ସ୍ୱାମୀ, ପ୍ରେମିକ ଓ ପୁଅର ମୃତ୍ୟୁ ପରେ ଅନୁରାଧା ପଡୱାଲ ଏହି ଭଳି ଦୁଃଖରେ ଅତିବାହିତ କରୁଛନ୍ତି ଜୀବନ !

ପ୍ଲେବ୍ୟାକ ସିଙ୍ଗର ଅନୁରାଧା ପଡୱାଲ ! ନିଜ ସ୍ୱରରେ ଲକ୍ଷ ଲକ୍ଷ ଲୋକଙ୍କୁ ପାଗଳ କରିଛନ୍ତି । ବଲିଉଡ ଚଳଚ୍ଚିତ୍ର ବ୍ୟତୀତ ଅନୁରାଧା ଭକ୍ତି ଭଜନ ପାଇଁ ମଧ୍ୟ ଜଣାଶୁଣା । ସେ ନିଜ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ଏପରିକି ସମୟର ସ୍ରୋତରେ ତାଙ୍କୁ ଲତା ମଙ୍ଗେଶକର ମଧ୍ୟ କୁହାଯାଉଥିଲା । କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନପତନର ସମ୍ମୁଖୀନ କରିଛନ୍ତ । ଏହା ତାଙ୍କ ସିଙ୍ଗିଙ୍ଗ କ୍ୟାରିୟର ଉପରେ ମଧ୍ୟ ପ୍ରଭାବ ପକାଇଥିଲା । ଅନୁରାଧା ଗତ କିଛି ବର୍ଷ ଧରି ବଲିଉଡରେ କୌଣସି ଗୀତ ଗାଇ ନାହାଁନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିବାକୁ ଯାଉଛୁ ।

କୁହାଯାଉଥିଲା ଆଗାମୀ ଲତା ମଙ୍ଗେଶକର :

ଅନୁରାଧା ୨୭ ଅକ୍ଟୋବର ୧୯୫୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ଗୀତ ଗାଇବା ଦିଗରେ ହିଁ ତାଙ୍କର ରୁଚି ରହିଥିଲା । ସେ ୧୯୭୩ ମସିହାରେ “ଅଭିମାନ” ଚଳଚ୍ଚିତ୍ରରେ ଏକ ଗୀତ ଗାଇ ନିଜର ସିଙ୍ଗିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରେ ସେ ଅନେକ ଚଳଚ୍ଚିତ୍ରରେ ଗୀତ ଗାଇ ନିଜର ସ୍ୱରର ଯାଦୁ ବିସ୍ତାର କରିଥିଲେ । ଅନୁରାଧା ଫିଲ୍ମ “ଆଶିକୀ”, “ଦିଲ୍ ହେ କି ମାନତା ନାହିଁ” ଓ “ବେଟା” ଚଳଚିତ୍ରର ଗୀତରେ ନିଜର ସ୍ଵର ଯାଦୁରେ ଦର୍ଶକୁ ମୁଗ୍ଧ କରିଥିଲେ । ତେଣୁ ସେ ଚଳଚିତ୍ର ପାଇଁ ତାଙ୍କୁ ତିନୋଟି ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ତାଙ୍କୁ ପରବର୍ତ୍ତୀ ଲତା ମଙ୍ଗେଶକର ଭାବରେ କୁହାଯାଉଥିଲା । ଅନୁରାଧା କେବଳ ବଲିଉଡରେ ଗୀତ ଗାଇବା ନୁହେଁ, ଭଜନ ଗୀତରେ ମଧ୍ୟ ବହୁତ ନାମ ଅର୍ଜନ କରିଥିଲେ । ବଲିଉଡର ଗୀତ ଏବଂ ଭଜନ ବ୍ୟତୀତ ଅନୁରାଧା ପଞ୍ଜାବୀ, ବଙ୍ଗାଳୀ, ମରାଠୀ, ତାମିଲ, ତେଲୁଗୁ, ଓଡିଆ ଏବଂ ନେପାଳୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି ।

ଅକାଳ ମୃତ୍ୟୁରେ ସ୍ଵାମୀ ଚାଲିଗଲେ :

ଅନୁରାଧା, ଅରୁଣ ପଡୱାଲଙ୍କୁ ବିବାହ କରିଥିଲେ । ଅରୁଣ ପଡୱାଲ ଏସଡି ବର୍ମନଙ୍କ ସହକାରୀ ତଥା ନିଜେ ଜଣେ ସଂଗୀତ ନିର୍ଦ୍ଧେଶକ ଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ରହିଛି । ୧୯୯୧ରେ ଏକ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଉଭୟ ପିଲାଙ୍କ ଦାୟିତ୍ଵ ଅନୁରାଧାଙ୍କ ଉପରକୁ ଆସିଥିଲା । ଅରୁଣ ପଡୱାଲଙ୍କ ଅକାଳ ମୃତ୍ୟୁ ପରେ ଅନୁରାଧା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ।

