ଆସନ୍ତୁ ଜାଣିବା 24 ଅକ୍ଟୋବର 2020, ଶନିବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୨୪ ଅକ୍ଟୋବର ଶନିବାରର ରାଶିଫଳ :

ମେଷ :

ଆର୍ଥିକ ପରିସ୍ଥିତି ଭଲ ରହିବ । ଯଦି ଆପଣ ନିଜ ବଜେଟ୍ ଅନୁଯାୟୀ ଖର୍ଚ୍ଚ କରିବେ, ତେବେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆଜିର ପରିପାର୍ଶ୍ଵକ ସ୍ଥିତି ଓ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ ଓ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ମଜବୁତ ରହିବ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପରିବାର ସହିତ ହସଖୁସୀରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ । ଯାତ୍ରା ସମୟରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା : ମାଆ ମାଣିକେଶ୍ଵରୀ ।

ବୃଷ :

ଆଜି କୌଣସି ନିଷ୍ପତ୍ତି ନେବା ପୂର୍ବରୁ, ଭଲ ଭାବରେ ଚିନ୍ତା କରନ୍ତୁ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତପାର୍ଥକ୍ୟ ଦେଖାଦେଇପାରେ । ପିତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ରହିବେ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଅବଶ୍ୟ କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ଅଫିସରେ କେତେକ ଅଟକି ରହିଥିବା ଫାଇଲ୍ କାମ ସକାଶେ ମନ ବିଚଳିତ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ଆର୍ଥିକ ଦୁଃସ୍ଥିତି ଦୁଶ୍ଚିନ୍ତା ମନ ବିସ୍ତାପର କାରଣ ହେବ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଉପରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ଶାରୀରିକ ଦୃଷ୍ଟିକୋଣରୁ ଅସୁସ୍ଥତା ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ସହଯୋଗ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ :

ଆଜି ଆପଣଙ୍କ ପାରିବାରିକ ସ୍ଥିତି ଭଲ ରହିବ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେହ ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ ଲାଗିରହିଥିବା ଆଇନଗତ ପ୍ରତିବନ୍ଧକ ଦୂର ହେବ ଏବଂ ଆର୍ଥିକ ପରିସ୍ଥିତିରେ ସୁଧାର ଦେଖାଯିବ । କିଛି ଅଜ୍ଞାତ ଉତ୍ସରୁ ଆୟର ପ୍ରବାହ ଆସିବ, ଯାହା ଆପଣଙ୍କ ମନୋବଳକୁ ଦୃଢ କରିବ । ଆକସ୍ମିକ ଭାବରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି । ଆଜି କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ଓ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇବେ । ବିବେକାନୁଯାୟୀ କାର୍ଯ୍ୟ କରନ୍ତୁ, ଅନ୍ୟର କଥାରେ ପ୍ରଭାବିତ ହୋଇ କାର୍ଯ୍ୟ କରନ୍ତୁ ନାହିଁ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ କିନ୍ତୁ ମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବାରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ସାମାନ୍ୟ ସ୍ଵାସ୍ଥ୍ୟହାନି ଜନିତ ସମସ୍ୟା ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କର୍କଟ :

ଆଜି ଆପଣଙ୍କୁ ହଠାତ୍ କିଛି ଭଲ ଖବର ଶୁଣିବାକୁ ମିଳିବ, ଯାହାଫଳରେ ଆପଣଙ୍କ ମନରେ ଆନନ୍ଦର ଲୋହରି ଖେଳି ଉଠିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ସୁଧାର ଆସିବ, ଆର୍ଥିକ ସ୍ଥିତି ମଜବୁତ ରହିବ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ଦିନ ଭଲ ହେବ । ଅଫିସ ପରିସରରେ ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ ବରଂ ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ, ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି । ରାଜନୀତି, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ପରିବାରରେ କୁହୁଁଳୁ ଥିବା ନିଆଁରେ ଘିଆ ପକାଇବା ଭଳି କାର୍ଯ୍ୟ କରିବେ, ଯାହାଫଳରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ସହଧର୍ମୀଙ୍କ ସହଯୋଗରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ସିଂହ :

