବାହ ବିଷୟରେ ଜୟା କିଶୋରୀ କହିଥିଲେ ଯେ ଆଜିର ସମୟରେ ବ୍ୟକ୍ତି ତୁରନ୍ତ ବିବାହର ନିଷ୍ପତ୍ତି ନେଇଯାଉଛନ୍ତି କିନ୍ତୁ ସେମାନଙ୍କ ସମ୍ପର୍କ ଅଧିକ ଦିନ ରହିପାରୁନାହିଁ । ବିବାହର କିଛି ଦିନ ପରେ ସମ୍ପର୍କ ଭାଙ୍ଗିଯାଉଛି । ଏହାର ମୁଖ୍ୟ କାରଣ ହେଉଛି ପରସ୍ପରକୁ ସଠିକ୍ ଭାବରେ ବୁଝିନପାରିବା । ଜୟା କିଶୋରୀଙ୍କ ଅନୁଯାୟୀ, ବିବାହ ନିଷ୍ପତ୍ତି ହୃଦୟ ସହିତ ବୁଦ୍ଧିରେ ମଧ୍ୟ ନିଆଯିବା ଉଚିତ । କାରଣ ବିବାହର ଅର୍ଥ କିଛି ଦିନ ପାଇଁ ମିଳିମିଶି ରହିବା ନୁହେଁ ବରଂ ବିବାହର ଅର୍ଥ ହେଉଛି ଆମକୁ ସମଗ୍ର ଜୀବନ ପାଇଁ ଗୋଟିଏ ଖିଅର ସୂତାରେ ବାନ୍ଧି ହୋଇ ରହିବା ।”

ଯଦି ତୁମେ, ତୁମର ଜୀବନ ସାଥୀର ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରିବ ତେବେ ବିବାହ କର । ଶୀଘ୍ର କୌଣସି ନିଷ୍ପତ୍ତି ନେବା ଉଚିତ ନୁହେଁ । ଯେତେବେଳେ ଆମେ ପ୍ରଥମ ଥର ପାଇଁ କାହାକୁ ଦେଖାସାକ୍ଷାତ କରିଥାଉ, ସେହି ବ୍ୟକ୍ତିର ସମସ୍ତ ବିଷୟକୁ ପ୍ରାୟତଃ ପସନ୍ଦ କରିଥାଉ । କିନ୍ତୁ ଏହା ଜରୁରୀ ଅଟେ ଯେ ଆମେ ସମ୍ମୁଖରେ ଥିବା ବ୍ଯକ୍ତିର ପ୍ରକୃତିକୁ ବୁଝିବା ଦରକାର କେବଳ ଭଲଦେଖି ବିବାହ କରିବା ଉଚିତ ନୁହେଁ ।

Be the first to comment

Leave a Reply

Your email address will not be published.


*