ଏହାପରେ ଅନୁରାଧାଙ୍କ ଗୁଲଶନ କୁମାରଙ୍କ ସହ ଦେଖାହେଇଥିଲା । ଏକାକୀ ଜୀବନ ଅତିବାହିତ କରୁଥିବା ଅନୁରାଧାଙ୍କୁ ଗୁଲଶାନଙ୍କ ସମର୍ଥନ ଓ ସହଯୋଗ ମିଳିଥିଲା । ଅନୁରାଧା ଟି-ସିରିଜ୍ ପାଇଁ ଅନେକ ଗୀତ ଗାଇଥିଲେ । ଏହି ସମୟରେ ତାଙ୍କର ଏବଂ ଗୁଲଶନ କୁମାରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତଥାପି, ସେମାନଙ୍କ ମଧ୍ୟରୁ କେହି କେବେ ବି ଖୋଲାଖୋଲି ଭାବେ ଏସବୁକୁ ନେଇ ଗଣମାଧ୍ୟମରେ କିଛି କହି ନାହାଁନ୍ତି ।

ଗୁଲଶନ କୁମାରଙ୍କ ମୃତ୍ୟୁ ପରେ ଗାଇନଥିଲେ ଫିଲ୍ମ ଗୀତ :

ଯେତେବେଳେ ଅନୁରାଧା ତାଙ୍କ କ୍ୟାରିୟରର ଶିଖରରେ ଥିଲେ, ସେତେବେଳେ ସେ ଗଣମାଧ୍ୟମ ଆଗରେ କହିଥିଲେ ଯେ ସେ ବର୍ତ୍ତମାନ କେବଳ ଗୁଲଶନ କୁମାରଙ୍କ କମ୍ପାନୀ ଟି-ସିରିଜ ପାଇଁ ଗୀତ ଗାଇବେ । ଏହାପରେ ସେ ଅନ୍ୟ କାହା ପାଇଁ ଗୀତ ଗାଇ ନଥିଲେ । କିନ୍ତୁ ଏଥିପାଇଁ, ତାଙ୍କ କ୍ୟାରିଅରରେ ଅତ୍ୟନ୍ତ କୁପ୍ରଭାବ ପଡିଥିଲା । ଅଲକା ୟାଗନିକ ପରି ଅନ୍ୟ ଗାୟକମାନେ ଏହି ନିଷ୍ପତ୍ତିର ସୁଯୋଗ ନେଇଥିଲେ । ଗୁଲଶାନ କୁମାରଙ୍କ ମୃତ୍ୟୁ ପରେ ଅନୁରାଧା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଏହାପରେ ସେ ଫିଲ୍ମ ଗୀତ ଗାଇବା ଛାଡିଥିଲେ । ତାପରେ ସେ କେବଳ ଭଜନ ଗାଇବା ଆରମ୍ଭ କଲେ । କିନ୍ତୁ ଧୀରେ ଧୀରେ ସେ ଗୀତ ଗାଇବା ମଧ୍ୟ ଛାଡିଦେଲେ ।

କିଡିନୀ ଫେଲ୍ ହେତୁ ପୁଅର ହୋଇଥିଲା ଅକାଳ ମୃତ୍ୟୁ :

ସ୍ୱାମୀଙ୍କ ମୃତ୍ୟୁ ପରେ ଅନୁରାଧା ତାଙ୍କର ଦୁଇ ସନ୍ତାନ ପୁଅ ଆଦିତ୍ୟ ଏବଂ ଝିଅ କବିତାଙ୍କ ସହ ଜୀବନ ବିତାଉଥିଲେ । ନିକଟରେ ଅନୁରାଧା ଉପରେ ଦୁଃଖର ପର୍ବତ ଭାଙ୍ଗି ଯାଇଛି । ୧୨ ସେପ୍ଟେମ୍ବର ୨୦୨୦ରେ ତାଙ୍କ ପୁଅ ଆଦିତ୍ୟ, କିଡିନୀ ଫେଲ୍ ହେତୁ ମୃତ୍ୟୁ ବରଣ କରିଥିଲେ । ଆଦିତ୍ୟଙ୍କ ମୃତ୍ୟୁରେ ଅନୁରାଧା ସମ୍ପୃନ୍ନ ରୂପେ ଭାଙ୍ଗି ପଡିଛନ୍ତି । ସେ ବର୍ତ୍ତମାନ ତାଙ୍କ ଝିଅ କବିତାଙ୍କ ସହ ରହୁଛନ୍ତି ।

Be the first to comment

Leave a Reply

Your email address will not be published.


*