ଜାଣନ୍ତୁ କାହିଁକି ମାଁ ଦୁର୍ଗାଙ୍କୁ ଅର୍ପଣ କରାଯାଏ ନାଲି ରଙ୍ଗର ଫୁଲ !

ନବରାତ୍ରି ଆରମ୍ଭ ହୋଇ ଯାଇଛି ଓ ଏହିପରି ସମସ୍ତ ଭକ୍ତ ମାଁ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ହିନ୍ଦୁ ସନାତନ ଧର୍ମରେ ମାଁ ଦୁର୍ଗାଙ୍କୁ ଶକ୍ତିଦେବୀ ରୂପେ ପୂଜା କରାଯାଏ । ଶାସ୍ତ୍ର ଅନୁସାରେ ନବରାତ୍ରିରେ ମାଁ ଦୁର୍ଗାଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରାଯିବା ପରମ୍ପରା ବିଷୟରେ କୁହାଯାଇଛି । ଏହିପରି ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କାହିଁକି ମାଁ ଦୁର୍ଗାଙ୍କୁ ନାଲି ରଙ୍ଗର ଫୁଲ ଅର୍ପିତ କରାଯାଏ ଓ କଣ ଅଟେ ଏହାର ମହତ୍ତ୍ୱ ?

ବାସ୍ତବରେ ନାଲି ରଙ୍ଗକୁ ମାଁ ଦୁର୍ଗାଙ୍କ ପ୍ରିୟ ବୋଲି ଧରାଯାଏ

ବାସ୍ତବରେ ନାଲି ରଙ୍ଗ ମାଁ ଦୁର୍ଗାଙ୍କ ପ୍ରିୟ ଅଟେ । ମାତାଙ୍କୁ ଅର୍ପଣ କରାଯାଉଥିବା ଓଢଣୀ ମଧ୍ୟ ନାଲି ରଙ୍ଗର ହୋଇଥାଏ । ମାତା ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତି । ନାଲି ରଙ୍ଗକୁ ଉତ୍ସାହ,ଉର୍ଜା ଓ ଶକ୍ତିର ପ୍ରତୀକ ବୋଲି କୁହାଯାଏ ।

ମାଁ ଦୁର୍ଗାଙ୍କୁ ଫୁଲ ଅର୍ପିତ କରାଯାଏ କାରଣ ଆମେ କୋମାଳତା ଓ ସରଳ ଭାବେ ମାଁ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବା । ଫୁଲରେ କୋମଳତା ଓ ସରସତା ଗୁଣ ବିଦ୍ୟମାନ । ନବରାତ୍ରିରେ ମାଁ ଦୁର୍ଗାଙ୍କ ବିଶେଷ ପୂଜାର୍ଚ୍ଚନା କରିବା ପାଇଁ ନାଲି ରଙ୍ଗର ମନ୍ଦାର ଫୁଲ ଅର୍ପଣ କରାଯାଏ । କୁହାଯାଏ ଯେ ଏଥିରୁ ମାତା ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରିଥାନ୍ତି ।

ନାଲି ରଙ୍ଗର ମନ୍ଦାର ଫୁଲ ଅସୀମ ଶକ୍ତି ଓ ଉର୍ଜାର ପ୍ରତୀକ ଅଟେ । ଏହି ଫୁଲ ମାଧ୍ୟମରେ ମାତା ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ଓ ଭକ୍ତ ଘରେ ସକାରାତ୍ମକ ଉର୍ଜାର ସଞ୍ଚାର କରନ୍ତି । ତେବେ ଯଦି ଆପଣ ମଧ୍ୟ ଚାହଁନ୍ତି ଯେ ମାତା ଚଳିତ ନବରାତ୍ରିରେ ଆପଣଙ୍କୁ ଅନୁକମ୍ପା ରଖିବେ ତେବେ ନାଲି ରଙ୍ଗର ମନ୍ଦାର ଫୁଲକୁ ମାତାଙ୍କ ଚରଣରେ ଅର୍ପଣ କରନ୍ତୁ ।

ନବରାତ୍ରିର ନଅ ଦିନ ମାଁ ଦୁର୍ଗାଙ୍କ ପୂଜା ପାଇଁ ବିଶେଷ ଅଟେ । କୁହାଯାଏ ଯେ ଏହି ଦିନରେ ମାତା ସ୍ୱୟଂ ପୃଥିବୀକୁ ଆସି ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । ଏଥର ନବରାତ୍ରି ନଅ ଦିନ ବଦଳରେ ଦଶ ଦିନ ପଡୁଛି । ଏମିତିରେ ମାତା ନିଜ ଭକ୍ତଙ୍କ ପାଇଁ ଆଉ ଗୋଟିଏ ଦିନ ପୃଥିବୀରେ ରହିବେ ।

Be the first to comment

Leave a Reply

Your email address will not be published.


*