ରୋଜଗାର କରିବାର ନୂତନ ପନ୍ଥା ଉନ୍ମକ୍ତ ହେବ । ସୃଜନଶୀଳ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ସଫଳତା ପାଇବେ । ଆପଣଙ୍କ ଅଭିଳାଷ ପୂରଣ ହେବ । ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । କର୍ମକ୍ଷତ୍ରରେ ସହଯୋଗ ଭିତ୍ତିରେ କାମ କରିଲେ ଯଥେଷ୍ଟ ଉନ୍ନତି କରିବେ । ଉଚ୍ଚଧିକାରୀ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ରହିବେ । ସମାଜରେ ଯେତେଭଲ କାମ କରିଲେ ମଧ୍ୟ ବିରୋଧୀମାନେ ପରୋକ୍ଷରେ ସମାଲୋଚନା କରିବେ । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସ୍ତରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ । ଅନିଦ୍ରା ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

କନ୍ୟା :

ଆଜି ପରିବାର ସଦସ୍ୟଙ୍କ ସହାୟତା ମିଳିବ । ଘରେ ଶାନ୍ତିର ପରିବେଶ ରହିବ । ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ମିଳିବ ଯାହାଫଳରେ ସମସ୍ୟାକୁ ଆୟତ କରିବାରେ କୌଣସି ଅସୁଧାରିବା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କିନ୍ତୁ ଆୟ ଅନୁସାରେ ବ୍ୟୟ ଅଧିକ ହେବ । ବ୍ୟବସାୟ ସମ୍ବନ୍ଧୀୟ ନୂତନ ଚୁକ୍ତିନାମା ସ୍ଵାକ୍ଷର କରିପାରନ୍ତି । ଅଫିସରେ ସହକର୍ମୀମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବେ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭୈରବୀ ।

ତୁଳା :

ବୃତ୍ତିଗତ ଦକ୍ଷତାକୁ ଭିତ୍ତି କରି ଆପଣଙ୍କ ଜୀବନରେ ଏକ ନୂତନ ଦ୍ୱାର ଉନ୍ମକ୍ତ ହେବ । ସମ୍ପତ୍ତି କ୍ରୟ ଓ ବିକ୍ରୟରେ ଯଥେଷ୍ଟ ଫାଇଦା ପାଇବେ । କିନ୍ତୁ ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ । ସହକର୍ମୀଙ୍କ ସହାୟତା ଲାଭ କରି ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ଆଜି ହଠାତ୍ ସଂପୂର୍ଣ୍ଣ କରିପାରିବେ । କିନ୍ତୁ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସାମାଜିକ କାର୍ଯ୍ୟକ୍ରମ, ସଭାସମିତିରେ ଯୋଗ ଦେବେ । ସତର୍କତା ଅଭାବରୁ ନିଜ ଲୋକମାନଙ୍କ ଦ୍ଵାରା ହିଁ ବିଶ୍ୱାସଘାତକତାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ କରିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ବିଛା :

ଭାଗ୍ୟର ସହାୟତାରେ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଆପଣଙ୍କ ଜୀବନରେ ଲାଗିରହିଥିବା ବିଗତ ଦିନର ସମସ୍ୟାଗୁଡିକ ସମାଧାନ ହୋଇଯିବ, ବର୍ତ୍ତମାନର ସମୟ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ । ବ୍ୟବସାୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହଠାତ୍ ଆପଣଙ୍କ ନିକଟକୁ ଆସିପାରେ, ଯାହାକୁ ଆପଣ ବୁଦ୍ଧିମାନ ଭାବରେ ପରିଚାଳନା କରିବାକୁ ପଡିବ । ଅଫିସରେ ଉଚ୍ଚାଧିକାରୀଙ୍କ ସହାୟତା ପାଇବେ କିନ୍ତୁ ସହକର୍ମୀଙ୍କ ସହ ସମନ୍ଵୟର ଅଭାବ ପରିଲକ୍ଷିତ ହେବ । ସମାଜର ଖଳ ପ୍ରକୃତିର ଲୋକମାନଙ୍କ ଦ୍ଵାରା ଅସମ୍ମାନିତ ହୋଇପାରନ୍ତି । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ କିନ୍ତୁ ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ ସମ୍ପର୍କ ହାନୀର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ :

ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରନ୍ତୁ । ଆଜି ଆପଣଙ୍କୁ ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସାମ୍ନା କରିବାକୁ ପଡିବ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହାୟତାରେ ସମସ୍ୟାକୁ ସୁଧାର କରିବାରେ ସମର୍ଥ ହେବେ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଆର୍ଥିକ ପରିସ୍ଥିତି ଶୋଚନୀୟ ରହିବ । ଏପରି କି ଧାର କରଜ କରିବାକୁ ମଧ୍ୟ ପଡିବ । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ଆଜି ପରିବାର ସହିତ ଆପଣଙ୍କ ସମ୍ପର୍କ ମଧୁର ରହିବ । ପୁରୁଣା ସାଙ୍ଗଙ୍କ ସହ ଦେଖାସାକ୍ଷାତ ହେବ । ସ୍ତ୍ରୀଙ୍କ ଚିଡା ସ୍ଵଭାବ ପାଇଁ କ୍ଷୁବ୍ଧ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର :

କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । ବାଣିଜ୍ୟ ଓ ବ୍ୟବସାୟରେ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ ନାହିଁ । ଯେକୌଣସି ପ୍ରକାରେ ହେଉ ନା କାହିଁକି ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିବେ, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ସମସ୍ୟା ରୂପେ ଉଭା ହେବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବା ସଙ୍ଗେ ସଙ୍ଗେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ ଏବଂ ଉଚ୍ଚାଧିକାରୀ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ଅର୍ପଣ କରିପାରନ୍ତି । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି । ପଡ଼ୋଶୀଙ୍କ କାନକୁହା କଥାକୁ ବିଶ୍ଵାସ କରି ପରିବାର ସଦସ୍ୟଙ୍କୁ ଭୁଲ୍ ବୁଝିବେ । ସତର୍କତା ଅଭାବରୁ ଚୋରି, ପକେଟମାର ଅଥବା ଅସାବଧାନତା କାରଣରୁ ଧନହାନିର ସୂଚନା ରହିଛି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

କୁମ୍ଭ :

ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ରହିବ । ଆପଣଙ୍କ ନିଜ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଆଜି କିଛି ବଡ ନିଷ୍ପତ୍ତି ନେବେ । ଆପଣ ପ୍ରଥମେ ନିଜ ଇଚ୍ଛା ଏବଂ ଆବଶ୍ୟକତା ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ବିଶ୍ଳେଷଣ କରନ୍ତୁ ଯାହା ଦ୍ଵାରା ଆପଣ ଏକ ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ । ବ୍ୟବସାୟ ସଲଗ୍ନ ଯାତ୍ରା କରିବାକୁ ପଡିବାକୁ ପଡିପାରେ । ଲକ୍ଷ୍ୟକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ, ସଫଳତା ଶୀଘ୍ର ମିଳିବ । ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବା ଯୋଗୁଁ ଅଫିସ କାର୍ଯ୍ୟଳୟରେ ଅଶାନ୍ତି ସୃଷ୍ଟି ହୋଇପାରେ । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଘରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମୀନ :

ଆଜି, ଆପଣ ନିଜ କ୍ୟାରିଅର୍ ପ୍ରତି ବିଶେଷ ଧ୍ୟାନ ଦେବେ । ଆଜି ଆପଣ କୌଣସି ବିଶେଷ ଲାଭ ପାଇବେ ନାହିଁ । ଆପଣଙ୍କର ଆଚରଣ ଓ ସ୍ଵଭାବ, ବ୍ୟବହାର ଆପଣଙ୍କ ନିକଟସ୍ଥ ଲୋକଙ୍କୁ ଖୁସି କରାଇବ । ଚାକିରୀ କରୁଥିବା ବ୍ୟକ୍ତିମାନେ ଅଫିସରେ ନିଜର ସମସ୍ତ କାର୍ଯ୍ୟକୁ ଅତି ଯତ୍ନର ସହିତ ସମାପ୍ତ କରିବେ, କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ନାହିଁ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ସମାଜରେ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । କେତେକ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହାଫଳରେ ମାନସିକ ଚାପର ଶିକାର ହୋଇପାରନ୍ତି । ପୂର୍ବ ଅପେକ୍ଷା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ । ଦାମ୍ପତ୍ୟ ଜୀବନରେ ବୁଝାମଣା ଠିକ୍‌ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

Be the first to comment

Leave a Reply

Your email address will not be published.


*