ସନୀ ଲୀୟନଙ୍କ ହଟନେସ୍ ମାମଲାରେ ଟକ୍କର ଦିଅନ୍ତି ତାଙ୍କ ଭାଉଜ, ସୁନ୍ଦରତାରେ ନଣନ୍ଦଙ୍କ ଠାରୁ ନୁହନ୍ତି କମ୍ !

ବଲିଉଡ଼ର ବେବି ଡଲ୍ ଅର୍ଥାତ ଅଭିନେତ୍ରୀ ସନୀ ଲୀୟନଙ୍କ ଭାରତ ଓ ବିଦେଶରେ କୋଟି କୋଟି ଫ୍ୟାନ୍ସ ଅଛନ୍ତି । ସନୀ ବର୍ତ୍ତମାନ ନିଜ ପରିବାର ସହ ଆମେରିକାରେ ରହୁଛନ୍ତି । କରୋନା ଭାଇରସ୍ ଯୋଗୁଁ ସେ ସ୍ୱାମୀ ଓ ନିଜର ତିନୋଟି ସନ୍ତାନ ସହିତ ଜୁନରେ ଆମେରିକା ଚାଲିଗଲେ ଓ ବର୍ତ୍ତମାନ ସେଠାରେ ରହୁଛନ୍ତି ।

ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ମାନେ ନିଜ ପରିବାରର ଫଟୋ ଓ ଭିଡ଼ିଓ ସେୟାର କରନ୍ତି । ଆପଣ ଏହି ଫଟୋ ଗୁଡ଼ିକରେ ସନୀଙ୍କ ସ୍ୱାମୀ ଓ ତାଙ୍କ ସନ୍ତାନ ମାନଙ୍କୁ ହିଁ ଅଧିକ ଦେଖିବାକୁ ପାଆନ୍ତି କିନ୍ତୁ କଣ ଆପଣ ଜାଣନ୍ତି ସନୀଙ୍କ ଏକ ଭାଇ ଓ ଭାଉଜ ମଧ୍ୟ ଅଛନ୍ତି । ଯିଏକି ଆମେରିକାରେ ରୁହନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ଭାଇ ଓ ସୁନ୍ଦରୀ ଭାଉଜଙ୍କ ଫଟୋ ମଧ୍ୟ ଦେଖାଇବୁ ।

ସନୀଙ୍କ ଭାଉଜଙ୍କ ନାମ କରିସ୍ମା ନାଇଡୁ ଅଟେ ଏବଂ ତାଙ୍କ ଭାଇଙ୍କ ନାମ ସନ୍ଦୀପ୍ ବୋହରା ଅଟେ । ସନୀଙ୍କ ଭାଉଜ କରିସ୍ମା ଦେଖିବାକୁ ସନୀଙ୍କ ଠାରୁ କମ୍ ନୁହଁନ୍ତି । ୨୦୧୬ରେ ସନୀ ନିଜ ଭାଇ ସନ୍ଦୀପ୍ ଓ କରିସ୍ମାଙ୍କ ବିବାହ କରାଇଥିଲେ । ଭାଇ ବିବାହରେ ସନୀ ପଞ୍ଜାବୀ କୁଡ଼ି ଭଳି ପୋଷାକ ପିନ୍ଧିଥିଲେ । ସନୀ ନିଜ ଭାଇଙ୍କ ସମସ୍ତ ଉତ୍ସବରେ ଯୋଗଦେଇଥିଲେ । ଏହି ସୁଯୋଗରେ ସନୀ ଏକୁଟିଆ ନଥିଲେ ବରଂ ତାଙ୍କ ସ୍ୱାମୀ ଡେନିୟଲ ବେବର ମଧ୍ୟ ତାଙ୍କ ସହିତ ଥିଲେ ।

ଆମେରିକାରେ ଏହି ବିବାହ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଗୁରୁଦ୍ୱାରାରେ ହୋଇଥିଲା । ଭାଇଙ୍କ ବିବାହରେ ସନୀ ଯେଉଁଠି ନୀଳ ଓ ସୁନେଲି ରଙ୍ଗର ପଟିୟାଲା ସୁଟ ପିନ୍ଧିଥିଲେ ତ ଡେନିୟଲ କଳା ଓ ସୁନେଲି ରଙ୍ଗର ଶେରବାନୀ ପିନ୍ଧିଥିଲେ ।

ସୂଚନାଥାଉକି କରିସ୍ମା ଜୀବିକାରେ ଫେସନ୍ ଷ୍ଟାଇଲିସ୍ ଓ ୱାଡ଼ରୋବ କଂସଲଟେଟ୍ ଅଟନ୍ତି । ସନୀଙ୍କ ବ୍ୟତୀତ କରିସ୍ମା ଅନେକ ବଲିଉଡ଼ କଳାକାରଙ୍କ ପାଇଁ ମଧ୍ୟ ଷ୍ଟାଇଲିସ୍ ରହି ସାରିଛନ୍ତି ।

ସେପକ୍ଷରେ ସନୀ ଲୀୟନିଙ୍କ ଛୋଟ ଭାଇ ସନ୍ଦୀପ୍ ବୋହରା କାଲିଫର୍ଣ୍ଣିଆର ପ୍ରସିଦ୍ଧ ‘କିଙ୍ଗ୍ସ ରୋ ଗେଷ୍ଟ୍ର’ ପବରେ ଏକ ଏକଯ୍ୟୁକେଟିଭ ସେଫ ଥିଲେ । ସନୀଙ୍କ ଭାଉଜ ମଧ୍ୟ ତାଙ୍କୁ ଫେସନରେ ଟକ୍କର ଦିଅନ୍ତି । ପ୍ରତିଦିନ ନିଜ ସୁନ୍ଦର ଫଟୋଗୁଡିକ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି ।

ସୂଚନାଥାଉକି ସନୀ ଓ କରିସ୍ମାଙ୍କ ସମ୍ପର୍କ ଭାଉଜ ଓ ନଣନ୍ଦ ହେବା ଆଗରୁ ଭଲ ବନ୍ଧୁର ଅଟେ । ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି । ଆପଣ ଏହି ଫଟୋ ଦେଖି ଏହାର ଅନୁମାନ ଲଗାଇପାରିବେ । ସନୀ ନିଜ ଛୋଟ ଭାଇ ଓ ଭାଉଜଙ୍କୁ ଖୁବ୍ ଭଲ ପାଆନ୍ତି ।

ସୁଚାଇଦେଉଛୁ ଯେ ସନୀଙ୍କ ମାତାପିତା ବର୍ତ୍ତମାନ ଏହି ଦୁନିଆରେ ନାହାଁନ୍ତି । ୨୦୦୮ ମସିହାରେ ତାଙ୍କ ମାଁ ଓ ୨୦୧୦ରେ ତାଙ୍କ ପିତାଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଯାଇଥିଲା ।

ମାତାପିତାଙ୍କ ମୃତ୍ୟୁ ପରେ ସନୀ ନିଜ ଭାଇଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ ଓ ତାଙ୍କୁ ଖୁବ୍ ଧ୍ୟାନ ରଖୁଥିଲେ ।

Be the first to comment

Leave a Reply

Your email address will not be published.


*