୧୭ ବର୍ଷ ବୟସରେ ହୋଇଯାଇଥିଲେ ବେଶ୍ୟା, ବଲିଉଡକୁ ଆସିବା ପରେ ଚମକି ଉଠିଲା ଭାଗ୍ୟ  !

୧୭ ବର୍ଷ ବୟସରେ ହୋଇଯାଇଥିଲେ ବେଶ୍ୟା, ବଲିଉଡକୁ ଆସିବା ପରେ ଚମକି ଉଠିଲା ଭାଗ୍ୟ !

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପରଦା ପଛରେ ରହୁଥିବା ଗୋଟିଏ ନାମ ହେଉଛି ଶଗୁଫ୍ତା ରଫୀକ । ବହୁତ କମ୍ ଲୋକ ହିଁ ତାଙ୍କୁ ଜାଣନ୍ତି, କିନ୍ତୁ ତାଙ୍କ ଜୀବନର କାହାଣୀ ବହୁତ ସଂଘର୍ଷ ଏବଂ ଯନ୍ତ୍ରଣାରେ ପରିପୂର୍ଣ୍ଣ ଅଟେ । ଆଶୀକୀ-୨ ପରି ଚଳଚ୍ଚିତ୍ରର ଲେଖକଙ୍କ ବିଷୟରେ ବହୁତ କମ୍ ଲୋକଙ୍କୁ ଜ୍ଞାତ ଥିବ କି ସେ ମାତ୍ର ୧୭ ବର୍ଷ ବୟସରେ ହିଁ ବେଶ୍ୟା ହୋଇ ଯାଇଥିଲେ । ଶଗୁଫ୍ତା ନିଜେ ହିଁ ଏହାର ପରିପ୍ରକାଶ କରିଥିଲେ । ଶଗୁଫ୍ତା କହିଛନ୍ତି କି ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ମାତ୍ର ୧୭ ବର୍ଷ ବୟସରେ ନିଜର କୁମାରିତ୍ୱ ହରାଇବା ତାଙ୍କ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା । ତାଙ୍କ ମାଁଙ୍କୁ ମଧ୍ୟ ଏହା ଜଣା ଥିଲା କି ସେ ବେଶ୍ୟାବୃତି କରୁଛନ୍ତି ।

ରଫୀକଙ୍କ ମାଁ କିଏ ଥିଲେ:-

ଶଗୁଫ୍ତା କହିଛନ୍ତି କି ସେ ନିଜର ବାଇଲୋଜିକାଲ ମାଁଙ୍କୁ ଜାଣନ୍ତି ନାହିଁ, କିନ୍ତୁ ଅନୱରୀ ବେଗମ୍ ଯିଏ ତାଙ୍କୁ ଗ୍ରହଣ କରିଥିଲେ, ତାଙ୍କୁ ହିଁ ସେ ତାଙ୍କ ମାଁ ବୋଲି ମାନୁଥିଲେ । ତାଙ୍କ ମୁତାବକ, ତିନି ପ୍ରକାରର କଥା ତାଙ୍କ ଜନ୍ମ ବିଷୟରେ ସେତେବେଳେ କୁହାଯାଇଥିଲା । ପ୍ରଥମତଃ ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ବୃଜ ସଦାନାଙ୍କ ପତ୍ନୀ ସଈଦା ଖାନଙ୍କ ଝିଅ ଅଟନ୍ତି । ଦ୍ୱିତୀୟତଃ ସେ ଏପରି ଜଣେ ମାଁଙ୍କ ଝିଅ ଅଟନ୍ତି, ଯାହାଙ୍କର ଜଣେ ଧନୀ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ରହିଥିଲା ଏବଂ ସେ ଜନ୍ମ ହେବା ପରେ ସେ ତାଙ୍କୁ ଛାଡି ଦେଇଥିଲେ । ତାଙ୍କ ଜନ୍ମ ବିଷୟରେ ତୃତୀୟ କଥା ଏହା ଯେ ତାଙ୍କ ପିତାମାତା ତାଙ୍କୁ ଫିଙ୍ଗି ଦେଇଥିଲେ । ରଫୀକଙ୍କ ମୁତାବକ, ଯେତେବେଳେ ତାଙ୍କୁ ୨ ବର୍ଷ ହୋଇଥିଲା, ସେତେବେଳେ ବୃଜ ସାହେବଙ୍କ ସହିତ ସଈଦାଙ୍କ ବିବାହ ହୋଇଥିଲା ।

ଏହିପରି ହୋଇଥିଲା ଶଗୁଫ୍ତା ରଫୀକଙ୍କ ନାମକରଣ

ଶଗୁଫ୍ତା କହିଛନ୍ତି କି ଲୋକମାନେ ତାଙ୍କୁ ହାରାମି ଝିଅ ବୋଲି ମଧ୍ୟ କହିଥିଲେ । ସେ ବହୁତ କାନ୍ଦୁଥିଲେ । ଶେଷରେ ସେ ସ୍କୁଲ ଯିବା ମଧ୍ୟ ଛାଡି ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଲୋକଙ୍କ ସହିତ ଲଢ଼ିବା ଆରମ୍ଭ କରିଦେଇଥିଲେ । ସେ ଭାବୁଥିଲେ କି ଏହିପରି ମହିଳା କାହିଁକି ହେବା ଉଚିତ, ଯିଏ ତାଙ୍କ ସ୍ୱାମୀଙ୍କୁ ଭୟରେ ଆପଣାଇ ପାରନ୍ତି ନାହିଁ । ଅନୱାରୀଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମ ମୋହମ୍ମଦ ରଫୀକ ଥିଲା । ତେଣୁ ତାଙ୍କ ନାମ ଶଗୁଫ୍ତା ରଫୀକ ହୋଇଗଲା ।

ବୃଜ ସାହେବଙ୍କୁ ଘୃଣା କରୁଥିଲେ

ଶଗୁଫ୍ତା କହିଛନ୍ତି କି ଆମ ପୈତୃକ ମାନେ ଧନୀ ଥିବା ସତ୍ତ୍ୱେ ମଧ୍ୟ ମୋ ମାଁ ଅନୱାରୀ ବେଗମ୍ ବଞ୍ଚିବା ପାଇଁ ତାଙ୍କ ଚୁଡ଼ି ଏବଂ ବାସନକୁସନ ବିକ୍ରୟ କରୁଥିଲେ, ସେ ସବୁକୁ ଦେଖି ମୁଁ କଥକ ନୃତ୍ୟ ଶିଖିବା ଆରମ୍ଭ କରିଥିଲି ଏବଂ ୧୨ ବର୍ଷ ବୟସରେ ବ୍ୟକ୍ତିଗତ ପାର୍ଟୀ ମାନଙ୍କରେ ନାଚିବା ଆରମ୍ଭ କରିଦେଇଥିଲି, ଯେଉଁଠାକୁ କଲଗାର୍ଲ ଏବଂ ମିଷ୍ଟ୍ରେସଙ୍କ ସହ ବଡ ବଡ ଅଧିକାରୀ, ମନ୍ତ୍ରୀ, ପୋଲିସ୍ ଏବଂ ଆୟକର ଅଧିକାରୀମାନେ ଆସୁଥିଲେ । ସେମାନେ ଯେଉଁ ଟଙ୍କା ଉଡାଉଥିଲେ, ସେ ସବୁକୁ ମୁଁ ମୋ ବ୍ୟାଗରେ ରଖୁଥିଲି । ଶଗୁଫ୍ତାଙ୍କ ଅନୁଯାୟୀ ସେ ୨୭ ବର୍ଷ ପର୍ଯ୍ୟନ୍ତ ବେଶ୍ୟାବୃତ୍ତିରେ ରହିଥିଲେ । ଏହା ପରେ ଡୁବାଇରେ ଜଣେ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରିଥିଲେ । ମାଁଙ୍କ ଅସୁସ୍ଥତା କାରଣ ହେତୁ ସେ ମୁମ୍ବାଇ ଫେରି ଆସିଥିଲେ । ସେ ମୁମ୍ବାଇ ଏବଂ ବାଙ୍ଗାଲୋରରେ ଶୋ’ ମାନଙ୍କରେ ଅଂଶଗ୍ରହଣ କରୁଥିଲେ । ମାତା ଅନୱରୀ ବେଗମଙ୍କ କର୍କଟ ରୋଗରେ ୧୯୯୯ ମସିହାରେ ମୃତ୍ୟୁ ହୋଇଗଲା ।

ମହେଶ ଭଟ୍ଟ ଅଟନ୍ତି ଯାଆଁଳା ଭାଇ ସଦୃଶ

ଶଗୁଫ୍ତାଙ୍କ ଅନୁଯାୟୀ ମହେଶ ଭଟ୍ଟ ତାଙ୍କୁ ଲେଖିବାର ସୁଯୋଗ ଦେଇଥିଲେ । ଆୱାରପାନ, ରାଜ୍-୨, ରାଜ୍-୩, ଜିସ୍ମ-୨ , ମର୍ଡର-୨ ଏବଂ ଆଶୀକି-୨ ଭଳି ଚଳଚ୍ଚିତ୍ର ପାଇଁ ସେ ଲେଖିଥିଲେ । ମହେଶ ଭଟ୍ଟଙ୍କୁ ଶଗୁଫ୍ତା ତାଙ୍କର ଯାଆଁଳା ଭାଇ ଭାବରେ ଦେଖନ୍ତି । ତାଙ୍କ କହିବା ଅନୁସାରେ ଉଭୟଙ୍କ ଜନ୍ମ ତାରିଖ ସମାନ ଅଟେ ।

Leave a Reply

Your email address will not be published. Required fields are marked *